Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 21-12-2021
Share:

By Village Missionary Movement

Tuesday, 21-Dec-2021

ଆଜିର ବାକ୍ୟ (Oriya) 21-12-2021

 

ସୁସଜ୍ଜିତ ଘର 

 

“ଯୀଶୁ ସେ ସ୍ଥାନକୁ ଆସି ଉପରକୁ ଚାହିଁ ତାହାଙ୍କୁ କହିଲେ, ଜଖିୟ, ଶୀଘ୍ର ଓହ୍ଲାଇଆସ, କାରଣ ଆଜି ମୋତେ ଅବଶ୍ୟ ତୁମ୍ଭ ଘରେ ରହିବାକୁ ହେବ ।“ - ଲୂକ 19:5

 

ସୌନ୍ଦର୍ଯ୍ୟ ଭରା ବ୍ରମାଣ୍ଡ ଘର ସାଧାରଣ ଭାବେ ଥିବା ଠାରୁ ବହୁତ କୋଳାହଳରେ ପରିପୂର୍ଣ୍ଣ ହୋଇଛି !ସମସ୍ତେ କିଛିନାକିଛି କାମ କରୁଛନ୍ତି !ସୁସଜ୍ଜିତ ଆଲୋକିତରେ ଏକପଟେ ସାଜସଜ୍ଜା ହୋଇଛି !ଅନ୍ୟ ପଟେ ଘରକୁ ସଫାସୁତୁରା ଏକ ତରା ଭାବରେ କରାଯାଉଛି !ରନ୍ଦା ବଖରାରେ ସୁସ୍ୱାଦ ଖାଦ୍ୟ ଉତ୍ତମ ରୂପେ ତିଆରି ହେଉଛି !ତଥାପି ସେହି ଘରରେ ଘଟୁଥିବା କାର୍ଯ୍ୟକ୍ରମ କଣ? 

 

ଏହି ପରିବାରର କେବଳ ଏକମାତ୍ର ପୁଅଙ୍କର ପ୍ରଥମ ଜନ୍ମ ଦିନ !ସେଥିପାଇଁ ଏହି ମହା କାର୍ଯ୍ୟକ୍ରମ !ବାପା ଫୋନରେ ବ୍ୟସ୍ତ ହୋଇ ସମସ୍ତଙ୍କ ସହ କଥା ହେଉଥାନ୍ତି !ସମସ୍ତେ ସେମାନଙ୍କର କାମର ଧ୍ୟାନରେ ଥାନ୍ତି !ସକାଳୁ ଠାରୁ ସେହି ବାଳକକୁ ଖାଦ୍ୟ ଦେବା ଭୁଲି ଯାଇଥାନ୍ତି !ସେହି ବାଳକ ମୁଖଖୋଲି ମାଗି ନ ପାରି ପ୍ରତ୍ୟେକ ଜଣର ମୁହଁକୁ ଦେଖି ରହିଲା !ସୁସଜ୍ଜିତ ଘର, ମନୁଷ୍ୟର ଉଚ୍ଚରେ କେକ, ସୁସ୍ୱାଦୁ ବିଶିଷ୍ଟ ଖାଦ୍ୟ ସାମଗ୍ରୀ, ଏହି ସମସ୍ତ ସହ ସନ୍ଦ୍ୟାର କାର୍ଯ୍ୟକ୍ରମ ଆରମ୍ଭ ହେଲା !ଆସିଥିବା ସମସ୍ତ ବନ୍ଧୁବାନ୍ଦବ ସେହି ବାଳକକୁ ସୁନାର ଅଳଙ୍କାର, ବହୁମୂଲ୍ୟ ବିଶିଷ୍ଟ ପୋଷାକ ଉପହାର ଗୁଡିକ ଦେଇ ସେହି ବାବୁଙ୍କୁ ଭସାଇ ଦେଲେ !କେକ କାଟିବା ସମୟରେ ସେହି ବାଳକ ଭୋକକୁ ସମ୍ବାଳି ନ ପାରି ମୁହଁ ବୁଲାଇ ତଳେ ପଡିଗଲା !ସେତେବେଳେ ପିତାମାତାଙ୍କୁ ଅର୍ଥ ହେଲା, ସେ ବାବୁଙ୍କୁ ଖାଦ୍ୟ ଦିଆ ଯାଇ ନାହିଁ !

