Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 28-03-2022
Share:

By Village Missionary Movement

Monday, 28-Mar-2022

ଆଜିର ବାକ୍ୟ (Oriya) 28-03-2022

ଖ୍ରୀଷ୍ଟଙ୍କ ବନ୍ଧୁ ହୋଇ ରହିବାକୁ ଇଚ୍ଛା କରୁଛ କି 

“ମୁଁ ତୁମ୍ଭମାନଙ୍କୁ ଆଉ ଦାସ ବୋଲି କହୁ ନାହିଁ... କିନ୍ତୁ ମୁଁ ତୁମ୍ଭମାନଙ୍କୁ ବନ୍ଧୁ ବୋଲି କହିଅଛି,…।“ - ଯୋହନ 15:15

ଗୋଟିଏ ଅରଣ୍ୟ ପ୍ରାନ୍ତରରେ  ଦୁର୍ଘଟଣାରେ ଛନ୍ଦି ହୋଇ ଥିବା ଜଣେ ବ୍ୟକ୍ତିର ରବ ଶୁଣାଗଲା !ମୋତେ ଉଦ୍ଧାର କର, ମୋତେ ଉଦ୍ଧାର କର, ଏହି ଗାତରୁ ମୋତେ ଉଠାଇବାକୁ କେହି ନାହାନ୍ତି କି ? କଣ ମୁଁ ଏଥିରେ ହିଁ ମରିବାକୁ ହେବ କି ? ବୋଲି ଚାରି ଦିଗରୁ ଶବ୍ଦ ଆସିଲା !ସେହି ରାସ୍ତାରୁ ଆସିଥିବା ଜଣେ ଉତ୍ତମ ବ୍ୟକ୍ତି, ସେହି କ୍ରନ୍ଦନର ଶବ୍ଦ ଶୁଣି ସେ ତାର ଜୀବନକୁ ଖାତିରି ନ କରି, ସେହି ଗାତରୁ ତାହାକୁ ଉଦ୍ଧାର କଲା !ସେହି ଦିନଠାରୁ ଦୁଇଜଣ ବନ୍ଧୁ ହୋଇ ଗଲେ !ଦୁଇଜଣ ନିୟମିତ ମିଳନ ହୋଇ କଥାବାର୍ତ୍ତା ହେଉଥାନ୍ତି !କିନ୍ତୁ କିଛି ଦିନ ପରେ ଗାତରୁ ଉଦ୍ଧାର ହୋଇଥିବା ସେହି ବ୍ୟକ୍ତି ସାହାଯ୍ୟ କରିଥିବା ବ୍ୟକ୍ତି ସହିତ ନିୟମିତ ଭାବେ ବନ୍ଧୁତ୍ଵକୁ ରଖି ପାରିଲା ନାହିଁ !କାହିଁକିନା ତାହାର ଆଲୋଚନା, କଥାଭାଷା, ଚାଲିଚଳନ, ସେହି ଉତ୍ତମ ବ୍ୟକ୍ତିର ସହିତ ଖାପ ଖାଇଲା ନାହିଁ !ଏଥିପାଇଁ ସେହି ବ୍ୟକ୍ତି ଜଣେ ଉତ୍ତମ ସାଙ୍ଗକୁ ହରାଇଲା ! ପବିତ୍ର ବାଇବଲରେ ଶାଉଲ ରାଜା ନିୟମିତ ଭାବେ ପ୍ରବକ୍ତା ଶାମୂଏଲ ସହିତ ଉତ୍ତମ ସମ୍ପର୍କ ପାଇ ପାରିଲା ନାହିଁ !କାରଣ ଶାମୂଏଲଙ୍କ ହୃଦୟ ପ୍ରଭୁଙ୍କର ରବର ଆଜ୍ଞାର ଅଧୀନ !ଶାଉଲଙ୍କ ଚାଲିଚାଳନ ମନୁଷ୍ୟମାନଙ୍କୁ ସନ୍ତୁଷ୍ଟ ପରି ଥିଲା !

