Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 26-01-2022
Share:

By Village Missionary Movement

Wednesday, 26-Jan-2022

ଆଜିର ବାକ୍ୟ (Oriya) 26-01-2022

 

ସମାଦର କର ନାହିଁ 

 

“ସେ ଆପଣା ପିତାମାତାକୁ ନିଶ୍ଚୟ ସମାଦର କରିବ ନାହିଁ । ଏହି ଭଳି ତୁମ୍ଭେମାନେ ତୁମ୍ଭମାନଙ୍କର ପରମ୍ପରାଗତ ରୀତିନୀତି ଯୋଗୁଁ ଈଶ୍ୱରଙ୍କ ବାକ୍ୟ ବ୍ୟର୍ଥ କରିଅଛ ।“ - ମାଥିଉ 15:6

 

ଦକ୍ଷିଣ ଆଫ୍ରିକାର ଟ୍ରାନସୱାଲ ନାମକ ନଗରରେ କାର୍ଟକିସ ଦେବାଳୟରେ ଜଣେ ବିଖ୍ୟାତ ପ୍ରଚାରଙ୍କ ପ୍ରସଙ୍ଗ ଶୁଣିବାକୁ, ଆମ୍ଭ ଦେଶପିତା ଗାନ୍ଧୀ ତାଙ୍କ ବନ୍ଧୁଙ୍କ ସହ ସେଠାକୁ ଗଲା !ଆରାଧନା ଆରମ୍ଭ ପୂର୍ବରୁ ଶେଷ ଧାଡିରେ ଯାଇ ବସିଥାନ୍ତି !ସେଠାକାର କାର୍ଯ୍ୟରତ ଜଣେ ବ୍ୟକ୍ତି ଗାନ୍ଧୀଙ୍କ ନିକଟକୁ ଆସି କହିଲା, ଏସିଆମହାଦେଶର ବ୍ୟକ୍ତିବୃନ୍ଦ ଆରାଧନାକୁ ଆସିବା ଦେବାଳୟ ଏହା ନୁହେଁ !ସେମାନେ ବ୍ରିଟିଶମାନଙ୍କ ସହ ବସି ଆରାଧନା କରିବା ଅଭ୍ୟାସ ଏଠାରେ ନାହିଁ !ଆପଣମାନଙ୍କ ନିମନ୍ତେ ଅଲଗା ଦେବାଳୟ ଅଛି !ତେଣୁ ଦୟାକରି ବାହାରକୁ ଚାଲିଯାନ୍ତୁ !

 

ସେଥିପାଇଁ ଗାନ୍ଧୀ ତାଙ୍କ ବନ୍ଧୁଙ୍କୁ ଦେଖି କହିଲା, ଏହି ଦେବାଳୟରେ ଯୀଶୁଖ୍ରୀଷ୍ଟଙ୍କୁ ସ୍ଥାନ ନାହିଁ କହିବା ମୋତେ ଆଚର୍ଯ୍ୟ ଲାଗୁଛି !ସଙ୍ଗେ ସଙ୍ଗେ ସେହି ଦେବାଳୟର କାର୍ଯ୍ୟରତ ବ୍ୟକ୍ତି ରାଗରେ କହିଲା, ଏହା କାର୍ଟକିସ ଦେବାଳୟ ଏଠାରେ ଯୀଶୁଖ୍ରୀଷ୍ଟ ନାହାନ୍ତି ବୋଲି କିପରି କହୁଛ ? ସେଥିପାଇଁ ଗାନ୍ଧୀ କହିଲା, ଯୀଶୁଖ୍ରୀଷ୍ଟ ଏସିଆମହାଦେଶର ବ୍ୟକ୍ତି !ଏହି ଦେବାଳୟରେ ଏସିଆମହାଦେଶର ଲୋକଙ୍କୁ ସ୍ଥାନ ନାହିଁ କହି ଆପଣ ହିଁ କହିଲେ ତ !ସେହି କାର୍ଯ୍ୟକାରି ଲାଜରେ ମୁଣ୍ଡ ତଳକୁ କଲା !

