Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 30-03-2022
Share:

By Village Missionary Movement

Wednesday, 30-Mar-2022

ଆଜିର ବାକ୍ୟ (Oriya) 30-03-2022

ମଦ୍ଦର୍ଶକ ପରମେଶ୍ୱର (ତୁମ୍ଭେ ମୋତେ ଦେଖୁଅଛ )
 
“ଆଉ ହାଗାର ଆପଣା ସହିତ କଥାବାର୍ତ୍ତାକାରୀ ସଦାପ୍ରଭୁଙ୍କର ଏହି ନାମ ରଖିଲା, ଯଥା, ମଦ୍ଦର୍ଶକ ପରମେଶ୍ୱର, (ହେ ପରମେଶ୍ୱର, ତୁମ୍ଭେ ମୋତେ ଦେଖୁଅଛ)...  - ଆଦି ପୁସ୍ତକ 16:13

ଫ୍ରାନସ ଦେଶର ବ୍ରମହାଣ୍ଡ ଦେବାଳୟରେ ଜଣେ ଶିଳ୍ପୀକୁ ଗୋଟିଏ ଦାଇତ୍ୱ  ଦିଆଗଲା !ତାହା ହେଉଛି କାନାନ ଗାଁରେ ବିବାହରେ ଅଂଶଗ୍ରହଣ କରିଥିବା ଏକ ଅଦଭୂତର ଦୃଶ୍ୟର ପଥର କାରୁକାର୍ଯ୍ୟ !ସେହି ଶିଳ୍ପୀ ଜଣକ ରାତିଦିନ ଆଗ୍ରହରେ  ପଥର କାରୁକାର୍ଯ୍ୟକୁ କଲା !ଇଏ କରିବା କାର୍ଯ୍ୟକୁ ତାହାର ପୁଅ ଦେଖୁଥାଏ !ସେହି ଦେବାଳୟକୁ ଶିଳ୍ପୀ ଏବଂ ତାର ପୁଅ ଯିବାବେଳେ କୋଡିଏ ପୁଟ ଉଚ୍ଚତାରେ ଶିଳ୍ପୀ କରିଥିବା ମୂର୍ତ୍ତି ଅଛି !ସଙ୍ଗେ ସଙ୍ଗେ ତାର ପୁଅ କହିଲା, ଏତେ ବଡ଼ ଉଚ୍ଚତାରେ ରଖିବାକୁ ହେଲେ ସାଧାରଣ ଭାବେ କରି ପାର !ଶିଳ୍ପୀ ପୁଅର କାନ୍ଦକୁ ଆଉଁସି କହିଲା, ପୁଅରେ ଏହାକୁ ଲୋକେ ଦେଖୁଛନ୍ତି କି ନାହିଁ, କିନ୍ତୁ ମୋର ପରମେଶ୍ୱର ମୋତେ ଦେଖୁଛି, ମୋତେ ଦାଇତ୍ୱ ଦିଆ ଯାଇଥିବା କାମକୁ ମୁଁ ମନ ଦେଇ ଉତ୍ତମ ରୂପେ କଲି !

ଅବ୍ରାହମକୁ ସନ୍ତାନ ନ ଥିବା ଯୋଗୁ ସାରା ତାର ଦାସୀ ହାଗାରକୁ ଅବ୍ରାହମ ସହ ବିବାହିତା କଲା !ହାଗାର ଗର୍ଭବତୀ ହେଲା !ଗର୍ଭବତୀ ହେଲା ପରେ ହାଗାର ମୋତେ ତୁଚ୍ଛଜ୍ଞାନ କରୁଅଛି ବୋଲି ସାରା ଭାବି, ହାଗାରକୁ କଠିନ ବ୍ୟବହାର କଲା !ହାଗାର ଏହି କଠିନତାକୁ ସହ୍ୟ କରି ନ ପାରି କଷ୍ଟ ଅନୁଭବ କରି, ଏହି କଠିନତାରୁ ଦୁରେଇ ଯିବାକୁ ଭାବନା କରି ତାଙ୍କ ସାଆନ୍ତାଣୀଠୁ ପଳାଇ ଗଲା !ସେତେବେଳେ ସଦାପ୍ରଭୁଙ୍କର  ଦୂତ ପ୍ରାନ୍ତର ମଧ୍ୟରେ ଗୋଟିଏ ନିର୍ଝର ନିକଟରେ, ଅର୍ଥାତ୍‍, ଶୂରର ପଥରେ ଯେଉଁ ନିର୍ଝର ଅଛି, ତହିଁ ନିକଟରେ ତାହାକୁ ଦେଖିଲା !ସଙ୍ଗେ ସଙ୍ଗେ ହାଗାର ମୁଁ  ପରମେଶ୍ୱରଙ୍କୁ ଦେଖିଲି ବୋଲି କହି, ହାଗାର ସେହି ସ୍ଥାନକୁ ମଦ୍ଦର୍ଶକ ପରମେଶ୍ୱର, (ହେ ପରମେଶ୍ୱର, ତୁମ୍ଭେ ମୋତେ ଦେଖୁଅଛ) ବୋଲି ନାମ ରଖିଲା !

