By Village Missionary Movement
Thursday, 07-Apr-2022ଆଜିର ବାକ୍ୟ (Oriya) 07-04-2022
ଆମ୍ଭେମାନେ ଧାରଣା ଥିବା ଲୋକ କି ?
“ଯୀଶୁ କହିଲେ, ପିତଃ, ଏମାନଙ୍କୁ କ୍ଷମା କର, କାରଣ ଏମାନେ କ'ଣ କରୁଅଛନ୍ତି, ତାହା ଜାଣନ୍ତି ନାହିଁ ।“ - ଲୂକ 23:34
ଯୀଶୁଖ୍ରୀଷ୍ଟ କୃଶରେ କହିଥିବା ପ୍ରଥମ କଥା !ଯୀଶୁଖ୍ରୀଷ୍ଟଙ୍କୁ କୃଶରେ ଚଡାଇବାର କାରଣ କିଏ ବା କଣ ? ଏହା ଆଲୋଚନା କଲେ, ଯିଶାଇୟ 53:5 ବଚନରେ ତାହାର ଉତ୍ତର ଦେଖି ପରିବା !ମାତ୍ର ସେ ଆମ୍ଭମାନଙ୍କ ଅଧର୍ମ ନିମନ୍ତେ କ୍ଷତବିକ୍ଷତ ହେଲେ ଓ ଆମ୍ଭମାନଙ୍କର ଅପରାଧ ନିମନ୍ତେ ଚୂର୍ଣ୍ଣ ହେଲେ; ସେଥିପାଇଁ ଆପଣ ଓ ମୋ ସହ ଏହି ଜଗତରେ ଥିବା ପ୍ରତ୍ୟେକ ଜଣ ଯୀଶୁଖ୍ରୀଷ୍ଟ କୃଶର ଦୁଃଖ ଅନୁଭବ କରିବାକୁ କାରଣ ହୋଇଛୁ !ସେହି ସମୟରେ ଯୀଶୁଖ୍ରୀଷ୍ଟ କୃଶରେ ଝୁଲିବା ବେଳେ କହିଲେ, ପିତଃ, ଏମାନଙ୍କୁ କ୍ଷମା କର, କାରଣ ଏମାନେ କ'ଣ କରୁଅଛନ୍ତି, ତାହା ଜାଣନ୍ତି ନାହିଁ !ଏହା କାହା ନିମନ୍ତେ କହୁଛନ୍ତି !
ସେହି କାଳରେ ଜୀବନଯାପନ କରୁଥିବା ଯିହୂଦୀ ବିଶେଷକରି ଫାରୂଶିୟମାନେ ସାଧୁକୀୟଗଣ ଯୀଶୁଖ୍ରୀଷ୍ଟଙ୍କୁ ଯୋଜନାବଧ ଭାବେ କୃଶରେ ଟଙ୍କାଇଲେ !ଇସକାରିତ ଯିହୂଦାକୁ ଟଙ୍କା ଦେବାଠୁ ଆରମ୍ଭ କରି ପିଲାତ ଗ୍ରହଣ କରିବା ପର୍ଯ୍ୟନ୍ତ ଏମାନେ ହିଁ କାରଣ ବୋଲି ଆମେ ଭାବନା କରୁଛୁ !ସଦାପ୍ରଭୁଙ୍କୁ ସଂଦାନ କରି, ବାକ୍ୟକୁ ଅନ୍ବେଶନ କରୁଥିବା ଏହି ଫାରୂଶିୟମାନେ, ସାଧୁକିୟମାନେ ମଧ୍ୟ ଯୀଶୁଖ୍ରୀଷ୍ଟଙ୍କ ବିଷୟରେ ସେମାନେ କରିବା କାମ ଶହପ୍ରତିଶତ ଠିକ ଅଟେ ବୋଲି ଭାବିଲେ !ସେଥିପାଇଁ ସେମାନେ କଣ କରୁଛନ୍ତି, ତାହା ସେମାନେ ଜାଣନ୍ତି ନାହିଁ ବୋଲି ଆମ୍ଭ ପ୍ରଭୁଯୀଶୁଖ୍ରୀଷ୍ଟ "ପିତା"ଙ୍କ ନିକଟରେ ଏମାନଙ୍କୁ କ୍ଷମା କର ବୋଲି ପ୍ରାର୍ଥନା କଲେ !