Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 27-04-2022
Share:

By Village Missionary Movement

Wednesday, 27-Apr-2022

ଆଜିର ବାକ୍ୟ (Oriya) 27-04-2022

 

ସାହାଯ୍ୟ 

 

"...ପୁଣି, ଯେଉଁ ମାପରେ ମାପ କର, ସେହି ମାପରେ ତୁମ୍ଭମାନଙ୍କୁ ମପାଇ ଦିଆଯିବ ।" - ମାଥିଉ 7:2

 

ଦିନେ ସାଧୁ ସୁନ୍ଦର ସିଂ ତିବତିୟ ଆଡେ ଯିବା ବେଳେ, ତାଙ୍କ ସହ ମିଶି ଅନ୍ୟ ଜଣେ ଯାତ୍ରା କରୁଥାଏ !ସେ ତାର ଶରୀର ଥରିଥରି ପର୍ବତ ଚଡି ନ ପାରି ଚଢ଼ୁଛି !ତାର ଶରୀର ପୁରାପୁରି ଥଣ୍ଡା ହୋଇ ଦୁର୍ବଳ ହୋଇଗଲା !ସେତେବେଳେ ସେମାନେ ଯାଉଥିବା ରାସ୍ତାର ଏକ ଗାତରେ ପଡି, ଜଣେ ବ୍ୟକ୍ତି ଜୀବନରେ ସଂଗ୍ରାମ କରୁଥିବା ଦେଖିଲେ !ସେତେବେଳେ ସାଧୁ ସୁନ୍ଦର ସିଂ ତାକୁ ସାହାଯ୍ୟ କରିବାକୁ ତାଙ୍କ ସହ ଥିବା ବ୍ୟକ୍ତିକୁ ଡାକିଲା !କିନ୍ତୁ ସେ ବ୍ୟକ୍ତି କହିଲା, ଆମେ ହିଁ ଦୁର୍ବଳ ଅଛୁ, ଆମେ ତାଙ୍କୁ କେମିତି ସାହାଯ୍ୟ କରି ପାରିବା କହି ଚାଲିଗଲା !କିନ୍ତୁ ସାଧୁ ସୁନ୍ଦର ସିଂ ସେହି ଗାତକୁ ଓଲାଇ ସେ ବ୍ୟକ୍ତିକୁ ତାଙ୍କ ପିଠିରେ ଲଦିହୋଇ ଧୀରେଧୀରେ ଚାଲିଚାଲି ଗଲା !ସାଧୁଙ୍କ ଶରୀରରେ ଗରମ ବଢିବାକୁ ଲାଗିଲା !ସେଥିପାଇଁ ତାଙ୍କ ଶରୀର ବି ସବଳ ହେଲା !ସେମାନେ ଚାଲି ଯିବା ଅଳ୍ପ ଦୂରରେ, ଜଣେ ମୃତ୍ୟୁ ହୋଇ ପଡିଥିବା ଦେଖିଲେ !ସେ ସାଧୁଙ୍କୁ ସାହାଯ୍ୟ ନ କରି ଚାଲିଯାଇଥିବା ବ୍ୟକ୍ତି ଅଟେ !ତାଙ୍କ ଶରୀରରେ ଗରମ କମିଯିବା ଦ୍ଵାରା ଶିତକୁ ସହ୍ୟ ନ କରିପାରି ସେ ମୃତ୍ୟୁ ହୋଇଗଲା !ପବିତ୍ର ବାଇବଲରେ ଆମେ ଦେଖୁଚୁ, ପୁଣି, ଯେଉଁ ମାପରେ ମାପ କର, ସେହି ମାପରେ ତୁମ୍ଭମାନଙ୍କୁ ମପାଇ ଦିଆଯିବ ।ତେଣୁକରି ଆମେ ଅନ୍ୟମାନଙ୍କୁ କଣ କରିବା ତାହା ହିଁ ଇଶ୍ୱର ଆମକୁ ପୁନର୍ବାର ଦିଅନ୍ତି !ଆମେ ଅନ୍ୟମାନଙ୍କୁ ସାହାଯ୍ୟ ନ କରି ଥିବା ପରି ହେଲେ, ଆମର ବିପଦ କାଳରେ ଇଶ୍ୱରଙ୍କୁ ଡାକିବା ବେଳେ ସଦାପ୍ରଭୁ ଆମର ରବକୁ ଶୁଣନ୍ତି ନାହିଁ !ଅନ୍ୟମାନେ ମଧ୍ୟ ଆମକୁ ସାହାଯ୍ୟ କରିବେ ନାହିଁ !

 

ଏଥିପାଇଁ ପବିତ୍ର ବାଇବଲରେ ଏକ ଉତ୍ତମ ଉଦାହରଣ ଯୀଶୁଖ୍ରୀଷ୍ଟ କହିଥିବା ଏକ ଉପମାରେ ରହିଛି "ଉତ୍ତମ ସମୀରୋଣିୟ" !ଜଣେ ମନୁଷ୍ୟ ଚୋରମାନଙ୍କ ଠାରୁ ଆଘାତ ହୋଇ ମୃତ୍ୟୁମୁଖ ଅବସ୍ଥାରେ ଥିବା ସମୀରୀୟ ସାହାଯ୍ୟ କରିବାକୁ ଆଗକୁ ଆସିଲା !ତାଙ୍କ ପୂର୍ବରୁ ଲେବି, ଯାଜକଗଣ, ଅନେକ ଲୋକେ ଆଘାତ ହୋଇଥିବା ସେହି ମନୁଷ୍ୟକୁ ଦେଖି ଚାଲିଗଲେ !କିନ୍ତୁ ସେ ସମୀରୋଣିୟ ତାଙ୍କୁ ଦେଖି, ତାଙ୍କ ପ୍ରତି ଦୟା ଦେଖାଇ, ତାକୁ ପରାମର୍ଶ କଲା !ସେଥିପାଇଁ ସେ ସଦାପ୍ରଭୁଙ୍କର ଦ୍ଵାରା 'ଉତ୍ତମ ସମୀରୋଣିୟ'ବୋଲି ଭଲ ସାଖ୍ୟ ପାଇଲା !ଆଜି ଆମେ ଆମର ଜୀବନକୁ ଅନ୍ବେସନ କରି ଦେଖିବା !ସାହାଯ୍ୟ ନିମନ୍ତେ ଆମକୁ ବିଶ୍ୱାସ କରି ଆସିବା ଲୋକଙ୍କୁ ଆମେ ଦେଉଥିବା ଉତ୍ତର କଣ ? ବିଚାର ବ୍ୟବସ୍ଥାରେ ଆମେ କେଉଁ ଆଡ଼େ ଠିଆ ହେଉଛୁ !ଗରିବଙ୍କୁ, ଦରିଦ୍ରମାନଙ୍କୁ ସାହାଯ୍ୟକାରୀ ସଦୃଶ୍ୟ କି ? ନା ପ୍ରଭୁଙ୍କୁ ଜାଣିନୁ କହିବା ଲୋକଙ୍କଠି ? 

- ଶ୍ରୀମତୀ . ଷ୍ଟେଫି ରୋକ୍ସନ 

 

ପ୍ରାର୍ଥନାର ଅଂଶ :-

ମିଶିନାରୀମାନଙ୍କୁ ସାହାଯ୍ୟ କରିବା ପାଇଁ ନୂତନ ପ୍ରାୟୋଜିତ ଯୋଗାଇବା ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al Elexbet matbet giriş matbet instagram unban x unban twitter unban palacebet setrabet