Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 15-02-2022 (God’s creation’s special)
Share:

By Village Missionary Movement

Tuesday, 15-Feb-2022

ଆଜିର ବାକ୍ୟ (Oriya) 15-02-2022 (God’s creation’s special)

ହେଲିକପ୍ଟର 

“ପରସ୍ପର ମିଥ୍ୟା କୁହ ନାହିଁ ତୁମ୍ଭେମାନେ ତ ପୁରାତନ ସ୍ୱଭାବ ଓ ସେଥିର ସମସ୍ତ କର୍ମ ପରିତ୍ୟାଗ କରି ନୂତନ ସ୍ୱଭାବ ପରିଧାନ କରିଅଛ; ସେହି ନୂତନ ସ୍ୱଭାବ ଆପଣା ସୃଷ୍ଟିକର୍ତ୍ତାଙ୍କ ପ୍ରତିମୂର୍ତ୍ତି ଅନୁସାରେ ସମ୍ପୂର୍ଣ୍ଣ ଜ୍ଞାନ ପ୍ରାପ୍ତି ନିମନ୍ତେ ନୂତନୀକୃତ ହେଉଅଛି” - କଲସୀୟ 3:9-10

ବନ୍ଧୁଗଣ ମୁଁ କିଏ ଖୋଜ ଦେଖିବା ? ମୁଁ ନଦୀକୂଳରେ ଥିବି !ଚକ ଚକ ହୋଇ ଝଲସୁ ଥିବା ମୋତେ ଦେଖି ହାତକୁ ନ ନେବା ଲୋକ କେହି ନାହାନ୍ତି !ଆପଣଙ୍କ ଘର ଅଗଣାର ମଧ୍ୟ ରହିଛି !ମୁଁ ଗୁରୁତ୍ୱପୂର୍ଣ୍ଣ ଭାବେ ବାଇବେଲରେ ଅଛି !ହଁ ଠିକ, ମୁଁ ଚିକଣିଆ ପଥର !ମୋର କାହାଣୀ କହିବି କି ? 

ମୁଁ ଚିକଣିଆ ପଥର ହୋଇ ଜନ୍ମ ନେଇ ନାହିଁ !ବଡ଼ ପଥର ହୋଇ ଗୋଟିଏ ପର୍ବତ ଉପରେ ରହୁଥିଲି !ଦିନେ ଭୟଙ୍କର ବଜ୍ରପାତ ବର୍ଷା ଦ୍ଵାରା ମୁଁ ଖଣ୍ଡବିଖଣ୍ଡ ହୋଇ ଗଡି ଗଡି ପର୍ବତ, ଗଛ ଗୁଡିକୁ ଧୋକା ଦେଇ, ସମସ୍ତ କଷ୍ଟ ଅନୁଭବ କରି ନଦୀକୂଳକୁ ଆସିଅଛି !ଆକାର ବିହୀନ ହୋଇ ଦାରୁଣ ଭାବେ ଥିବା ମୁଁ, ଅନେକ ଲୋକଙ୍କ ପାଦକୁ ଆଘାତ କରି ଆହତ କଲି !ମୋ ନିକଟକୁ ଆସିଥିବା ଅନେକଙ୍କୁ ମୁଁ ତଦ୍ରୁପ ଆହତ କଲି !ଗୋଟିଏ ଦିନ ବନ୍ୟା ଆସି ମୋତେ ଭସାଇ ନେଲା !ମୁଁ ମାଲୋ.. କହି ଚିତ୍କାର କଲି !ଜଳରେ ବୁଡ଼ିଲି, ଖାଲ, ଢିପ, ଗଭୀର ସବୁ ସ୍ଥାନକୁ ସ୍ବର୍ଶ କରି ଭସାଇ ହେଲି !ମୋତେ ଶେଷରେ ପାଣି କୂଳକୁ ଠେଲି ଦେଲା !ମାଲୋ.. କହି ନିଶ୍ୱାସ ନେଇ ନିଜକୁ ମୁଁ ଦେଖିଲି !ଆଚର୍ଯ୍ୟ, ମୋର ତୀକ୍ଷ୍ଣ ଅଂଶ ଅସ୍ୱଷ୍ଟ ହୋଇ ଚିକଣିଆ ହେଲା !ସେତେବେଳେ ଦୂରରୁ ଜଣେ ସୁନ୍ଦର ଯୁବକ ଆସିବା ମୁଁ ଦେଖିଲି !ସେ ମୋତେ ଖୁସିରେ ନେଇ, ତାର ବ୍ୟାଗରେ ରଖିଲା !ମୁଁ କୁଆଡେ ଯାଉଛି ଭାବି ପାରିଲି ନାହିଁ !ଅଳ୍ପ ସମୟ ମଧ୍ୟରେ ଭୟଙ୍କର ଶବ୍ଦ ଶୁଣାଗଲା !ଏହି ଯୁବକ ଯଥାଶୀଘ୍ର ମୋତେ ବ୍ୟାଗରୁ କାଢି ବାଟୁଳିରେ ନିକ୍ଷେପ କରି ଫିଙ୍ଗିକି ମାରିଲା !ମୁଁ ଶତ୍ରୁର କପାଳକୁ ଫଡା କରିଦେଲି !ବଡ଼ ଉଲ୍ଲାସ, ତାପରେ ସେ ଦାଉଦ ଓ ଯିଏ ତଳେ ଓଲଟି ଯାଇଛି ସେ ଗଲିୟାତ ବୋଲି ଜାଣି ପାରିଲି !ମୁଁ ଛୋଟ ପଥର କିନ୍ତୁ ଗୟାତତଙ୍କୁ ହେଲିକପ୍ଟର ସଦୃଶ୍ୟ ଦେଖାଗଲି !ଛୋଟ ପଥର ହୋଇଥିବା ମୋତେ ବ୍ୟବହାର କରି, ପରମେଶ୍ୱର ଇଶ୍ରାଏଲଙ୍କୁ ଉଦ୍ଧାର କରିବା ଦେଖି ସଦାପ୍ରଭୁଙ୍କୁ ମୁଁ ସ୍ତୁତି କଲି !

