Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 01-01-2022
Share:

By Village Missionary Movement

Saturday, 01-Jan-2022

ଆଜିର ବାକ୍ୟ (Oriya) 01-01-2022

 

ଶୁଭାରମ୍ଭ 

 

“ଏଥିଉତ୍ତାରେ ଯିହୋଶୂୟ ଲୋକମାନଙ୍କୁ କହିଲେ, ତୁମ୍ଭେମାନେ ଆପଣା ଆପଣାକୁ ପବିତ୍ର କର, କାରଣ କାଲି ସଦାପ୍ରଭୁ ତୁମ୍ଭମାନଙ୍କ ମଧ୍ୟରେ ଆଶ୍ଚର୍ଯ୍ୟକ୍ରିୟା କରିବେ।“ - ଯିହୋଶୂୟ 3:5

 

1870-1871ମସିହାରେ ଜର୍ମାନୀ ଏବଂ ଫ୍ରାନସ ଦେଶ ମଧ୍ୟରେ ଯୁଦ୍ଧ ହେଉ ଥାଏ !ସେହି ସମୟରେ ଜଣେ ଲୋକ ଅଫୁଟା ଦୁଇଟି ବୋମାକୁ ନ ଜାଣି ତାଙ୍କ ଘରେ ରଖି ତାହା ନିକଟରେ ନିଆଁ ଜଳାଇ ଶୀତ ନିମନ୍ତେ ସେକ ନେଉଥାଏ !ଅନେକ ଦିନ ପରେ ସେହି ଲୋକଙ୍କ ନିକଟକୁ ସେହି ବୋମା ବିଷୟରେ ପାଠ ପଡ଼ିଥିବା ଜ୍ଞାନୀ ଆସିଲା !ଅଫୁଟା ଦୁଇଟି ବୋମା ତାଙ୍କ ବନ୍ଧୁଙ୍କ ଠାରେ ଥିବା ଦେଖି ଆଚର୍ଯ୍ୟ ହୋଇଗଲା !ତାଙ୍କ ବନ୍ଧୁକୁ ସେହି ବୋମା ବିଷୟରେ କହି, ତାହାର ପ୍ରଭାବ ବିଷୟରେ ବର୍ଣ୍ଣନା କରି, ସେହି ବୋମା ଗୁଡିକୁ ସେଠାରୁ କାଢି ଦେଲେ !

 

ବେଳେବେଳେ ଆମ୍ଭେ ଆମ୍ଭ ଠାରେ ଥିବା କାର୍ଯ୍ୟଗୁଡିକ ନ ଜାଣି ରହୁଛୁ !ଆମ୍ଭମାନଙ୍କୁ ନଷ୍ଟ କରୁଥିବା କିଛି କାର୍ଯ୍ୟକୁ ଆମ୍ଭ ଠାରୁ ଦୂର କରିବା ବେଳେ ହିଁ ଆମ୍ଭଙ୍କୁ ଆରୋଗ୍ୟ, ଉତ୍ତର ମିଳୁଛି !ବେଥେଲକୁ ଯାତ୍ରା ସମୟରେ ଯାକୁବ ଆପଣା ପରିଜନ ଓ ସଙ୍ଗୀ ଲୋକମାନଙ୍କୁ କହିଲେ, “ତୁମ୍ଭମାନଙ୍କ ନିକଟରେ ଯେଉଁ ସବୁ ବିଦେଶୀୟ ଦେବତା ଅଛନ୍ତି, ସେମାନଙ୍କୁ ଦୂର କର, ଆପଣାମାନଙ୍କୁ ଶୁଚି କର, ପୁଣି, ଆପଣାମାନଙ୍କ ବସ୍ତ୍ର ପରିବର୍ତ୍ତନ କର (ଆଦି:-35:1-4)ବାକ୍ୟରେ କହନ୍ତି !ଏହିପରି ପ୍ରଥମ ଶାମୂଏଲ ସାତ ଅଧ୍ୟାୟରେ ମଧ୍ୟ ଶାମୂଏଲଙ୍କ ଦ୍ଵାରା ଇଶ୍ରାଏଲଙ୍କୁ ଭଲ କରି ପବିତ୍ରତାରେ କଢାଇ ନେବା ବିଷୟରେ ପଡୁଅଛୁ !ଆମ୍ଭ ଠାରେ ଥିବା ପ୍ରଭୁଙ୍କୁ ଇଚ୍ଛା ନ ଥିବା କାର୍ଯ୍ୟ ଗୁଡିକ ତ୍ୟାଗ କରି ପବିତ୍ରତା ପ୍ରତି ଆମ୍ଭେମାନେ ଗଲେ କେତେଯେ ଅଦଦ୍ଭୁତ ଗୁଡିକ ଅନୁଭବ କରିପାରିବା !

