Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 02-01-2022 (Kids Special)
Share:

By Village Missionary Movement

Sunday, 02-Jan-2022

ଆଜିର ବାକ୍ୟ (Oriya) 02-01-2022 (Kids Special)

 

ତୁମେ ଚକଲେଟ 

 

“ଆକାଶର ପକ୍ଷୀଙ୍କୁ ଦେଖ, ସେମାନେ ବୁଣନ୍ତି ନାହିଁ କି କାଟନ୍ତି ନାହିଁ କିଅବା ଅମାରରେ ସଞ୍ଚୟ କରନ୍ତି ନାହିଁ, ଆଉ ତୁମ୍ଭମାନଙ୍କ ସ୍ୱର୍ଗସ୍ଥ ପିତା ସେମାନଙ୍କୁ ଖାଦ୍ୟ ଦିଅନ୍ତି । ତୁମ୍ଭମାନେ କ'ଣ ସେମାନଙ୍କଠାରୁ ଶ୍ରେଷ୍ଠ ନୁହଁ?” - ମାଥିଉ 6:26

 

ହାଇ ପିଲାମାନେ, ଏହି ନୂତନ ବର୍ଷରେ ତୁମ୍ଭ ସହ ଭେଟିବା ମୋର ବହୁତ ଖୁସି ଅଟେ !ବିତିଯାଇ ଥିବା ସମସ୍ତ ବର୍ଷ ଆମ୍ଭମାନଙ୍କୁ ତାଙ୍କ ଛାୟା ତଳେ ସଂରକ୍ଷଣ କରି, ସମସ୍ତ ବ୍ୟସ୍ତତାରୁ ଆମ୍ଭମାନଙ୍କୁ ଉଦ୍ଧାର କରି, ଆମ୍ଭମାନଙ୍କୁ ରକ୍ଷା କରିଥିବା ପରମେଶ୍ୱରଙ୍କୁ କୃତଜ୍ଞତା ଜଣାଇବା !କେତେଯେ ଲୋକ ଗତବର୍ଷ ରହିଥିଲେ, ଏହି ବର୍ଷ ସେମାନେ ନାହାନ୍ତିତ ? ଆମ୍ଭ ସମସ୍ତଙ୍କୁ ଯୀଶୁବାପା ଜୀବନରେ ସଜୀଵ ଭାବେ ରଖିଛନ୍ତି !ସେଥିପାଇଁ ଯୀଶୁବାପା ତୁମ୍ଭରି ଇଚ୍ଛା ମୋର ଜୀବନରେ ଘଟୁ ବୋଲି, ତୁମ୍ଭେ ପରମେଶ୍ୱରଙ୍କର ହସ୍ତରେ ନିଜକୁ ସଂପୂର୍ଣ୍ଣ ରୂପେ କଢ଼ାଅ ବୋଲି ସମର୍ପଣ ହୁଅନ୍ତୁ !ଠିକ ଅଛି ପିଲାମାନେ ? ଓକେ, କାହାଣୀ ଶୁଣିବା କି ? 

 

