Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 24-04-2022 (Kids Special)
Share:

By Village Missionary Movement

Sunday, 24-Apr-2022

ଆଜିର ବାକ୍ୟ (Oriya) 24-04-2022 (Kids Special)

 

ଅପରିବର୍ତ୍ତନୀୟ 

 

“କାରଣ ଆମ୍ଭେ ସଦାପ୍ରଭୁ, ଆମ୍ଭର ପରିବର୍ତ୍ତନ ନାହିଁ; ଏହେତୁ ହେ ଯାକୁବଙ୍କ ସନ୍ତାନଗଣ, ତୁମ୍ଭମାନଙ୍କର ବିନାଶ ହୋଇ ନାହିଁ।“ - ମଲାଖି 3:6

 

ଅରଣ୍ୟରେ ଥିବା ଭିବିନ୍ନ ପ୍ରକାରର ପକ୍ଷୀ ସବୁ ମିଶି ଗୋଟିଏ ବୃକ୍ଷ ତଳେ ସମାବେଶ ପ୍ରସ୍ତୁତ କଲେ !ସେହି ସମାବେଶରେ ଆମ ଦେଶର ଜାତୀୟ ପକ୍ଷୀ ଅଧିକାରୀ ହୋଇ ଦାଇତ୍ୱ ନେଲା ! ପିଲାମାନେ, ତୁମେ ଆମ ଜାତୀୟ ପକ୍ଷୀ କଣ ଜାଣିଛ କି ? ହଁ ମୟୂର, ଆଉ ନ ଭୁଲି, ମନେ ରଖ ଠିକ ଅଛି ତ !ମୟୂର ଦୁଃଖ କଲା, କଣ ଆମ ମଧ୍ୟରେ ଅନେକ ପ୍ରକାରର ପକ୍ଷୀ ନାହାନ୍ତି !ଏହା ଶୁଣି ଥିବା ଇଗଲ କହିଲା, ଆମ ଜାତି ମଧ୍ୟ କମିଗଲା !ରାଜାମାନଙ୍କ ସଦୃଶ୍ୟ ଆମେ ସବୁ ଗାଁ ଚାରିପଟେ ଘୁରିବୁଲି ଆସିବୁ !ଏବେ ତାହା ମଧ୍ୟ ନାହିଁ !ସଙ୍ଗେ ସଙ୍ଗେ ମୟୂର କାଉକୁ ଦେଖି ପଚାରିଲା, କଣ ଭାଇ ତୁମ୍ଭେ ବହୁତ ଗାଁ ଗୁଡିକୁ ଯାଇ ଘର ଚାରିପଟେ ବୁଲି ଦେଖିକି ଆସିବ ତ !ସେଠାରେ ପକ୍ଷୀମାନଙ୍କ ବୁଲିବା କମି ଗଲା ବୋଲି ସମସ୍ତେ କହୁଛନ୍ତି !ଏହାର କାରଣ କଣ, ତୁମେ ଜାଣିଛ କି ? ସଙ୍ଗେ ସଙ୍ଗେ କାଉଗୁଡିକ କହିଲେ, କଣ ବୋଲି କହିବୁ ନାନୀ, ପୃଥିବୀରେ ଭିନ୍ନ ଭିନ୍ନ ଔଷଧ ଆବିଷ୍କାର କରି, ଫସଲ ଜମିରେ ଛିଞ୍ଚନ କରିବା ଦ୍ଵାରା ପୋକଗୁଡିକ ମରିଯାଉଛି !ଅନେକ ପ୍ରକାରର ତେଲ, ପ୍ଲାଷ୍ଟିକ ଜିନିଷ ପୋଡ଼ାଇବା ଦ୍ଵାରା ପବନ ଦୂଷିତ ହେଉଛି !କେବଳ ସେତିକିରେକି, ମନୁଷ୍ୟମାନେ ବ୍ୟବହାର କରୁଥିବା ସେଲଫୋନ ଦ୍ଵାରା ଆମ ଜାତି କମି ଯାଉଛି ବୋଲି କାଉମାନେ କହିବା ଦ୍ଵାରା, ଅନ୍ୟ ପକ୍ଷୀମାନେ ହଁ ତାହା ପ୍ରକୃତରେ ବୋଲି ସାକ୍ଷୀ ଦେଲେ !ଏହି ବିଷୟରେ ଶୁଣିଥିବା ମୟୂର, ସେତେବେଳ କାଳରେ ମୁଁ ଫେଣ ଛାଡି ନୃତ୍ୟ କଲେ, ଛୋଟପିଲାମାନେ, ବଡ଼ ଲୋକମାନେ ମଧ୍ୟ ଠିଆ ହୋଇ ଖୁସିରେ ଦେଖୁଥାନ୍ତି !ଏବେ ସେମାନେ ପରିଧାନ କରୁଥିବା ପୋଷାକ ଭିବିନ୍ନ ପ୍ରକାରରେ ଝଲସୁଛି !ସେଥିପାଇଁ ମୋତେ କେହି ଧରାଛୁଆଁ କରୁନାହାନ୍ତି ବୋଲି ତାହାର ଦୁଃଖର କାହାଣୀ ମୟୂର କହି ଶେଷ କଲା !ସଙ୍ଗେ ସଙ୍ଗେ ଗୋଟିଏ ଘର ଚଟିଆ ଉଠି କହିଲା, ପ୍ରାକୃତିକ ପୃଥିବୀ, କୁତ୍ରିମ ପୃଥିବୀରେ ବଦଳିଗଲା !ଅନ୍ୟ ପକ୍ଷୀ ସବୁ କହିଲେ, ତୁ ବହୁତ ଛୋଟ ପକ୍ଷୀ ହୋଇଥିଲେବି ପୃଥିବୀର ଚାରି ଦିଗ ଜାଣି ପାରିଲୁ ବୋଲି ହସିଲେ !ଏହି ପୃଥିବୀ ଏବଂ ଏହି ପୃଥିବୀରେ ଥିବା ମନୁଷ୍ୟମାନେ ବଦଳିଯିବ !କିନ୍ତୁ ମୟୁର କହିଲା, ଆମକୁ ସୃଷ୍ଟି କରିଥିବା ଇଶ୍ୱର କୌଣସି ଦିନ ବି ପରିବର୍ତ୍ତନ ହେବ ନାହିଁ !ଅନ୍ୟ ପକ୍ଷୀ ସବୁ ହଁ ବୋଲି କହି, ଆମକୁ ପ୍ରତିଦିନ ପୋଷଣ କରି, ସୁରକ୍ଷା କରୁଥିବା ପ୍ରଭୁଙ୍କୁ କୃତଜ୍ଞତା ଜଣାଇବା କହି ସେହି ସମାବେଶକୁ ଶେଷ କଲେ !

