Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 27-02-2022 (Kid’s special)
Share:

By Village Missionary Movement

Sunday, 27-Feb-2022

ଆଜିର ବାକ୍ୟ (Oriya) 27-02-2022 (Kid’s special)

ହୀରା 

“ଆଉ ସେହି ପ୍ରକାରେ ଈଶ୍ୱରଙ୍କ ସମସ୍ତ ପୂର୍ଣ୍ଣତାରେ ପରିପୂର୍ଣ୍ଣ ହୁଅ ।“ - ଏଫିସୀୟ 3:19

ଗୋଟିଏ ସହରରେ ଜଣେ ବୁଡିମାଆ  ଉତ୍ତମ ରୂପେ ଜୀବନଯାପନ କରି ଆସୁଥାଏ !ତାଙ୍କର ସବୁଦିନ ସନ୍ଦ୍ୟା ଭ୍ରମଣ ଯିବା ଅଭ୍ୟାସ ଥିଲା !ଭ୍ରମଣ ଶେଷ ହେବା ପରେ ପାର୍କର ଗୋଟିଏ ଚେୟାରରେ ବସି ଛୋଟ ପିଲାମାନେ ଖେଳିବା ଦେଖି ଖୁସି ଅନୁଭବ କରନ୍ତି !ତୁମ୍ଭମାନଙ୍କୁ ମଧ୍ୟ ସନ୍ଦ୍ୟାରେ ସାଙ୍ଗମାନଙ୍କ ସହ ମିଶି ପାର୍କରେ ଖେଳିବାକୁ ବହୁତ ଇଚ୍ଛାତ ? ସେଠାରେ ନନା,ନାନୀ ସମସ୍ତେ କଥା ହୋଇ ଆନନ୍ଦରେ ଖେଳନ୍ତି ତ ? ଅଜଣା ବ୍ୟକ୍ତିଙ୍କ ସହ ମଧ୍ୟ ତୁମେ ହସି ହସି ଖୁସିରେ ଖେଳିବ ତ !ତଦ୍ରୁପ ସେହି ବୁଡିମାଆ ମଧ୍ୟ ସବୁ ପିଲାମାନଙ୍କ ସହ ପ୍ରେମରେ କଥା ହୁଅନ୍ତି !ଏପରି ବୁଡିମାଆଙ୍କ ଅନେକ ଲୋକ ସାଥୀ ହୋଇଗଲେ !ସେଥିମଧ୍ୟରେ ଡାଇନା ନାମକ ଝିଅଟି ବୁଡିମାଆଙ୍କ ସହ ବହୁତ ଅଭ୍ୟାସ ହୋଇଗଲା !ଦିନେ ଡାଇନା ବୁଡିମାଆଙ୍କ ସହ କହିଲା, ବୁଡିମାଆ, ବୁଡିମାଆ... କାଲିକି ମୋର ଜନ୍ମ ଦିନ, ବାପା ବହୁତ ଉତ୍ସାହରେ ପାଳନ କରିବାକୁ ଯାଉଛନ୍ତି, ଆପଣ ନିଚୟ ଆସିବ !ଡାଇନା ନାତୁଣୀ ସଦୃଶ୍ୟ ପ୍ରେମରେ କଥା ହେବା ଯୋଗୁ ବୁଡିମାଆ ମଧ୍ୟ ଡାଇନାଙ୍କୁ ପ୍ରେମ କରି, ହଁ କହିଲା !ଜନ୍ମ ଦିନ ବୁଡିମାଆ ଡାଇନାଙ୍କୁ ବହୁମୂଲ୍ୟ ବିଶିଷ୍ଟ ହୀରାଖୋଦୀତ ଏକ ସୁନାମୁଦି ଗୋଟିଏ ବକ୍ସରେ ରଖି ଜନ୍ମ ଦିନର ଉପହାର ଦେଲା !ଜନ୍ମ ଦିନର ଉତ୍ସବ ସମାପ୍ତ ହେବା କ୍ଷଣି ସମସ୍ତେ ଚାଲି ଗଲା ପରେ ଉପହାର ବକ୍ସ ଗୁଡିକ ଖୋଲି ଦେଖୁଥାନ୍ତି !ସେତେବେଳେ ବୁଡିମାଆ ଦେଇଥିବା ମୁଦିକୁ ଡାଇନା ଦେଖିଲା !ପୁରୁଣାକାଳିଆ ଅଛି, ମୋର ପସନ୍ଦ ନାହିଁ କହି ତାହା ରଖି ଦେଲା ! ସପ୍ତାହ ପରେ ତାର ସାଙ୍ଗ ମାଳାରର ଜନ୍ମଦିନ ଆସିଲା !ମାଳାରକୁ ବୁଡିମାଆ ଦେଇଥିବା ମୁଦିକୁ ଡାଇନା ଦେଇଦେଲା !ମାଳାର ବାପା ଜଣେ ସୁନା ବେପାରୀ !ସେହି ହୀରାର ମୁଦିକୁ ଦେଖି କହିଲା, ତୁମ ସାଙ୍ଗ ଡାଇନାର ତୁମ୍ଭ ପ୍ରତି କେତେ ପ୍ରେମ ଅଛି !ଏତେ ବଡ଼ ବହୁମୂଲ୍ୟ ମୁଦି ତୁମକୁ ଉପହାର ସଦୃଶ୍ୟ ଦେଲା !ସଂଗେ ସଂଗେ ମାଳାର ଡାଇନାକୁ ଫୋନ ମାଧ୍ୟମରେ ସେ ଦେଇଥିବା ଉପହାର ପାଇଁ କୃତଜ୍ଞତା ଜଣାଇଲା !ବହୁମୂଲ୍ୟର ସୁନାମୁଦି ମୋର ନିମନ୍ତେ ଦେଇଛ !ତୁମ ପ୍ରେମ ପାଇଁ ମୁଁ ବହୁତ ଖୁସି ଅଟେ, କହିବା କ୍ଷଣି ଡାଇନାକୁ ବୁଡିମାଆ ମନେ ଆସିଲା !ବୁଡିମାଆଙ୍କର ପ୍ରେମ, ଦେଇଥିବା ଉପହାରକୁ ହରାଇଲି ବୋଲି ଡାଇନା ବହୁତ ଦୁଃଖ କଲା !