ହଁ ପ୍ରିୟ ବନ୍ଧୁଗଣ, ଉତ୍ତମ ବନ୍ଧୁ ସଦୃଶ୍ୟ ରହିବାକୁ ହେଲେ ଦୁଇଜଣ ଗୋଟିଏ ପ୍ରକାରର ମନ ରହିବା ଉଚିତ !ନହେଲେ ସେହି ଏକତା ଶାଶ୍ୱତ ଭାବେ ଅଗ୍ରଗତି କରିବା ଅସମ୍ଭବ !ଆମ୍ଭେମାନେ ମଧ୍ୟ ପାପରେ, ବେଆଇନରେ, ବ୍ୟାଧିରେ ଶଇତାନର ଜାଲରେ ଛନ୍ଦି ହୋଇଛୁ !ମୁକ୍ତି ନ ହୋଇ,  ସମାଧାନ ନ ପାଇ ହନ୍ତସନ୍ତ ହେଉଛୁ !ତାଙ୍କ ଜୀବନକୁ ମଧ୍ୟ ଖାତିରି ନ କରିଥିବା ଯୀଶୁଖ୍ରୀଷ୍ଟଙ୍କ କୃଶର ମୃତ୍ୟୁ ଦ୍ଵାରା ଆମ୍ଭେ ଏଠାରୁ ପରିତ୍ରାଣ ପାଇଲୁ !ସେଥିପାଇଁ ତାହାଙ୍କୁ ବନ୍ଧୁ ହେଲୁ !ସେହି ବନ୍ଧୁତ୍ଵ ଉତ୍ତମ ମାର୍ଗରେ ଯିବାକୁ ଆଶା କଲେ, ତାଙ୍କ ହୃଦୟ ସହିତ ଆମ ହୃଦୟ ସାମଞ୍ଜସ୍ୟ ହେବା ଉଚିତ !ତାଙ୍କରି ବନ୍ଧୁତ୍ଵରେ ଶାଶ୍ୱତ ଭାବେ ରହିବାକୁ ଭାବିଲେ, ତାଙ୍କ ଅନିଚ୍ଛାର ବନ୍ଧୁତ୍ଵକୁ,  ଚାଲିଚଳନକୁ ଆମ୍ଭ ଠାରୁ ଅପସାରଣ କରିବା ଉଚିତ !ଯୀଶୁଖ୍ରୀଷ୍ଟଙ୍କ ବନ୍ଧୁତ୍ଵରେ ସମସ୍ତେ ସ୍ଥିର ହୋଇ ରହିବା !ଆମେନ୍ !
-    ଏ. ଶିମିୟନ 

ପ୍ରାର୍ଥନାର ଅଂଶ '-
ପବ୍ଲିକ ପରୀକ୍ଷା ଲେଖିବାକୁ ପ୍ରସ୍ତୁତ ହୋଇଥିବା ବିଦ୍ୟାର୍ଥୀମାନଙ୍କୁ ପରମେଶ୍ୱର ବିଶେଷ ଜ୍ଞାନରେ ପୂର୍ଣ୍ଣ କରିବା ନିମନ୍ତେ ପ୍ରାର୍ଥନା କରିବା !

Whatsapp
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ +91 94440 11864  ନମ୍ବରକୁ ଯୋଗାଯୋଗ କରନ୍ତୁ !

Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin

ପ୍ରାର୍ଥନାର  ଆବଶ୍ୟକ  ପାଇଁ  ଯୋଗାଯୋଗ  କରନ୍ତୁ, ଆମର  ସେଲ  ନମ୍ବର : +91 9442493250, 
ଓଡ଼ିଆରେ  ପ୍ରାର୍ଥନା  ପାଇଁ: 9861597010.



hacklink satın al grandpashabet grandpashabet grandpashabet grandpashabet giriş grandpashabet grandpashabet güncel giriş grandpashabet grandpashabet güncel grandpashabet grandpashabet giriş grandpashabet giriş grandpashabet grandpashabet grandpashabet grandpashabet jojobet giriş matbet giriş sahabet onwin bets10 bets10 giriş bets10 güncel giriş betcio atlasbet casibom Royalbet Royalbet giriş Royalbet güncel Royalbet meritking perabet casibom holiganbet galabet casibom perabet perabet giriş padişahbet padişahbet giriş grandpashabet kalitebet kalitebet giris betsmove betsmove giris gonebet gonebet giris betnano betnano giriş jojobet jojobet casinomilyon jojobet palacebet sonbahis wbahis grandpashabet betgit betsalvador matbet meritking