ହଁ ପ୍ରିୟ ବନ୍ଧୁଗଣ, ମୋତେ ଦେଖିବାକୁ କେହି ନାହାନ୍ତି ବୋଲି ଚିନ୍ତିତ ହେଉଛ କି ? ବିବ୍ରତରେ ଦୁଃଖରେ ଏହି ପରିସ୍ଥିତିରୁ କିପରି ଖସିବାକୁ ହେବ ବୋଲି ସଂଙ୍କୋଚନ ଅଛ କି ? ହାଗାରକୁ ଦେଖିବା ପରମେଶ୍ୱର ଆଜି ଆପଣଙ୍କୁ ମଧ୍ୟ ଦେଖୁଛି !ଆମ୍ଭେ ମଣିଷ ଆପଣଙ୍କୁ ତୁଚ୍ଛ କରିପାରୁ !କିନ୍ତୁ ପାର୍ଶ୍ୱକୁ ଠେଲି ନ ଦେବା ସଦାପ୍ରଭୁ ଆପଣଙ୍କ ଦ୍ଵାରା ତଦରୂପ ମହାନ ମହାନ କାର୍ଯ୍ୟ କରିବ !ହାଗାରର ସନ୍ତାନକୁ ବିସ୍ତାରିତ କରିବି ବୋଲି ପ୍ରତିଜ୍ଞା କରିଥିବା ସଦାପ୍ରଭୁ ତାଙ୍କ ସନ୍ତାନକୁ ବିସ୍ତାରିତ କଲା !ସେହିପରି ଆପଣଙ୍କ ଦ୍ଵାରା କରିବାକୁ ଥିବା ଯୋଜନା ମହାନ ଅଟେ !ସେପର୍ଯ୍ୟନ୍ତ ଧୌର୍ଯ୍ୟରେ ରୁହ !ସେ ଆପଣଙ୍କୁ ଦେଖୁଥିବା ସଦାପ୍ରଭୁ ବୋଲି ଭୁଲି ଯାଆନ୍ତୁ ନାହିଁ !ଦେଖୁଥିବା ସଦାପ୍ରଭୁଙ୍କ ସହ ସମର୍ପିତ ହୋଇ ଅପେକ୍ଷାରେ ରୁଅ, ସଦାପ୍ରଭୁ ମହାନ କାର୍ଯ୍ୟ କରିବ !ଆମେନ୍ !
-    ଶ୍ରୀମତୀ ୠତ ଆନିଶ 

ପ୍ରାର୍ଥନାର ଅଂଶ :-
ପଶ୍ଚିମବଙ୍ଗ ରାଜ୍ୟରେ ନୂତନ ଭାବେ ସେବା କାର୍ଯ୍ୟ ଆରମ୍ଭ ହେବା  ନିମନ୍ତେ ପ୍ରାର୍ଥନା କରିବା !

Whatsapp
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ +91 94440 11864  ନମ୍ବରକୁ ଯୋଗାଯୋଗ କରନ୍ତୁ !

Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin

ପ୍ରାର୍ଥନାର  ଆବଶ୍ୟକ  ପାଇଁ  ଯୋଗାଯୋଗ  କରନ୍ତୁ, ଆମର  ସେଲ  ନମ୍ବର : +91 9442493250, 
ଓଡ଼ିଆରେ  ପ୍ରାର୍ଥନା  ପାଇଁ: 9861597010.



hacklink satın al Elexbet matbet giriş matbet instagram unban x unban twitter unban holiganbet setrabet marsbahis giriş vaycasino giriş