 

ଇଶ୍ରାଏଲ ଜନତାଙ୍କୁ କଢାଇ ନେବା ଦାଇତ୍ୱ ନୂତନ ଭାବେ ପାଇ ଥିବା ଯିହୋସୂୟ ସହ ଆଚ୍ଛର୍ଯ୍ୟ ଦରକାର କହିଲେ,ତୁମ୍ଭେମାନେ ଆପଣା ଆପଣାକୁ ପବିତ୍ର କର ବୋଲି ସଦାପ୍ରଭୁ କହନ୍ତି !ଏହି ବର୍ଷ ଆପଣମାନଙ୍କୁ ଶ୍ରେଷ୍ଠ କାର୍ଯ୍ୟ ଗୁଡିକ ହେବା ଉଚିତ କହିଲେ, ଅନ୍ୟ ମନ୍ତ୍ର ନାହିଁ,କେବଳ ପବିତ୍ରତା ହିଁ ଆମ୍ଭେମାନେ ଅଦଦ୍ଭୁତ ପାଇବାର ମାର୍ଗ ଅଟଇ ବୋଲି ବାଇବଲ କହୁଛି !ଅନ୍ୟମାନଙ୍କୁ ଦେଖନ୍ତୁ ନାହିଁ, ଆପଣା ଆପଣାକୁ ପରୀକ୍ଷିତ କରି, କାର୍ଯ୍ୟ ଗୁଡିକ ସଂଶୋଧନ କରିବାରେ ମନ ବଳାଅ !ବୋମା ସଦୃଶ୍ୟ ବିସ୍ପରଣ ହୋଇ ଆମ୍ଭମାନଙ୍କୁ ପତନ କରୁଥିବା ପାପ ଗୁଡିକ କଣ କଣ ରହିଛି, ସେ ସମସ୍ତକୁ ନିଷ୍କ୍ରିୟ କରି, ତାହାକୁ ଆମ୍ଭ ସମୁଖରୁ ଦୂର କରିବା !

 

 ଦୁନିଆର ଟାଇମପାସ ନାମରେ ସମୟକୁ ନଷ୍ଟ କରିବା, ପ୍ରତିବେଶୀ ସହ ଅନାବଶ୍ୟକ ସମ୍ପର୍କ, ଅନାଵଶ୍ୟ କଥାଭାଷା, ଏହିପରି ଅନେକ କାର୍ଯ୍ୟ ଆମେ କହି ପାରିବା !ଆମ୍ଭ ପରମେଶ୍ୱର ପବିତ୍ରତାକୁ ଇଚ୍ଛା କରିବା ପରମେଶ୍ୱର ଅଟନ୍ତି !ତେଣୁ ପବିତ୍ରତାକୁ ଆଶା କରନ୍ତୁ, ପ୍ରେମ କରନ୍ତୁ, ତୁମ୍ଭଠାରୁ କାଢି ନେବା କାର୍ଯ୍ୟକୁ କାଡ଼ି ଦିଅ, ପ୍ରତିଦିନ ଆପଣା ସୀମା ମଧ୍ୟରେ ଇଶ୍ୱରଙ୍କ ଆଚ୍ଛର୍ଯ୍ୟ ଦେଖିବ !ଏହି ବର୍ଷ "ପବିତ୍ରତାରେ ବଢିବା ବର୍ଷ" ରୂପେ ଆମ୍ଭେ ପାଳନ କରୁଛୁ !ପ୍ରତିଦିନ ଆମ୍ଭେ ପବିତ୍ରତାରେ ବିସ୍ତୃତ ହୋଇ ଆଶୀର୍ବାଦ ହେବା !

- ପି. ଜେକାବ ସେଙ୍କାର 

 

ପ୍ରାର୍ଥନାର ଅଂଶ :-

ଏହି ନୂତନ ବର୍ଷରେ ପରମେଶ୍ୱର ଆମ୍ଭ ସହିତ ରହି ଉତ୍ତମ ରୂପେ ସେବାକାର୍ଯ୍ୟକୁ କଢାଇ ନେବା ନିମନ୍ତେ ପ୍ରାର୍ଥନା କରନ୍ତୁ !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al Elexbet matbet giriş matbet instagram unban x unban twitter unban palacebet setrabet