 

ପ୍ରିୟ ଭାଇ ଓ ଭଉଣୀମାନେ, ପକ୍ଷୀମାନେ କଥା ହେଉଥିବା କଥା ଶୁଣିଲ କି ? ସବୁ ପରିବର୍ତ୍ତନ ହୋଇଯିବ, କେବଳ ଯୀଶୁ ହିଁ ଅପରିବର୍ତ୍ତନ ବୋଲି ପକ୍ଷୀମାନେ ମଧ୍ୟ ଜାଣି ପାରିଲେ !ଦେଖିଲ ତ, ଅପରିବର୍ତ୍ତନ ଇଶ୍ୱରଙ୍କୁ ଭୁଲିବାକୁ ନାହିଁ !ପରିବର୍ତ୍ତନ ମନୁଷ୍ୟକୁ ଖୋଜି ଖୋଜି ଯିବାକୁ ନାହିଁ !ଯୀଶୁ ବାପାଙ୍କୁ ଖୋଜି, ପ୍ରକୃତ ଆନନ୍ଦ ପାଇବାକୁ ପ୍ରସ୍ତୁତ ତ, ସୁପର !

 

ଶ୍ରୀମତୀ ଯିବା ବିଜୟ

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al Elexbet matbet giriş matbet instagram unban x unban twitter unban palacebet setrabet