By Village Missionary Movement
Wednesday, 09-Mar-2022ଆଜିର ବାକ୍ୟ (Oriya) 09-03-2022
ଦେବଦାରୁ ବୃକ୍ଷ କହିଥିବା ସତ
“ତୁମ୍ଭେ ଆପଣା ନିମନ୍ତେ ଦେବଦାରୁ ଜାତୀୟ ବୃକ୍ଷର କାଷ୍ଠରେ ଗୋଟିଏ ଜାହାଜ ନିର୍ମାଣ କର; ତହିଁ ମଧ୍ୟରେ ନାନା କୋଠରି ବନାଇ ତହିଁର ଭିତର ଓ ବାହାର ଝୁଣା ଦ୍ୱାରା ଲେପନ କର।“ - ଆଦି ପୁସ୍ତକ 6:14
ମାଳା ଓ କବିତା ନାମକ ଦୁଇ ଜଣ ବନ୍ଧୁ, ଗୋଟିଏ କଲେଜରେ ଅଧ୍ୟୟନ କରୁଥାନ୍ତି !କବିତା ଯୀଶୁଙ୍କୁ ନ ଜାଣିବା ଥିବା ପରିବାରରେ ଜନ୍ମ ଗ୍ରହଣ କରିଥିବା ଜଣେ ଝିଅ !ମାଳା ତାର ଛୋଟ ବୟସରୁ ହିଁ ପ୍ରାର୍ଥନା ବାଇବଲ ପଡି ଯୀଶୁଙ୍କ ନିମନ୍ତେ ଉଚାହିଁତରେ ରହିଥିବା ଝିଅ !ଏହି ମାଳା ତାର ଚାରି ପଟେ ଥିବା ଲୋକଙ୍କ ସହିତ ଉତ୍ତମ ରୂପେ କଥା ଓ ବ୍ୟବହାର କରେ !ତାର କଲେଜ ପାଠପଡା, ଖେଳକୁଦ, ସବୁ ବିଷୟରେ ପ୍ରଥମ ସ୍ଥାନରେ ରହୁଛି !ଏହାର ବେତିରେଖ ଭାବେ ତାର ବନ୍ଧୁ କବିତା ଥିଲା !ତାହାର କଲେଜ ପାଠପଡା ସମୟରେ ପୃଥିବୀର ଲୋକଙ୍କ ସହିତ ମିଶି ସମୟ ନଷ୍ଟ କରିବା ହିଁ ତାର ଇଚ୍ଛା ଥିଲା !ଏହି କବିତା ପାଠପଡାରେ ମଧ୍ୟ କିଛି ପଛୁଆ ଥିଲା !ଦିନେ କବିତା ମାଳାକୁ ଗୋଟିଏ ପ୍ରଶ୍ନ ଦୁଃଖରେ ପଚାରିଲା !ମାଳା ଆମେ ଦୁହେଁ ଛୋଟ ବୟସରୁ ସାଙ୍ଗସାଥୀ, କିନ୍ତୁ ଆମ ଦୁହିଁଙ୍କ ମଧ୍ୟରେ ଅନେକ ଫରକ ଅଛି !ତୁମେ କିପରି ସମସ୍ତ ବିଷୟରେ ପ୍ରଥମ ସ୍ଥାନ ହେଉଛୁ ? ମାଳା କବିତା ନିକଟକୁ ଯାଉ କହିଲା, ମୁଁ ମୋତେ ସୃଷ୍ଟି କରିଥିବା ପ୍ରଭୁଙ୍କର ସହ ମୋର ଦିନର ପ୍ରଥମ ସମୟ ତାଙ୍କ ସହ ବିତାଏ !ଆଉ ମଣିଷମାନଙ୍କ ସହ କଥା ହେବା ପୂର୍ବରୁ ପ୍ରଥମେ ତାଙ୍କ ପାଦ ସାନିଧ୍ୟରେ ଜଗି ରହିବି !ସେତେବେଳେ ସେ ମୋ ସହ କଥା ହୁଅନ୍ତି !ସେହି ସ୍ବରକୁ ଶ୍ରବଣ କରି, ତାପରେ ମୁଁ ମୋର ଦିନଟି ଆରମ୍ଭ କରି, ସମସ୍ତ ବିଜୟୀ ହୋଇ ଦିନଟି ଶେଷ କରିବି !ପୃଥିବୀରେ ଜାଗତିକ ଆଶାରେ ଛନ୍ଦି ନ ହୋଇ, ତାହା ଆମକୁ ସୁରକ୍ଷା କରିବ ବୋଲି କହିଲା !ସଙ୍ଗେ ସଙ୍ଗେ କବିତା ମଧ୍ୟ ତାଙ୍କ ଜୀବନକୁ ମଧ୍ୟ ପ୍ରଭୁଯୀଶୁଙ୍କ ସାନିଧ୍ୟରେ ସମର୍ପିତ ହେଲା !
ପବିତ୍ର ଗ୍ରନ୍ଥରେ ମଧ୍ୟ ପରମେଶ୍ୱର ଦେବଦାରୁ ବୃକ୍ଷ ସହିତ ସେ ଦିନ ନୋହଙ୍କୁ ଜାହାଜ କରିବା ନିମନ୍ତେ ଆଜ୍ଞା କଲେ !କାହିଁକି ଦେବଦାରୁ ବୃକ୍ଷକୁ ହିଁ ପରମେଶ୍ୱର ନିର୍ଣ୍ଣୟ କଲେ ଜାଣିଛ କି ? ଦେବଦାରୁ ବୃକ୍ଷ ହେଉଛି କେତେ ପାଣି ଥିଲେ ମଧ୍ୟ ତାହାର ଅଗ୍ରଟି ପାଣିକୁ ଓ ପାଣିର ଅଳିଆ ଆବର୍ଜନାକୁ ଖସାଇ ଦେଇ ଜାହାଜରେ ନ ଲାଗିବା ନିମନ୍ତେ ସଂରକ୍ଷଣ କରିବ !ସଦାପ୍ରଭୁଙ୍କୁ ଜାଣି ଥିବା ଆମ୍ଭେମାନେ ମଧ୍ୟ ଜଗତରେ ମିଶି ଜୀବନଯାପନ କଲେ ବି ପୃଥିବୀରେ ଥିବା ପାପଗୁଡିକରେ ଆଶାରେ ନ ଲାଗି ଆମ୍ଭଙ୍କୁ ସଂରକ୍ଷଣ କରିବା !ସେ ଦିନ ଦେବଦାରୁ ବୃକ୍ଷରେ ନିର୍ମାଣ କରାଯାଇ ଥିବା ଜାହାଜରେ ଥିବା ନୋହଙ୍କ ପରିବାର ସଦୃଶ୍ୟ ଆମ୍ଭେମାନେ ମଧ୍ୟ ଜଗତରେ ନ ଲାଗି ସାକ୍ଷୀ ଜୀବନ ବଞ୍ଚିବାକୁ ପ୍ରଭୁଯୀଶୁଙ୍କ ସାହାଯ୍ୟରେ ପ୍ରସ୍ତୁତ ହେବା କି ?
- ଭି. ବିଶାଳି
ପ୍ରାର୍ଥନାର ଅଂଶ :-
ୟୁଟୁବରେ ପ୍ରଚାର କରୁଥିବା କାର୍ଯକ୍ରମ ମାଧ୍ୟମରେ ଅନେକ ଆଶୀର୍ବାଦ ନିମନ୍ତେ ପ୍ରାର୍ଥନା କରିବା !
Whatsapp
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ +91 94440 11864 ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.