Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 21-01-2022
Share:

By Village Missionary Movement

Thursday, 20-Jan-2022

ଆଜିର ବାକ୍ୟ (Oriya) 21-01-2022

 

ସଂଚିତ କରାଯାଇ ଥିବା ଅଶ୍ରୁ 

 

“ତୁମ୍ଭେ ମୋହର ଭ୍ରମଣ ଗଣନା କରୁଅଛ। ତୁମ୍ଭେ ଆପଣା ପାତ୍ରରେ ଆମ୍ଭର ଅଶ୍ରୁ ରଖିଥାଅ; ତାହାସବୁ କ’ଣ ତୁମ୍ଭ ପୁସ୍ତକରେ ନାହିଁ ?” - ଗୀତସଂହିତା 56:8

 

ଗୋଟିଏ ପରିବାରରେ ଜଣେ ମାଆ ଅନେକ ପ୍ରକାରର କଷ୍ଟ ସବୁ ଅନୁଭବ କରି ଆସିଲା !ସ୍ୱାମୀଙ୍କଠୁ ମାଡ ଖାଇ, ପାଇବା କାମକୁ ଯାଇ ତାର ଦୁଇଟି ପୁତ୍ର ସନ୍ତାନଙ୍କୁ ସହାନୁଭୂତିରେ ସବୁକିଛି ସହ୍ୟ କରି, ପ୍ରତିଦିନ ଲୁହଝରାଇ ପ୍ରାର୍ଥନା କରି, ସେମାନଙ୍କୁ ବଢ଼ାଇଲା !ଏହାଙ୍କର ପ୍ରାର୍ଥନା ବହୁଦିନ ପରେ ଉତ୍ତର ଆସିଲା !ସେହି ମାଆଟି ନିରୁଉଚ୍ଚାହିତ ନ ହୋଇ ନିରନ୍ତର ପ୍ରାର୍ଥନା କରୁଥାଏ !କିଛି ବର୍ଷ ପରେ ମାଆଙ୍କର ପ୍ରାର୍ଥନା ଶୁଣାଗଲା, ଉତ୍ତର ଆସିଲା !ସେ ଝରାଇ ଥିବା ଲୁହ ସଦାପ୍ରଭୁ ଦେଖିଲେ !ଦୁଇଟି ସନ୍ତାନଙ୍କର ଭବିଷ୍ୟତ ଅତି ଉତ୍ତମ ରୂପେ ଗଢ଼ା ହେଲା !ତାହାଙ୍କ ସ୍ୱାମୀଙ୍କର ମଧ୍ୟ ମନ ପରିବର୍ତ୍ତନ ହେଲା !ପରିବାର ଖୁସିରେ ଅଛନ୍ତି !କାରଣ, ସଦାପ୍ରଭୁ ତାହାଙ୍କ ଲୁହ ଝରା ପ୍ରାର୍ଥନାକୁ ଗଣନା (ସଂଚୟ )ରେ ରଖିଥାନ୍ତି !ସଠିକ ସମୟରେ ଉତ୍ତର ଦେଲେ !

 