କଣ ପିଲାମାନେ, ଯୀଶୁଖ୍ରୀଷ୍ଟ ଆମ୍ଭ ନିମନ୍ତେ ତାଙ୍କ ଜୀବନ ଦେବା ପରି ଆମକୁ ପ୍ରେମ କଲେ !ବୁଡିମାଆଙ୍କର ପ୍ରେମକୁ ଡାଇନା ବୁଝି ନ ପାରିବା ସଦୃଶ୍ୟ, ଆମେମାନେ ମଧ୍ୟ ଅନେକ ଥର ଯୀଶୁବାପାଙ୍କର ପ୍ରେମକୁ ଜାଣି ନ ପାରି ଭୁଲି ଯାଉଛୁ ତ !ତୁମେମାନେ ତାହାଙ୍କୁ ଭୁଲିଗଲେ ସୁଧା ଯୀଶୁବାପା କଦାପି ତୁମ୍ଭମାନଙ୍କୁ ଭୁଲିବେ ନାହିଁ !ତେଣୁ ଯୀଶୁଙ୍କୁ ପ୍ରତିଦିନ ଧନ୍ୟବାଦ ଜଣାଇବା ଉଚିତ !ଓକେ ତ !ହଁ ପିଲାମାନେ, ପ୍ରଭୁଙ୍କର ପ୍ରେମକୁ ଆମେ ବୁଝିବା ଉଚିତ ବୋଲି ଆମେ ଶିଖିଲୁ !
-    ଏ. ବିହୁଲା

Whatsapp
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ +91 94440 11864  ନମ୍ବରକୁ ଯୋଗାଯୋଗ କରନ୍ତୁ !

Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin

ପ୍ରାର୍ଥନାର  ଆବଶ୍ୟକ  ପାଇଁ  ଯୋଗାଯୋଗ  କରନ୍ତୁ, ଆମର  ସେଲ  ନମ୍ବର : +91 9442493250, 
ଓଡ଼ିଆରେ  ପ୍ରାର୍ଥନା  ପାଇଁ: 9861597010.



hacklink satın al marsbahis casibom jojobet holiganbet setrabet marsbahis giriş vaycasino giriş betnano casibom giriş holiganbet giriş