 

ହଁ ଭାଇ ଓ ଭଉଣୀମାନେ, ଖ୍ରୀଷ୍ଟମାସ ପର୍ଯ୍ୟାୟ ବହୁତ କୋଳାହଳରେ ସିଦ୍ଧ କରୁଥିବା ଆମ୍ଭଙ୍କୁ ଏହି ସନ୍ଦେଶ !ଖ୍ରୀଷ୍ଟମାସ ଅଳଙ୍କାର, ନୂତନ ପୋଷାକ, ସୌନ୍ଦର୍ଯ୍ୟ ଭରା ନକ୍ଷତ୍ର ଗୁଡିକ, ଚକ୍ ଚକ୍ କରୁଥିବା ବିଦ୍ୟୁତ ଉଜ୍ଜଳ ଏହି ସମସ୍ତ ଅତି ଉତ୍ତମ !କିନ୍ତୁ ଖ୍ରୀଷ୍ଟମାସର ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତି ହେଉଛନ୍ତି ଯୀଶୁଖ୍ରୀଷ୍ଟ !ସେ ତୁମ୍ଭ ଘରରେ ( ତୁମ୍ଭ ହୃଦୟରେ )ଅଛନ୍ତି କି ? ତାହାଙ୍କ ପାଇଁ ସାଜସଜ୍ଜା ପବିତ୍ରତା, ପ୍ରେମ, ଆନନ୍ଦ, ସମାଧାନ ଆମ୍ଭଠାରେ ଅଛି କି ? ସେ ଆମ୍ଭ ଠାରେ ବାସ କରୁଛନ୍ତି କି ? 

 

ଦେଖ, ମୁଁ ଦ୍ୱାର ନିକଟରେ ଠିଆ ହୋଇ ଆଘାତ କରୁଅଛି; ଯଦି କେହି ମୋର ସ୍ୱର ଶୁଣି ଦ୍ୱାର ଫିଟାଇଦେବ, ତାହାହେଲେ ମୁଁ ପ୍ରବେଶ କରି ତାହା ନିକଟକୁ ଯିବି, ପୁଣି, ତାହା ସହିତ ଭୋଜନ କରିବି ଓ ସେ ମୋ ସହିତ ଭୋଜନ କରିବ (ପ୍ରକାଶିତ :-3:20)!ଯେପରିକି ବାଙ୍ଗର ଯଖିୟ, ଯୀଶୁ ବାପାଙ୍କୁ ତାଙ୍କ ଘରକୁ ନିମଂତ୍ରଣ କରି ପରିତ୍ରାଣ ପାଇଲା, ଆମ୍ଭେ ମଧ୍ୟ ଖ୍ରୀଷ୍ଟଙ୍କୁ ଆମ୍ଭ ହୃଦୟକୁ, ଆମ୍ଭ ଘରକୁ, ନିମଂତ୍ରଣ କରି ତାଙ୍କର ଜନ୍ମ ଦିନକୁ ପ୍ରଶଂସା କରିବା !କେବଳ ଖ୍ରୀଷ୍ଟମାସ ନୁହେଁ, ସବୁବେଳେ ଆମ୍ଭ ଜୀବନରେ ପ୍ରଶଂସା ଦିନ ରୂପେ ରହିବ !

- ଶ୍ରୀମତୀ ମଞ୍ଜୁଲା 

 

ପ୍ରାର୍ଥନାର ଅଂଶ :-

ସେବକମାନଙ୍କ ନିମନ୍ତେ ମୁଦ୍ରଣ କରୁଥିବା ପତ୍ରିକା ଗ୍ରହଣ କରିବା ସେବକଗଣ ଶକ୍ତିଶାଳୀ ରୂପେ ବ୍ୟବହାର ହେବା ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al Elexbet matbet giriş matbet instagram unban x unban twitter unban palacebet setrabet