Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 26-12-2021 (Kids Special)
Share:

By Village Missionary Movement

Sunday, 26-Dec-2021

ଆଜିର ବାକ୍ୟ (Oriya) 26-12-2021 (Kids Special)

 

ଧନ ତାହା କଦାପି ଶୟନ କରେ ନାହିଁ 

 

“ପ୍ରତ୍ୟେକ ଜଣ ଆପଣା ହୃଦୟରେ ଯେପରି ସଂକଳ୍ପ କରିଅଛି, ସେହିପରି କରୁ, କୁଣ୍ଠିତ ଭାବରେ ନୁହେଁ ଅବା ବାଧ୍ୟବାଧକତା ହେତୁରୁ ନୁହେଁ; କାରଣ ଈଶ୍ୱର ହୃଷ୍ଟଚିତ୍ତଦାତାକୁ ଭଲ ପାଆନ୍ତି ।“ - ଦ୍ୱିତୀୟ କରିନ୍ଥୀୟ 9:7

 

ହାଇ ପିଲାମାନେ, ସ୍କୁଲ ଖୋଲା ହେଲା ତ !ବନ୍ଦ ହୋଇଥିବା ସମସ୍ତ ଦ୍ଵାରା ଯୀଶୁବାପା ତୁମ୍ଭ ନିମନ୍ତେ ଖୋଲି ଅଦ୍ଭୁତ କଲେ ଦେଖିଲ କି ? ସମସ୍ତ ରୋଗ କମି ଯାଇ, ତୁମ୍ଭଙ୍କୁ ଯୀଶୁବାପା ଭଲ ସ୍ୱାସ୍ଥ୍ୟ ଦେଲେ !କୃତଜ୍ଞତା ଜଣାଇଲ କି ? ଏବେହିଁ ଦୁଇ ହାତ ଯୋଡି ଧନ୍ୟବାଦ ଜଣାଅ !ସୁପର !ପ୍ରତିଦିନ ସ୍କୁଲ ଯିବାବେଳେ ପ୍ରାର୍ଥନା କରିବାକୁ ଭୁଲିବ ନାହିଁ !ହଁତ, ଓକେ !କାହାଣୀ ଶୁଣିବା କି ? 

 

