By Village Missionary Movement
Monday, 03-Jan-2022ଆଜିର ବାକ୍ୟ (Oriya) 03-01-2022
"ସଦାପ୍ରଭୁ ପବିତ୍ର"
“ସେହି ଦିନ ଅଶ୍ୱଗଣର ଘଣ୍ଟି ଏହି କଥା କହିବ, “ସଦାପ୍ରଭୁ ପବିତ୍ର” ଓ ସଦାପ୍ରଭୁଙ୍କ ଗୃହର ହାଣ୍ଡିସବୁ ଯଜ୍ଞବେଦି ସମ୍ମୁଖସ୍ଥ ପାତ୍ରସବୁର ପରି ହେବ।“ - ଯିଖରୀୟ 14:20
ଆମ୍ଭ ସଦାପ୍ରଭୁ ପବିତ୍ର, ସେ ବାସସ୍ଥାନ ପବିତ୍ର ସ୍ଥାନ, ତାହାର ସମସ୍ତ ସ୍ଥାନ ପବିତ୍ରତାରେ ପୂର୍ଣ୍ଣ ହୋଇଛି !ଆମ୍ଭ ପରମେଶ୍ୱର ଯଦି କାମ କରିବାକୁ ଚାହାଁନ୍ତି, ପବିତ୍ରତା ହିଁ ମୁଖ୍ୟ କାରଣ ଥିବ !ସୁଦ୍ଧାତା ଯାହା ଇଶ୍ୱରଙ୍କୁ ପ୍ରସନ୍ନ କରେ, ତାହାର ଗୁଣ ଗାରିମା ବିଷୟରେ ବାଇବଲ ଲେଖୁଛି !ପବିତ୍ର କଣ ଜାଣିବାକୁ ହେଲେ, ଆମ୍ଭ ପରମେଶ୍ୱର କିପରି ଲୋକ ଜାଣିବା ଆବଶ୍ୟକ !ପବିତ୍ରତା ଯେଉଁଠି ସେଠାରେ ହିଁ ପରମେଶ୍ୱର ଅଛନ୍ତି !ପରମେଶ୍ୱର ଯେଉଁଠି ଅଛନ୍ତି କି ସେଇଠି ହିଁ ପବିତ୍ରତା ଅଛି !ଆମ୍ଭ ପରମେଶ୍ୱରଙ୍କୁ ଏବଂ ପବିତ୍ରତାକୁ ଅଲଗାରେ ଦେଖି ପାରିବା ନାହିଁ !ପବିତ୍ରତା ବିଷୟରେ ବାଇବଲରେ ପାଞ୍ଚ ଶହ ଶତାଅଶୀ ଥର ଅନେକ ସ୍ଥାନରେ ଲେଖା ଯାଇଛି !
ସର୍ବଦା ବିଖ୍ୟାତ ହୋଇଥିବା ତାର ବାଦ୍ୟ ଯନ୍ତ୍ର କଳାକାର ଇଷାକ ବେହେଲ ମେନ ନାମକ ବ୍ୟକ୍ତି ବିଷୟରେ ଲେଖିବା ନିମନ୍ତେ ଜଣେ କଳାକାର ଭାଷା ନ ପାଇ ଅସୁବିଧା ହେଲା !ତାର ବାଦ୍ୟ ଯନ୍ତ୍ର ବଜାଇବା ନିମନ୍ତେ ବ୍ୟବହାର ହେଉଥିବା ସେଇ ଲମ୍ବା କାଠର ବାଡ଼ି ଦ୍ଵାରା ଉପର ତଳ ଟାଣି ବଜାଉ ଥିବା ସଂଗୀତ କେତେ ତୃପ୍ତି ଥିବ !ତାହାଙ୍କ ସଂଗୀତ କଥା କହିବା ସଦୃଶ୍ୟ ସମସ୍ତ କଷ୍ଟକୁ ଉତ୍ତର ଦେଲା ପରି ରହିଛି ବୋଲି ବେଲ ମେନ ବିଷୟରେ ପ୍ରସଂଶାକରି ଲେଖି ଯାଉଛି !