By Village Missionary Movement
Thursday, 10-Mar-2022ଆଜିର ବାକ୍ୟ (Oriya) 10-03-2022
ଶାନ୍ତ ଜିହ୍ୱା
"ଶାନ୍ତ ଜିହ୍ୱା ଜୀବନ-ବୃକ୍ଷ ସ୍ୱରୂପ...।" - ହିତୋପଦେଶ 15:4
ରାମୁ ଓ ସୋମୁ ଦୁହେଁ ସାଙ୍ଗ ଅଟନ୍ତି !ଦିନେ ସୋମୁ ରାମୁଙ୍କୁ ପଚାରିଲା, ତୁମେ କାହିଁକି ପ୍ରତିଦିନ ପ୍ରାତହଭ୍ରମଣକୁ ଯାଉଛ ? ଆଉ ତୁମେ ବାରମ୍ବାର ଡାକ୍ତରଖାନାରେ ଦେଖାଯାଉଛୁ !ସଂଗେ ସଙ୍ଗେ ରାମୁ କହିଲା, ମୁଁ ଜଣେ ମଧୁମେହ ରୋଗୀ ଅଟେ !ସେଥିପାଇଁ ପ୍ରତିଦିନ ବଟିକା, ଇଞ୍ଜେକ୍ସନ ନେବାକୁ ପଡୁଛି !ସୋମୁ କହିଲା, ତୁମେ ନିଜକୁ ବ୍ୟାଧିଗ୍ରସ୍ତ ବୋଲି ଭାବ ନାହିଁ !ତାହା ଆପଣଙ୍କୁ ଅତ୍ୟଧିକ ଶକ୍ତିହୀନ କରିବ !ତୁମ୍ଭ ଶରୀରରେ ମଧୁମେହର ଅଂଶ ଅଧିକ ଥିବା ସତ !କିନ୍ତୁ ସେ ଅବସ୍ଥାଟି ବଦଳିବ !ଏଥିପାଇଁ ଚିନ୍ତା କରିବା ଆବଶ୍ୟକ ନାହିଁ !ବିଶ୍ୱାସରେ ତ୍ୟାଗ କରି ବିଶ୍ୱସ୍ତରେ ବଞ୍ଚି ପାରିବା !ହଁ ଏହିପରି ଆମେ ମଧ୍ୟ ଅନେକ ସମୟରେ ଏହି ଅବସ୍ଥା ବଦଳିବ ନାହିଁ !ମୁଁ ଅତ୍ୟଧିକ କଷ୍ଟ ପଡୁଛି !ମୁଁ ଏପରି ରହିବା ଦରକାର !ଏମିତି କଥା ଭାବି ପରିସ୍ଥିତିର ଆବଶ୍ୟକତାର ମନବଳରୁ ବଞ୍ଚିତ ହେଉଛୁ !
ପବିତ୍ର ଗ୍ରନ୍ଥ କହେ, ଶାନ୍ତ ଜିହ୍ୱା ଜୀବନ-ବୃକ୍ଷ ସ୍ୱରୂପ; ପୁଣି, କୁଟିଳ ଜିହ୍ୱା ଆତ୍ମା ଭଙ୍ଗ କରେ।ସେଥିପାଇଁ ଜିହ୍ୱା କଥାରେ ଜାଗ୍ରତରେ ରହିବା !କାଣାନ ଦେଶକୁ ଅନୁଧ୍ୟାନ କରିବାକୁ ଯାଇଥିବା ବାର ଜଣଙ୍କ ମଧ୍ୟରେ କାଲେବ ଓ ଯିହୋଶୁୟ ହିଁ ଆମେ ନିଚୟ ଯିବା ଓ ତାହାକୁ ଅକ୍ତିଆର କରିବା କହିଲେ !ଆଉ ଅନ୍ୟ ଦଶ ଜଣ କହିଲେ, ସେହି ଦେଶରେ ନିବାସ କରୁଥିବା ଜନତା ଶକ୍ତିଶାଳୀ, ସେମାନଙ୍କ ସହର ପ୍ରାଚୀର ବେଷ୍ଟିତ, ତାହା ସର୍ବଦା ମହାନ, ସେହି ଦେଶକୁ ଅକ୍ତିଆର କରି ପାରିବା ନାହିଁ !ଏହା ଶୁଣିଥିବା ସବୁ ଜନତା ବଚସାରେ କ୍ରନ୍ଦନ କରି ବିଳାପ କଲେ !ସେତେବେଳେ କାଲେବ ଓ ଯିହୋଶୁୟ ଦୁହେଁ ସେମାନଙ୍କୁ ବୁଝାଇ ଆମେ ନିଚୟ ସେହି ଦେଶକୁ ଅକ୍ତିଆର କରି ପାରିବା କହିଲେ !କିନ୍ତୁ ଜନତା ପରମେଶ୍ୱର କରିଥିବା ଅଦଭୂତକୁ ଭୁଲି ଯାଇ ଆଉଥରେ ବଚସା କରିବାକୁ ଆରମ୍ଭ କଲେ !ତଦ୍ରୁପ ବଚସା କରିବା ସମସ୍ତେ ସେହି କାଣାନ ଦେଶକୁ ଆକ୍ରମଣ କରି ପାରିଲେ ନାହିଁ !ଆମେ ଆକ୍ରମଣ କରି ପାରିବା, ଆମେ ନିଚୟ ବିଜୟୀ ହେବା ବୋଲି ବିଶ୍ୱାସ କରିଥିବା କାଲେବ ଓ ଯିହୋଶୁୟ ହିଁ କାଣାନକୁ ଅକ୍ତିଆର କରି ପାରିଲେ !
ଏହା ଶୁଣୁଥିବା ପ୍ରିୟ ବନ୍ଧୁଗଣ, ତୁମେ ସବୁ ଅବସ୍ଥାରେ ଅନୁକୂଳ ଦୃଷ୍ଟିରେ ଦେଖ !ଉତ୍ତମ ଜିହ୍ୱା କଥା କହିବା ବିଜୟକୁ ଅକ୍ତିଆର କରିବା !କାଲେବ ଓ ଯିହୋଶୁୟ କାଣାନକୁ ନିଜର କରିବା ସଦୃଶ୍ୟ ଆମ୍ଭେମାନେ ମଧ୍ୟ ଅନନ୍ତ କାଣାନକୁ ନିଜର କରିବା ପର୍ଯ୍ୟନ୍ତ ଉପକାରର ଶାନ୍ତ ଜିହ୍ୱା କଥା କହିବା, ଶ୍ରେୟରେ ବଞ୍ଚିବା !
- ଶ୍ରୀମତୀ ଆଣଭିଜ୍ୟୋତି ଷ୍ଟାଲିନ୍
ପ୍ରାର୍ଥନାର ଅଂଶ :-
ବାଇବଲ କଲେଜର ସମସ୍ତ ଛାତ୍ରଛାତ୍ରୀ ଅନ୍ତିୟଖିୟ ଉଜିୟମାନରେ ବ୍ୟବହୃତ ହେବା ନିମନ୍ତେ ପ୍ରାର୍ଥନା କରିବା !
Whatsapp
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ +91 94440 11864 ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.