ମୋ କାହାଣୀ ଶୁଣୁଥିବା ସାଥିଗଣ, ଆପଣମାନଙ୍କୁ ମଧ୍ୟ ସଦାପ୍ରଭୁ ଉପଯୋଗ କରିବାକୁ ଆଶା କରୁଛ କି ? ଅପଣଂକର ଚିକଣିଆ ଅଂଶ ଅର୍ଥାତ ଗର୍ବ, ରାଗ, ଚିଡିଚିଡ଼ିଆ, ଗୁଡିକ ଭାଙ୍ଗିବାକୁ ଆପଣମାନଙ୍କୁ ପରମେଶ୍ୱରଙ୍କ ହସ୍ତକୁ ସମର୍ପିତ କର !ସେ ଆପଣକୁ ଅନେକ ପ୍ରକାର ପରିସ୍ଥିତିରୁ କଢାଇ ନେଇ ତୁମ୍ଭଙ୍କୁ ଭାଙ୍ଗି ବଢ଼ାଇ, ତୁମ୍ଭଙ୍କୁ  ଉପଯୋଗ ହେବା ବ୍ୟକ୍ତି ଭାବେ ପ୍ରବର୍ତ୍ତନ କରିବେ !ମୋତେ ବ୍ୟବହାର କଲେ,ମାନେ,  ଆପଣମାନଙ୍କୁ ମଧ୍ୟ ବ୍ୟବହାର କରିବା ସର୍ବଶକ୍ତିମାନ  ହୋଇଅଛନ୍ତି !ଆମେନ୍ !
-    ଶ୍ରୀମତୀ ଏଭେନ୍ ସନ୍ତୋଷ 

ପ୍ରାର୍ଥନାର ଅଂଶ :-
ଓଡିଶା ରାଜ୍ୟର ଗଜପତି ଜିଲ୍ଲାର ହନ୍ନା ନାମକ ଗ୍ରାମରେ ନିର୍ମାଣ କରୁଥିବା ଚର୍ଚ୍ଚର ଆବଶ୍ୟକ ସବୁ ମିଳିବା ନିମନ୍ତେ ପ୍ରାର୍ଥନା କରିବା !

Whatsapp
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ +91 94440 11864  ନମ୍ବରକୁ ଯୋଗାଯୋଗ କରନ୍ତୁ !

Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin

ପ୍ରାର୍ଥନାର  ଆବଶ୍ୟକ  ପାଇଁ  ଯୋଗାଯୋଗ  କରନ୍ତୁ, ଆମର  ସେଲ  ନମ୍ବର : +91 9442493250, 
ଓଡ଼ିଆରେ  ପ୍ରାର୍ଥନା  ପାଇଁ: 9861597010.



hacklink satın al matbet matbet bahiscasino betsat betsat pashagaming pashagaming betpas betpas giriş ngsbahis perabet perabet giriş