Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 01-03-2022
Share:

By Village Missionary Movement

Tuesday, 01-Mar-2022

ଆଜିର ବାକ୍ୟ (Oriya) 01-03-2022

ଦୈନଦିନ ଜୀବନରେ ବିରକ୍ତ 

"...କାରଣ ପରମେଶ୍ୱର ତୁମ୍ଭର କାର୍ଯ୍ୟ ଗ୍ରହଣ କରି ସାରିଲେଣି।" - ଉପଦେଶକ 9:7

ଜୀବନରେ ଆମକୁ ଆସୁଥିବା ସବୁ ସମସ୍ୟା ଗଲିୟାତଙ୍କର ସଦୃଶ୍ୟ ବଡ଼ ସମସ୍ୟା ନୁହେଁ !ଯାହାହେଲେବି ବଡ଼ ସମସ୍ୟା ଆସିବା ବେଳେ ତାହାକୁ ଆମେ ମୁକାବିଲା କରି  ପାରିଲେ ସେଥିରେ ଏକ ଉତ୍ସାହର ତୃପ୍ତି ମିଳିବ !ଜୀବନର ଏକ ମୂଲ୍ୟ ଅଛି ଲାଗିବ !କିନ୍ତୁ ଦୈନଦିନ ଜୀବନରେ ଆମେ ପ୍ରତିଦିନ କରିବା ସାଧାରଣ କାମ ଆମକୁ ବିରକ୍ତ ଜନ୍ମାଏ !ଦିନ କାମକୁ ଯିବା, ରାନ୍ଧିବା, ପାଠ ପଡିବା ଏମିତି କାମ ଦ୍ଵାରା ଆମକୁ ବୋର ଲାଗେ !ଆମେ ଜୀବନରେ ମହାନ ଭାବେ କଣ କରି ପାରିଲୁ ବୋଲି ଆଲୋଚନାରେ ଆଜିର କାମ ଗୁଡିକ ବୋଝ ଓ ଅଳସୁଆ ଲାଗେ !ଖ୍ରୀଷ୍ଟଙ୍କର ନିମନ୍ତେ ମହାନ କାର୍ଯ୍ୟ କରିଥିବା ଅଦ୍ଦଭୁତ ଜୀବନ ଇତିହାସ ପଡିବା ବେଳେ ଅଥବା ଶୁଣିବା ବେଳେ ଆମ ଜୀବନ କଣ ଏକ ଜୀବନ କି ? ଏପରି ମୋର ଦୈନଦିନ ଜୀବନ ପରମେଶ୍ୱରଙ୍କୁ ଇଚ୍ଛା ଥିବ କି ? ଏହି ପ୍ରଶ୍ନ ଆସୁଥିବ !ପରମେଶ୍ୱରଙ୍କ ନିମନ୍ତେ ମହାନ କାର୍ଯ୍ୟ କରିବାକୁ ଆମନ୍ତ୍ରଣ ହୋଇଥିବା ଆମ୍ଭେ, ଗୋଟିଏ ବିଷୟକୁ ଭୁଲିବା ଉଚିତ ନୁହେଁ !

ଅତଏବ, ତୁମ୍ଭେମାନେ ଭୋଜନ କର କି ପାନ କର ଅବା ଯାହା କିଛି କର, ଈଶ୍ୱରଙ୍କ ଗୌରବ ନିମନ୍ତେ ସବୁ କର ବୋଲି ପ୍ରଥମ କରନ୍ତିୟ :-10:31 ରେ ଆମେ ଦେଖୁଛୁ !ଏହି ବାକ୍ୟ କଣ କହୁଛି ? ଆମ ଜୀବନରେ ଛୋଟ ଛୋଟ କାମ ମଧ୍ୟ ସଦାପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନିମନ୍ତେ କଲେ ସେ ତାହାକୁ ଭରପୁର ଉତ୍ସାହରେ ଗ୍ରହଣ କରିବେ !ହଁ ପ୍ରଭୁଙ୍କ ନିମନ୍ତେ ଆମେ କରୁଥିବା କାମ ଛୋଟ ହେଲେ ମଧ୍ୟ, ସେ ତାହାକୁ ମହାନ ଭାବେ ଗ୍ରହଣ କରିବେ !କିନ୍ତୁ ଆମେ ଖ୍ୟାତି ଅର୍ଜନ ନିମନ୍ତେ କରୁଥିବା ବଡ଼ ବଡ଼ କାର୍ଯ୍ୟ ଗୁଡିକ ତାହାଙ୍କ ଦୃଷ୍ଟିରେ ଛୋଟ ଅଟେ !