ଆମ୍ଭ ପରମେଶ୍ୱରଙ୍କୁ ଏପରି କେହି ପ୍ରସଂଶା କରୁଛନ୍ତି କି ? ଏହା ମୁଁ ଖୋଜିଲି ବୋଲି ଜଣେ ମହାନ ସେବକ କହନ୍ତି !ପବିତ୍ର ବାଇବଲରେ, ଆମ୍ଭ ଇଶ୍ୱରଙ୍କର ପବିତ୍ରତା ଅଳଙ୍କାର ବିଷୟରେ ଅନେକ ସ୍ଥାନରେ ଲେଖା ଯାଇଥିବା ପଡି ପାରିବା !ପରମେଶ୍ୱରଙ୍କଠୁ ବିଛେଦ ହୋଇ ଥିବା ବେଳେ ଅନେକ ପରମେଶ୍ୱରଙ୍କର ମହାନତା ବିଷୟରେ ପ୍ରସଂଶା କରୁଥାନ୍ତି !କିନ୍ତୁ ସେ ନିକଟବର୍ତ୍ତ ହେଲା ବେଳେ, ତାହାଙ୍କୁ ଦେଖିବା ବେଳେ, ସେମାନେ ତାହାଙ୍କ ହସ୍ତରେ ପାଟିକୁ ବନ୍ଦ କରି ରହିଯାଆନ୍ତି !ମାଲୋ ମୁଁ ମଲା ସଦୃଶ୍ୟ ହେଲି ବୋଲି ଇଶ୍ୱରଙ୍କୁ ଦେଖି ବିଳାପ କରିବା ପ୍ରବକ୍ତାମାନେବି ଅଛନ୍ତି !ପରମେଶ୍ୱରଙ୍କର ଦୂତମାନେ ତାହାଙ୍କର ପବିତ୍ରତା ବିଷୟରେ କଥା ହେଲା ବେଳେ ତାହାଙ୍କର ଗୋଡ଼ଗୁଡିକୁ, ମୁଖକୁ ଡେଣା ଦ୍ଵାରା ଘୋଡେଇ ହୋଇ ଭକ୍ତିରେ ପବିତ୍ରରେ ଉତ୍କର୍ଷତାରେ ପ୍ରଭୁଙ୍କର ମହିମା କରନ୍ତି !
ପବିତ୍ର ଦୋଳ ମଧ୍ୟରେ ଉଜ୍ଜଳ ଦେଖା ଯାଉଥିବା ଜ୍ୟୋତିର୍ମୟ ଯୀଶୁଖ୍ରୀଷ୍ଟ ଯଥାଶୀଘ୍ର ଆମ୍ଭେ ଦର୍ଶନ କରୁଛୁ !ସେଠାରେ ଆମ୍ଭେ ପବିତ୍ରତାକୁ ମନେ ରଖି ପ୍ରସଂଶା କରୁଛୁ !ମୁଁ ତୁମ୍ଭଙ୍କୁ ପବିତ୍ର କରୁଥିବା ସଦାପ୍ରଭୁ ବୋଲି ଆମ୍ଭ ସହ କଥା ହେଉଥିବା ପରମେଶ୍ୱର, ଆମ୍ଭମାନଙ୍କୁ ପବିତ୍ରତାରେ କଢ଼ାଉଛନ୍ତି !ସଦାପ୍ରଭୁଙ୍କର ପବିତ୍ର ନାମରେ ମହିମା ହେଉ !ଆମେନ୍ !
- ପି. ଜେକାଵ ଶଙ୍କର
ପ୍ରାର୍ଥନାର ଅଂଶ :-
ପବିତ୍ରତାରେ ବଡୁଥିବା ବର୍ଷ ରୂପେ ଅନୁସରଣ କରୁଥିବା ଏହି ବର୍ଷରେ ସେବକ ଏବଂ ସେବାରେ ଅଂଶଗ୍ରହଣ କରୁଥିବା ପ୍ରତ୍ୟେକ ଜଣ ପବିତ୍ରତାରେ ବଡିବା ନିମନ୍ତେ ପ୍ରାର୍ଥନା କରିବା !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.