 

ଗାନ୍ଧୀ ଯୀଶୁଖ୍ରୀଷ୍ଟଙ୍କୁ ଗ୍ରହଣ କରିଥିଲେ କେତେ ଭଲ ରହିଥାନ୍ତା !ଭାରତ ଦେଶକୁ ତାହା ଏକ ମହାନ ଆଶୀର୍ବାଦ ହୋଇଥାନ୍ତା !କିନ୍ତୁ ଖ୍ରୀଷ୍ଟିଆନ ନାମରେ ଜାତି ପାଗଳରେ ବଞ୍ଚୁଥିବା କିଛି ଲୋକଙ୍କ ଦ୍ଵାରା ସେ ଯୀଶୁଖ୍ରୀଷ୍ଟ ଗ୍ରହଣ କରିବା ବନ୍ଦ ହୋଇଗଲା !ଆଜିର ଦିନରେ ମଧ୍ୟ ଅନେକ ଲୋକ ଖ୍ରୀଷ୍ଟଙ୍କ ନିମନ୍ତେ ପୌରସରେ ଠିଆ ହେବା ଦେଖିବା ବେଳେ ଖୁସିରେ ଅଛି !କିନ୍ତୁ ସେହି ସମୟରେ ସମସ୍ତଙ୍କ ହୃଦୟରେ ସେହି ବିଷ ସଦୃଶ୍ୟ ଜାତିର ଭାବନା ଅଚିତ !କେତେ ବ୍ୟକ୍ତି ଖ୍ରୀଷ୍ଟଙ୍କ ନିକଟକୁ ନ ଆସି ପଛକୁ ଫେରିଯାଉଛନ୍ତି !ଜାତିକୁ ଗୋଟିଏ ଦେବାଳୟର ଅବସ୍ଥା ଆମ ଭାରତ ଦେଶରେ ବଦଳିବା ପର୍ଯନ୍ତ ଜାଗରଣ ଡେରିହିଁ ହେବ !

 

ଏହା ପଡ଼ୁଥିବା ପ୍ରିୟ ବନ୍ଧୁ, ଆପଣା ନିମନ୍ତେ କଣ ? ଆପଣଙ୍କ ହୃଦୟରେ ମଧ୍ୟ ଜାତି ବିଷୟରେ ଭାବନା ତିଆରି ହୋଇ ଉଚ୍ଚନୀଚ ଅଛି କି ? ତୁମ୍ଭର ପ୍ରତ୍ୟେକ କାର୍ଯ୍ୟ ଅନ୍ୟମାନଙ୍କୁ ନିର୍ମାଣ କରୁଛି କି ନାହିଁତ ଭାଙ୍ଗି ଦେଉଛି କି ? ଭଙ୍ଗା ଲୋକଙ୍କୁ ଆପଣ ଭଲ କରୁଛନ୍ତି କି ନାହିଁତ ଖ୍ରୀଷ୍ଟଙ୍କ ନିମନ୍ତେ ଆସୁଥିବା ଲୋକଙ୍କୁ ଭାଙ୍ଗି ଦେଉଛୁ କି ? ଆମ୍ଭେ ଅନ୍ୟମାନଙ୍କୁ ଯଦି ପାଠକୁ ଦେଖି କି ଯଦି କୋଠାକୁ ଦେଖି ଜାତିକୁ ଦେଖି ଯଦି ନିଉନ ଦେଖିବା ସେମାନଙ୍କୁ ସୃଷ୍ଟି କରିଥିବା ସଦାପ୍ରଭୁଙ୍କୁ ହିଁ ଆମ୍ଭେ ସମାଦର କରୁଛୁ ଏହା ସତ୍ୟ ଅଟେ !ଆମେ ଦେଖୁଥିବା ସମସ୍ତଙ୍କୁ ସଦାପ୍ରଭୁଙ୍କର ସଦୃଶ୍ୟ କରାଯାଇଛି, ଏହା କଦାପି ନ ଭୁଲି ରହିବା !ଆମ୍ଭେ ସମସ୍ତଙ୍କ ନିମନ୍ତେ ଦିଆଯାଇଥିବା ଗୋଟିଏ ରକ୍ତରୁ ଜାତ ବୋଲି ଜାଣିପାରି ଏକତାରେ, ଆନନ୍ଦରେ ଜୀବନଯାପନ କରିବା !

- ଯେ. ସନ୍ତୋଷ 

 

ପ୍ରାର୍ଥନାର ଅଂଶ :-

ସଦାପ୍ରଭୁ ଆମକୁ ଦେଇଥିବା ଦର୍ଶନ ସଫଳ ହେବାକୁ ପ୍ରତ୍ୟେକ ରାଜ୍ୟରୁ ବାର ଜଣ ମିଶିନାରୀ ଆସିବା ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al Elexbet matbet giriş matbet instagram unban x unban twitter unban palacebet setrabet