ପ୍ରିୟ ବନ୍ଧୁଗଣ, ଆପଣ ବିଦ୍ୟାର୍ଥୀ ଭାବେ, ପରିବାର ପ୍ରତିପୋଷଣ କରୁଥିବା ସ୍ତ୍ରୀ ଭାବେ, କମ୍ପାନୀରେ କାମ କରୁଥିବା ସ୍ୱାମୀ ରୂପେ ଅଥବା ସେବକ ଭାବେ ଆମନ୍ତ୍ରଣ  ହୋଇଥାଇ ପାର !ଯେ କେହି ଆମନ୍ତ୍ରଣ ହୋଇଥିବା ସ୍ଥାନରୁ ତୁମେ କରୁଥିବା ପ୍ରତି କାମକୁ ନ୍ୟାୟରେ ଉତ୍ତମ ଭାବେ କଲା ବେଳେ ପ୍ରଭୁଙ୍କର ନାମକୁ ଆପଣଙ୍କ ଦ୍ଵାରା ମହିମା କରାଯିବ !ଇଏ କରୁଥିବା କାମ ରାନ୍ଧିବା ତ, ସେ କରୁଥିବା କାମ ଅଫିସ ତ ବୋଲି ପ୍ରଭୁ କେବେ ଭାବିବେ ନାହିଁ !ସେଥିପାଇଁ ଏଥର ଯେକୌଣସି ଦିନ ଦୈନଦିନ କାର୍ଯ୍ୟ ନିମନ୍ତେ ବିରକ୍ତ ପ୍ରଶ୍ନ କରନ୍ତୁ ନାହିଁ !ଆପଣଙ୍କ ଦୈନିକ କାମରେ ପ୍ରଭୁଙ୍କର ସାନିଧ୍ୟରେ ଭରପୁର ଉତ୍ସାହରେ ଗ୍ରହଣ ଯୋଗ୍ୟ !ହାଲେଲୁୟା !
-    ଜେ. ସନ୍ତୋଷ 

ପ୍ରାର୍ଥନାର ଅଂଶ :-
ଏହି ମାସ ସାରା ହେବାକୁ ଥିବା କାର୍ଯ୍ୟରେ ପ୍ରଭୁଙ୍କର ହସ୍ତ ସହଯୋଗ ରହି କଢାଇ ନେବା ନିମନ୍ତେ ପ୍ରାର୍ଥନା କରିବା !

Whatsapp
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ +91 94440 11864  ନମ୍ବରକୁ ଯୋଗାଯୋଗ କରନ୍ତୁ !

Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin

ପ୍ରାର୍ଥନାର  ଆବଶ୍ୟକ  ପାଇଁ  ଯୋଗାଯୋଗ  କରନ୍ତୁ, ଆମର  ସେଲ  ନମ୍ବର : +91 9442493250, 
ଓଡ଼ିଆରେ  ପ୍ରାର୍ଥନା  ପାଇଁ: 9861597010



hacklink satın al grandpashabet grandpashabet grandpashabet grandpashabet giriş grandpashabet grandpashabet güncel giriş grandpashabet grandpashabet güncel grandpashabet grandpashabet giriş grandpashabet giriş grandpashabet grandpashabet grandpashabet grandpashabet jojobet giriş matbet giriş sahabet onwin bets10 bets10 giriş bets10 güncel giriş betcio atlasbet casibom Royalbet Royalbet giriş Royalbet güncel Royalbet meritking perabet casibom holiganbet galabet casibom perabet perabet giriş padişahbet padişahbet giriş grandpashabet kalitebet kalitebet giris betsmove betsmove giris gonebet gonebet giris betnano betnano giriş jojobet jojobet casinomilyon jojobet palacebet sonbahis wbahis grandpashabet betgit betsalvador matbet meritking