ବେନିଟା ଓ ଜେନିଟା ନାମକ ଦୁଇ ଜଣ ଛୋଟ ବାଳିକା ଦିଲ୍ଲୀରେ ରହୁଥାନ୍ତି !ଦୁଇ ଜଣ କଳା ବର୍ଣ୍ଣ ଅଟନ୍ତି !ତାଙ୍କ ଘର ନିକଟରେ ଗୋଟିଏ ସୁନ୍ଦର ଉଦ୍ୟାନ ଥିଲା !ବେଳେବେଳେ ସେଠାକୁ ଖେଳିବାକୁ ଯାଆନ୍ତି !ତୁମ୍ଭେମାନେ ମଧ୍ୟ ଉଦ୍ୟାନକୁ ଯିବତ !ଖୁସି ଥିବତ !କଣ କଣ ଖେଳ ଖେଳିବ ? ଦୋଳି ଖେଳ, ସର୍କିଟ ଖେଳ, ଏହିପରି ସମୟ ପାଇଲା ବେଳେ ଖେଳିବ, ସେତିକିତ ? ସେହିପରି ବେନିଟା ଜେନିଟା ମଧ୍ୟ ଖେଳିବା ବେଳେ ଅନ୍ୟ ପିଲାମାନେ କାଉ କାଉ ବୋଲି ହାସ୍ୟାସ୍ପଦ କରି ହସୁଥାନ୍ତି !ଉତ୍ତର ଭାରତ ଦେଶର ପିଲାମାନେ ଗୋରା ବର୍ଣ୍ଣ ଥାନ୍ତି, ତେଣୁ କରି ସେପରି ହାସ୍ୟାସ୍ପଦ କରୁଥାନ୍ତି !ଏହି ଦୁଇ ଜଣ ଛୋଟ ଝିଅମାନଙ୍କୁ ବହୁତ ବାଧା ଲାଗୁଥାଏ !ସଦାପ୍ରଭୁ କେବଳ କାହିଁକି ଆମ୍ଭଙ୍କୁ ହିଁ କଳା ବର୍ଣ୍ଣ କଲେ, ଟିକିଏ ଗୋରା କରିଥିଲେ ଆମ୍ଭଙ୍କୁ ଏହିପରି ହାସ୍ୟାସ୍ପଦ କରି ନ ଥାନ୍ତିତ ବୋଲି ବାଧାରେ ଥାଆନ୍ତି !ଏହି ସବୁ ପର୍ଯ୍ୟବେକ୍ଷଣ କରି ପାରି ଥିବା ମାଆ, ତାହାର ସନ୍ତାନଙ୍କୁ ଡାକି ପଚାରିଲା, ତୁମ୍ଭର କଣ ହେଲା ? ପିଲା ଦୁଇଟି ଉତ୍ତର କଲେ, ଆମ୍ଭଙ୍କୁ ସମସ୍ତେ କାଉ କାଉ କହୁଛନ୍ତି !ମାଆ କହିଲା, କିଏ କହିଲା ? ତୁମ୍ଭେ କାଉ ବୋଲି, ତୁମ୍ଭେ କାଉ ନୁହଁ, ତୁମ୍ଭେ ଚକଲେଟ ଅଟ, ମାଆ କହିବା କ୍ଷଣି, ସେମାନଙ୍କର ଓଟରେ ହସ ଦେଖା ଗଲା !ପରମେଶ୍ୱର ତୁମ୍ଭଙ୍କୁ ତାହାଙ୍କର ସଦୃଶ୍ୟ କରିଛନ୍ତି !ତେଣୁ ତୁମ୍ଭେ ମଧ୍ୟ ଆପଣ ଆପଣାକୁ ପ୍ରେମ କରିବାକୁ ଶିଖିବା ଉଚିତ !ତାହାହିଁ ସଦାପ୍ରଭୁଙ୍କର ଇଚ୍ଛା ଅଟେ ବୋଲି ମାଆ କହିବା କ୍ଷଣି ସେହି ଦୁଇଟି ଝିଅଟି ଡିଆଁମାରି ଖେଳିବା ନିମନ୍ତେ ଚାଲିଗଲେ !ଆମ୍ଭେ ଚକଲେଟ, ସମସ୍ତେ ଆମକୁ ଇଚ୍ଛା କରନ୍ତି !ଯୀଶୁବାପାଙ୍କୁ ବହୁତ ଇଚ୍ଛା !କାହିଁକିନା ତାହାଙ୍କ ଦୃଷ୍ଟିରେ ଆମେ ସ୍ୱତନ୍ତ୍ର ଅଟୁ ବୋଲି ବୁଝିଲେ !ସେମାନଙ୍କର ମନସ୍ତତ୍ୱରେ ମହାନ ପରିବର୍ତ୍ତନ ଆସିଲା !

 

ଭାଇ ଓ ଭଉଣୀମାନେ ତୁମ୍ଭେ ମଧ୍ୟ ମୁଁ କଳା ବର୍ଣ୍ଣ ଅଛି, ଗୋରା ବର୍ଣ୍ଣ ନାହିଁ, ସୁନ୍ଦର ନାହିଁ, ଗରିବ ହୋଇ ଜନ୍ମ ହେଲି ବୋଲି ଅନୁଭବ କରୁଥିବ ପରା !ତୁମ୍ଭେ ମଧ୍ୟ ଯୀଶୁବାପାଙ୍କ ଦୃଷ୍ଟିରେ ଅନେକ ସ୍ୱତନ୍ତ୍ର ଅଟ !ତୁମ୍ଭେ ଚକଲେଟ ସଦୃଶ୍ୟ !ପିଲାମାନେ ତୁମ୍ଭଙ୍କୁ ଚକଲେଟ କହିଲେ ଇଚ୍ଛା ତ ? ତଦ୍ରୁପ ତୁମ୍ଭେ କହିଲେ ଯୀଶୁବାପାକୁ ଅନେକ ଅନେକ ଇଚ୍ଛା !ତୁମ୍ଭେ ବ୍ୟସ୍ତ ହୁଅ ନାହିଁ !ଠିକ ଅଛି !ଭେରୀ ଗୂଡ଼ !

- ଶ୍ରୀମତୀ ଯିବା ବିଜେୟ

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al Elexbet matbet giriş matbet instagram unban x unban twitter unban palacebet setrabet