ବାଇବଲରେ ମଧ୍ୟ ଦାଉଦ ଗଲିୟାତଙ୍କୁ ହତ୍ୟା କଲା ବେଳେ, ଲୋକମାନେ କହୁଥାନ୍ତି କି ଯେ, ଦାଉଦ ହଜାର ହଜାର, ସାଉଲ ସହସ୍ର ସହସ୍ର ଅଟଇ, ଏହି ପ୍ରଶଂସାକୁ ସମ୍ବାଲି ନ ପାରି ସାଉଲ ଦାଉଦକୁ ହତ୍ୟା କରିବାକୁ ଚେଷ୍ଟା କଲା !ଗଲିୟାତଙ୍କୁ ହତ୍ୟା କରିବାରୁ, ତାଙ୍କ କନ୍ୟାକୁ ଲୋକଙ୍କ ମଧ୍ୟରେ କଥା ଦେଇ ଥିବାରୁ, ବିବାହ କରିବାରୁ, ଅରଣ୍ୟ ପଟେ, ପର୍ବତ ପଟେ ମରୁଭୂମି ପଟେ ଏପରି ଦାଉଦ ସେ ନିଜକୁ ରକ୍ଷା କରିବାକୁ ସାଉଲଙ୍କୁ ଭୟ କରି ପଳାୟନ କରୁଥାଏ !ସେତେବେଳେ ଅନେକ ଥର ଲୁହ ଝରାଇ ଦାଉଦ ପ୍ରାର୍ଥନା କଲେ !ତେଣୁ ମୋର ପରିଶ୍ରମ ସଦାପ୍ରଭୁ ଜାଣନ୍ତି, ମୋର ଲୁହର ବାଷ୍ପ ବିନ୍ଦୁ ଗୁମ୍ଫାରେ ଲୁଚାଏ !ତାହା ତୁମ୍ଭ ଗଣନାରେ ଅଛିତ ବୋଲି ଦାଉଦ କହନ୍ତି !ସେହିପରି ଲୁହ ଗଣନାରେ ରଖାଯାଇ ଥିବାରୁ ଦାଉଦଙ୍କ ସଠିକ ସମୟ ଆସିବା ବେଳେ, ଇଶ୍ରାଏଲ ଏବଂ ଯିହୂଦୀ ଲୋକମାନଙ୍କ ମଧ୍ୟରେ ରାଜା ରୂପେ ଦାଉଦ ଅଭିଷେକ ହୋଇ ବଢିଲା !ସଦାପ୍ରଭୁଙ୍କର ଦୃଷ୍ଟିରେ ଅଜଣା କିଛି ନାହିଁ !

 

ଏହା ପଢୁଥିବା ବନ୍ଧୁଗଣ, ଆପଣମାନେ ମଧ୍ୟ ଅନେକ ଦିନରୁ କିଛି ଗୋଟେ କାର୍ଯ୍ୟ ନିମନ୍ତେ ଲୁହ ଝରାଇ ପ୍ରାର୍ଥନା କରୁଛ କି ? ମୁଁ ଲୁହ ଝରାଉଛି କିନ୍ତୁ ଏଥିରେ କିଛି ପ୍ରୟୋଜନ ନାହିଁ ବୋଲି ବିଳାପ କରୁଛ କି ? ତୁମ୍ଭ ଲୁହ ବୃଥା ହୋଇ ନାହିଁ !ସ୍ୱର୍ଗ ରାଜ୍ୟରେ ଆପଣା ଗଣନାରେ ଲେଖା ହେଲା !ସେଥିପାଇଁ ନିଚୟ ଫଳ ଥିବ !ସଦାପ୍ରଭୁ କିଛିବି ଋଣ ରୂପେ ରଖନ୍ତି ନାହିଁ !ସଠିକ ସମୟ ପୂର୍ବରୁ ଫଳଟି ଦେବେ !ନିରୁଉଚ୍ଚାହିତ ନ ହୋଇ ବାରମ୍ବାର ପ୍ରାର୍ଥନା କରନ୍ତୁ, ବିଜୟୀ ନିଚୟ ଆସିବ !

- ଏସ. କାଲେବ ରାଜା 

 

ପ୍ରାର୍ଥନାର ଅଂଶ :-

ନୂତନ ବର୍ଷରେ ଆମ୍ଭ ସହ ମିଳନ ହୋଇ ସେବା କରୁଥିବା ସହଯୋଗୀ ମିଶିନାରୀଙ୍କୁ ପରମେଶ୍ୱର ଶକ୍ତିଶାଳୀ ରୂପେ ବ୍ୟବହାର କରିବା ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al superbetin pashagaming jojobet jojobet giriş holiganbet instagram unban service instagram unban service