ଜଣେ ମହାନ ଧନୀ ବ୍ୟକ୍ତି ଥିଲା !ତାହାର ଅନେକ ସମ୍ପତି, ବଗିଚା, ଶ୍ରମିକମାନେ ସବୁ ଥିଲା !ସେ ସମସ୍ତ ପ୍ରକାରେ ସମ୍ପତି ଅର୍ଜନ କରୁଥାଏ !ସେହି ସମସ୍ତ ଟଙ୍କା କଣ କରିବାକୁ ହେବ ଜାଣି ନ ପାରି, ସେ ଓ ତାହାର ପରିବାର ଭଲରେ ରହିବା ପାଇଁ ଆଲୋଚନା କରୁଥାଏ !କାହାକୁ ସାହାଯ୍ୟ କରିବି ବୋଲି ସେ କଦାପି ଆଲୋଚନା କରିହିଁ ନ ଥିବ !ଘରେ ଅଧିକ ଟଙ୍କା ଥିଲେ ଚୋର ଆସି ଚୋରି କରିନେଇ ଯିବେ ବୋଲି ଭାବନା କରି, ସେହି ସମସ୍ତ ଟଙ୍କାକୁ ଗୋଟିଏ ପେଡିରେ ପୁରାଇ, ଅଜାଣତରେ ବଗିଚାରେ ଥିବା ଗୋଟିଏ ଗଛ ତଳେ ମାଟିରେ ଗାତ କରି, ସେଥିରେ ପୋତିଦେଉ ଥାଏ !ମାଲୋ ଆଉ କେହି ମୋ ଟଙ୍କା ନେଇ ପାରିବେ ନାହିଁ ବୋଲି ସେ ଆନନ୍ଦ କରୁଥାଏ !ଯଦି ବର୍ଷା ହୁଏ ଏବେ ସେ ଭାବନା କରେ ମାଲୋ, ବର୍ଷା ପାଣି ପେଡି ଭିତରକୁ ପୋଷିଯାଇ, ଟଙ୍କା ଓଦା ହୋଇଯିବ ବଧେ ବୋଲି ନିଦ୍ରା ଯାଏ ନାଇଁ !ସକାଳୁ ଉଠିବା କ୍ଷଣି ଗାତରୁ ପେଡି ଖୋଲିକି ଦେଖିବ !ଟଙ୍କା ସଂରକ୍ଷଣରେ ରହିବା ଦେଖି ଶାନ୍ତିରେ ରୁହେ !ଏହାକୁ ତାଙ୍କର ଜଣେ ଶ୍ରମିକ ନୀରିକ୍ଷଣ କରୁଥିବା, କାହାକୁ ନ ଜଣାଇ, ସେହି ଟଙ୍କାକୁ ଚୋରି କରି ନେଇଗଲା !ଦିନେ ସେ ଧନୀକ ପେଡି ଖୋଲିକି ଦେଖିଲା ବେଳେ ଟଙ୍କା ନ ଦେଖା ଯିବାରୁ ବିଚଳିତରେ ଚିତ୍କାର କରି କାନ୍ଦିଲା !ଆଃ...ଆଃ...ଏହି ଧନୀକ କାହିଁକି କାନ୍ଦୁଚି କହି ସମସ୍ତେ ଧାଇଁ ଧାଇଁ ଆସିଲେ !ଘଟଣାଟି ଶୁଣିଥିବା ପ୍ରତିଜଣ କୁହାକୁହି ହେଲେ, ଟଙ୍କାକୁ କେହି ମାଟି ତଳେ ଲୁଚାନ୍ତି କି ? କାହାକୁ ପ୍ରୟୋଜନ ନ ଥିବା ଟଙ୍କା ରହିକି କି ଲାଭ ? ଏହା ଶୁଣି ମନ ପରିବର୍ତ୍ତନ କରିଥିବା ଧନୀକ, ସେହିଦିନଠୁ ଅନ୍ୟମାନଙ୍କୁ ସାହାଯ୍ୟ କରିବା ଆରମ୍ଭ କଲା !

 

ପ୍ରିୟ ଭାଇ ଓ ଭଉଣୀ, ପ୍ରଭୁ ଆମ୍ଭଙ୍କୁ ଦେଇ ଥିବା ଧନ, ଅନୁଗ୍ରହ, ସମସ୍ତକୁ କେବଳ ଆମ୍ଭେ ହିଁ ଅନୁଭବ କରିବା ନୁହେଁ, ଆବଶ୍ୟକ ଥିବା ଲୋକଙ୍କୁ ସାହାଯ୍ୟ କରିବା ଉଚିତ !ସେହି ଧନୀକ ସଦୃଶ୍ୟ ଅନ୍ୟମାନଙ୍କୁ ନ ଦେଇ ରହିବା ଉଚିତ ନାହିଁ !ଆସନ୍ତା ନୂତନ ବର୍ଷରେ ଆବଶ୍ୟକ ଥିବା ଲୋକଙ୍କୁ ସାହାଯ୍ୟ କରିବା ଉଚିତ ! ସାହାଯ୍ୟ କରିବୁ ବୋଲି ନିର୍ଣ୍ଣୟ କରିବ କି ? ଓକେ !

 

ଭଉଣୀ ଦେବୋରା

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al grandpashabet grandpashabet grandpashabet grandpashabet giriş grandpashabet grandpashabet güncel giriş grandpashabet grandpashabet güncel grandpashabet grandpashabet giriş grandpashabet giriş grandpashabet grandpashabet grandpashabet grandpashabet jojobet giriş holiganbet giriş sahabet onwin bets10 bets10 giriş bets10 güncel giriş betcio atlasbet casibom Royalbet Royalbet giriş Royalbet güncel Royalbet meritking perabet casibom holiganbet galabet casibom perabet perabet giriş padişahbet padişahbet giriş grandpashabet kalitebet kalitebet giris betsmove betsmove giris gonebet gonebet giris betnano betnano giriş jojobet jojobet casinomilyon jojobet palacebet sonbahis tambet grandpashabet betgit mercurecasino matbet