Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 31-03-2022
Share:

By Village Missionary Movement

Thursday, 31-Mar-2022

ଆଜିର ବାକ୍ୟ (Oriya) 31-03-2022

ତୁମ୍ଭ ସପକ୍ଷରେ ହୁଅନ୍ତି 

“...ଯେକେହି ତୁମ୍ଭ ବିପକ୍ଷରେ ଏକମେଳ ହୁଏ, ସେ ତୁମ୍ଭ ହେତୁ ପତିତ ହେବ।“ - ଯିଶାଇୟ 54:15

ଗୋଟିଏ ଗାଁରେ ଧନବଳ ଓ ଅଧିକାର ବଳ ଥିବା ଜଣେ ବ୍ୟକ୍ତି ଥିଲା !ସେ ତାଙ୍କ ବଡ଼ଭାଇ ଓ ତାହାର ସନ୍ତାନମାନଙ୍କ ବିରୋଧୀ ହୋଇ ତାଙ୍କ ପରିବାରକୁ ସବୁବେଳେ କ୍ଷତି କରୁଥାଏ !ସେମାନଙ୍କୁ ଅପମାନ କରିବା, ବିନା କାରଣରେ ଝଗଡା ହେବା, ସେମାନଙ୍କର ବିରୋଧ କରିବା, ଯେକୌଣସି ଏକ କାର୍ଯ୍ୟ କରି, ତାଙ୍କ ଲୋକଙ୍କୁ ଟଙ୍କା ପଇସା ଦେଇ ଉତ୍ତମ ନାମକୁ ନଷ୍ଟ କରି ଅନେକ ପ୍ରକାର ମନ୍ଦ କାର୍ଯ୍ୟ,  ଅନେକ ବର୍ଷରୁ କରି ଆସୁଥାଏ !ତାହାର କାରଣ ତାଙ୍କ ଠାରୁ ମହାନ ସ୍ଥାନକୁ ଆଉ କେହି ଆସିବାକୁ ନାହିଁ !ଆବାସ ସଦୃଶ୍ୟ ବଦଳିବା ଉଚିତ ନୁହେଁ !କିଛି ବର୍ଷ ପରେ ସେ ରୋଗାଗ୍ରସ୍ତ ହୋଇ ପୁରା ହୀନ ଅବସ୍ଥାକୁ ଆସିଗଲା !ତାପରେ ତାର ଭୁଲକୁ ଜାଣି ପାରି, ତାର ବଡ଼ଭାଇ ନିକଟକୁ ଯାଇ, ମୁଁ ତୁମ୍ଭ ବିରୋଧରେ, ତୁମ୍ଭ ସନ୍ତାନମାନଙ୍କ ବିରୋଧରେ ଅନେକ କ୍ଷତି କରିଲି, ମୋତେ କ୍ଷମା ଦିଅ କହି କ୍ଷମା ମାଗିଲା !ସେହି ବଡଭାଇ କହିଲା, ସଦାପ୍ରଭୁ ତୁମ୍ଭର ଅପରାଧ ସବୁ କ୍ଷମା କରନ୍ତୁ କହି, ତାଙ୍କୁ କ୍ଷମା ଦେଇ ଅନ୍ତର୍ଭୁକ୍ତ କଲା !