ଆମ ଇଶ୍ୱର କୃଶରେ କହିଥିବା, ଉପରେ ଦେଖି ଥିବା କଥା ଗୁଡିକରୁ ଆମକୁ ଭାବନା ଆସୁଥିବା ଅଭିପ୍ରାୟ କଣସେଇଟା ଆମ୍ଭେ ଆମ ଦୃଷ୍ଟିରେ ଶହପ୍ରତିଶତ ଠିକ ଅଟେ ବୋଲି ଭାବି କିଛି ବିଷୟରେ ଇଶ୍ୱରଙ୍କ ଦୃଷ୍ଟିରେ ଶତପ୍ରତିଶତ ଠିକ ହୋଇ ନ ଥାଇ ପାରେ !ଏମିତି ବିଷୟରେ ଇଶ୍ୱର ଆମ୍ଭମାନଙ୍କୁ ଦୟାରେ କ୍ଷମା କରନ୍ତି !ହେଲେ ଆମ୍ଭେମାନେ ଏମିତି କାର୍ଯ୍ୟରେ ଧାରଣା ବିହୀନ ହୋଇ ନ ଜାଣି ଅଛୁ କି ? ଏହା ଆମେ ନିଜକୁ ନିଜେ ପରୀକ୍ଷା କରିବା ଉଚିତ !, ମୋ’ ଅନ୍ତରରେ ଦୁଷ୍ଟତାର କୌଣସି ଆଚରଣ ଅଛି କି ନାହିଁ, ଏହା ଦେଖ,ପୁଣି, ଅନନ୍ତ ପଥରେ ମୋତେ ଗମନ କରାଅ ବୋଲି (ଗୀତସଂହିତା :-139:24) ପ୍ରାର୍ଥନା କଲା ସଦୃଶ୍ୟ ଆମ୍ଭେମାନେ ମଧ୍ୟ ପ୍ରାର୍ଥନା କରିବା ଉଚିତ !ବିଶେଷକରି ଆମ୍ଭେ କରୁଥିବା ଯେକୌଣସି କାର୍ଯ୍ୟ ହେଉନା କାହିଁକି, ଏହା ଆମ ଜ୍ଞାନ ଦ୍ଵାରା ନୁହେଁ, ପ୍ରଭୁଙ୍କର ଦୃଷ୍ଟିରେ ସଠିକ ଅଟେ କି ବୋଲି ଆଲୋଚନା କରି ଗମନ କରିବା ଉଚିତ !ଏହାକୁ ଗ୍ରହଣ କରିବା ହୃଦୟରେ ଇଚ୍ଛା କରିବା ଉଚିତ !ଆଉ ପବିତ୍ର ବାଇବଲ ଦ୍ଵାରା, ଅନ୍ୟମାନଙ୍କ ଦ୍ଵାରା ଆମ୍ଭମାନଙ୍କ ଅଭାବକୁ ଜାଣି ପାରି ସଠିକ କରିବାକୁ ପ୍ରୟାସ କରିବା ଉଚିତ !
- ଯେ. ସାନ୍ତୋଷ
ପ୍ରାର୍ଥନାର ଅଂଶ :-
ପ୍ରତିଦିନ ଭୋର ସକାଳୁ ପାଞ୍ଚ ଘଣ୍ଟାରେ ୟୁଟୁବରେ ପ୍ରସାରଣ ହେଉଥିବା ସୁସ୍ଥତା ପ୍ରାର୍ଥନାରେ ଅଂଶଗ୍ରହଣ କରୁଥିବା ଲୋକ ସୁସ୍ଥତା ନିମନ୍ତେ ପ୍ରାର୍ଥନା କରିବା !
Whatsapp
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ +91 94440 11864 ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.