ଏହିପରି ଭାବେ ପବିତ୍ର ବାଇବଲରେ ଇସାକଙ୍କ ବିଷୟରେ ଯଦି ଆମେ ଦେଖିବା, (ଆଦି ପୁସ୍ତକ :-26:14) ରେ ପଲେଷ୍ଟୀୟ ଲୋକମାନେ ତାଙ୍କ ପ୍ରତି ଈର୍ଷା କରିବାକୁ ଲାଗିଲେ ବୋଲି ଲେଖା ଯାଇଛି !(ଆଦି ପୁସ୍ତକ:-26:15) ରେ  ତାଙ୍କର ପିତା ଅବ୍ରହାମଙ୍କ ସମୟରେ ତାଙ୍କ ପିତାଙ୍କ ଦାସମାନେ ଯେଉଁ ଯେଉଁ କୂପ ଖୋଳିଥିଲେ, ପଲେଷ୍ଟୀୟ ଲୋକମାନେ ମୃତ୍ତିକା ଦ୍ୱାରା ସେହି ସବୁ ପୋତି ପକାଇଲେ ବୋଲି ଲେଖା ଯାଇଛି !ଏହିପରି ଦୁଇଥର ପଲେଷ୍ଟୀୟମାନେ ଆସି ଇସାକଙ୍କ ଦାସମାନଙ୍କ ସହ ଯୁକ୍ତିତର୍କ କଲେ !ମାତ୍ର ତାହାକୁ ଛାଡିଦେଇ ତୃତୀୟ ଥର ଆଉ ଏକ କୂପ ଖୋଲିଲେ !ତାପରେ ପଲେଷ୍ଟିୟମାନେ ତାଙ୍କ ସହ ଆଉ ଝଗଡା କଲେ ନାହିଁ !ଏପରି ଇସାକଙ୍କ ସହିତ ବିରୋଧୀ ହୋଇ ପିଲେଷ୍ଟୀୟମାନେ କ୍ରୋଧରେ   କ୍ଷତି କରି ଆସିଲେ !ତାପରେ  (ଆଦି ପୁସ୍ତକ :-26:28-29) ରେ ଯଦି ଆମେ ଦେଖିବା, ପଲେଷ୍ଟୀୟମାନେ ଇସାକ ନିକଟକୁ ଆସି  “ସଦାପ୍ରଭୁ ତୁମ୍ଭର ସହାୟ ଅଟନ୍ତି, ନିଚୟ ତୁମ୍ଭେ ସଦାପ୍ରଭୁଙ୍କର ଆଶୀର୍ବାଦର ପାତ୍ର କହି ଏକ ନିୟମ କରିବାକୁ ଆସିଲେ !

ମୋର ପ୍ରିୟ ଭାଇ ଓ ଭଉଣୀଗଣ, ଯଦି ଏହିପରି ବିନା କାରଣରେ କିଛି ଲୋକ ତୁମ୍ଭ ବିରୋଧରେ କ୍ଷତି କରି ପାରନ୍ତି, ତିକ୍ତତାରେ କଥା କହନ୍ତି !ତେବେ ଭୟ କର ନାହିଁ କି ବିବ୍ରତ ହୁଅ ନାହିଁ !ତୁମ୍ଭେମାନେ ଇସାକଙ୍କ ସଦୃଶ୍ୟ ତାହା ସହ ଝଗଡା କର ନାହିଁ !ସଦାପ୍ରଭୁ ତୁମ୍ଭ ସହ ଅଛନ୍ତି, ତୁମ୍ଭଙ୍କୁ ଆଶୀର୍ବାଦ କରିବେ !ତାହା ସେମାନେ ଦେଖି ତୁମ୍ଭ ନିକଟକୁ ଆସିବେ ତୁମ୍ଭ ଠାରେ ପତିତ ହେବେ !ତୁମ୍ଭ ଦ୍ଵାରା ସେମାନଙ୍କୁ ପରମେଶ୍ୱର ଆଶୀର୍ବାଦ କରନ୍ତୁ !ଆମେନ୍ !
-    ଏ. ଇମାନୂଏଲ 

ପ୍ରାର୍ଥନାର ଅଂଶ :-
ମିଡ଼ିଆ ସେବା ନିମନ୍ତେ ଆବଶ୍ୟକ ଦ୍ରବ୍ୟ କ୍ରୟ ନିମନ୍ତେ ପ୍ରାର୍ଥନା କରନ୍ତୁ !

Whatsapp
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ +91 94440 11864  ନମ୍ବରକୁ ଯୋଗାଯୋଗ କରନ୍ତୁ !

Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin

ପ୍ରାର୍ଥନାର  ଆବଶ୍ୟକ  ପାଇଁ  ଯୋଗାଯୋଗ  କରନ୍ତୁ, ଆମର  ସେଲ  ନମ୍ବର : +91 9442493250, 
ଓଡ଼ିଆରେ  ପ୍ରାର୍ଥନା  ପାଇଁ: 9861597010



hacklink satın al Elexbet matbet giriş matbet instagram unban x unban twitter unban holiganbet setrabet marsbahis giriş vaycasino giriş