Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 25-05-2022
Share:

By Village Missionary Movement

Wednesday, 25-May-2022

ଆଜିର ବାକ୍ୟ (Oriya) 25-05-2022

 

ଲୋଭ 

 

“ସେତେବେଳେ ଆହାବ ନାବୋତର ମରଣ କଥା ଶୁଣନ୍ତେ, ଆହାବ ଉଠି ଯିଷ୍ରିୟେଲୀୟ ନାବୋତର ଦ୍ରାକ୍ଷାକ୍ଷେତ୍ର ଅଧିକାରରେ ଆଣିବା ପାଇଁ ଗଲେ।“ - ପ୍ରଥମ ରାଜାବଳୀ 21:16

 

ଗୋଟିଏ ହତ୍ୟା କରିବା ଘୋର ପାପର କାରଣ ହେଉଛି ଲୋଭ !ଆମଠାରେ ଯାହା ଅଛି ସେଥିରେ ତୃପ୍ତି ନ ହୋଇ ଆଉ ସମ୍ପତି, ଅଟ୍ଟାଳିକା, ଜମି ଅକ୍ତିଆର କରିବା ଉଚିତ ବୋଲି ଧାଇବା ଉଚିତ ନୁହେଁ !ଜୀବନ ଧୌଡ ଭୁଲ ବାଟରେ ଯିବା ବେଳେ ଜୀବନ ବିନାଶ ନିକଟକୁ ନେଇକି ଯିବ !ତାହାହିଁ ଆହାଵ ରାଜା ଏବଂ ନାବୋତଙ୍କ ଠାରେ ଦେଖି ପାରିବା !

 

ରାଜା ଆହାବଙ୍କର ଅଟ୍ଟାଳିକା ସନ୍ନିକଟରେ ନାବୋତର ଖଣ୍ଡେ ଦ୍ରାକ୍ଷାକ୍ଷେତ୍ର ଥିଲା।ଏଣୁ ଆହାବ ଭାବିଲା ତାହା ଶାକକ୍ଷେତ୍ର କରିବି !କିନ୍ତୁ ନାବୋତ ତାଙ୍କ ପୌତୃକ ଅଧିକାର ସେହି କ୍ଷେତ୍ରକୁ ଆହାଵଙ୍କୁ ଦେବା ନିମନ୍ତେ ଇଚ୍ଛା କଲା ନାହିଁ ! ଏହି ଘଟଣା ଶୁଣିଥିବା ଆହାଵଙ୍କ ସ୍ତ୍ରୀ ଈଷେବଲ୍‍ ନାବୋତଙ୍କୁ ମିଥ୍ୟାରେ ବୋଧ କରାଇଲା !ନାବୋତର ମୃତ୍ୟୁ ଖବର ଶୁଣି ଆହାଵ, ନାବୋତର ଦ୍ରାକ୍ଷାକ୍ଷେତ୍ରକୁ ନିଜର ଅକ୍ତିଆର କଲା ବୋଲି ତିଶ୍‍ବୀୟ ଏଲୀୟଙ୍କ ନିକଟରେ ସଦାପ୍ରଭୁଙ୍କର ବାକ୍ୟ ଉପସ୍ଥିତ ହୋଇ ସଦାପ୍ରଭୁ ଏହି କଥା କହନ୍ତି, ଯେଉଁ ସ୍ଥାନରେ କୁକ୍କୁରମାନେ ନାବୋତର ରକ୍ତ ଚାଟି ଖାଇଲେ, ସେହି ସ୍ଥାନରେ କୁକ୍କୁରମାନେ ତୁମ୍ଭର ରକ୍ତ ମଧ୍ୟ ଚାଟି ଖାଇବେ।ଆହାଵ ତାଙ୍କ ଠାରେ ଥିବା ଅନେକ ଦ୍ରାକ୍ଷାକ୍ଷେତ୍ର ମଧ୍ୟରେ ଗୋଟିଏ ଶାକକ୍ଷେତ୍ର କରି ଅନୁଭବ କରି ପାରିଥାନ୍ତା !ସେହିପରି ନ କରି ନାବୋତଙ୍କ ଠାରେ ଥିବା କେବଳ ଗୋଟିଏ ଦ୍ରାକ୍ଷାକ୍ଷେତ୍ରକୁ ନାବୋତକୁ ବୋଧ କରି ଅକ୍ତିଆର କଲା !ଏହି ଆଶା ଦୁରାଶା ହେଲା !ଶେଷରେ ଆହାଵଙ୍କ ପରିବାର ଏବଂ ତାଙ୍କ ବଂଶାବଳୀ ସମସ୍ତେ ବିନାଶ ହେଲେ !

 

ଏହା ଶୁଣୁଥିବା ପ୍ରିୟ ଭାଇ ଓ ଭଉଣୀଗଣ, ତୁମ୍ଭଠାରେ ଅନେକ ସମ୍ପତି ଥିଲେବି ଅନ୍ୟର ସମ୍ପତି ନିମନ୍ତେ ଲୋଭ ହେଉଛ କି ? ଯେମିତି ହେଲେ ତାହା ପାଇବାକୁ ହେବ ବୋଲି ଅନ୍ୟାୟରେ ଆଲୋଚନା କରୁଛ କି ? ଆମେ ରାଜା ଓ ରାଣୀ ବୋଲି ଆହାଵ, ଈଷେବଲ୍‍ ଅହଂକାରରେ, ଆମେ କଣ କଲେବି କେହି ଆମକୁ ପଚାରିବା ଲୋକ ନାହାନ୍ତି ବୋଲି ଅନ୍ୟମାନଙ୍କୁ ଠେଲି ଦେଲା ସଦୃଶ୍ୟ ତୁମ୍ଭେମାନେ ମଧ୍ୟ ଠେଲି ଦେଉଛ କି ? ଜାଗ୍ରତରେ ରୁହନ୍ତୁ, ପ୍ରଭୁ ପରମେଶ୍ୱର ତାଙ୍କ ସପକ୍ଷରେ ତୁମ୍ଭ ସହ ଯୁକ୍ତି କରିବେ !କେବଳ ତୁମ୍ଭେ ହିଁ ନୁହେଁ, ତୁମ ପରିବାର, ତୁମ୍ଭର ସନ୍ତାନମାନେ ପୀଡିତ ହେବେ !ତୁମ୍ଭଙ୍କୁ ମଧ୍ୟ ଅନନ୍ତ ନର୍କରେ ପକାଇ ଦିଆଯିବ !ସଦାପ୍ରଭୁ ତୁମ ନିମନ୍ତେ ବିଚାର କରିବେ !ଲୋଭ ଦୁଃଖର ଆଣେ ବୋଲି ଜାଗତିକ ଭାଷା !କିନ୍ତୁ ଲୋଭକୁ ପ୍ରଭୁଯୀଶୁଖ୍ରୀଷ୍ଟ ଦେଉଥିବା ଦଣ୍ଡ ବହୁତ ବଡ଼ !ଆମେ ଏହି ଲୋଭକୁ ଠେଲି ଦେଇ ସଦାପ୍ରଭୁଙ୍କର ନିକଟକୁ ଯିବା ଆମେ ଓ ଆମ ପରିବାର ଆଶୀର୍ବାଦ ପାଇବା !

- ଶ୍ରୀମତୀ ଭୁବନା ଧାନାବାଲାନ 

 

ପ୍ରାର୍ଥନାର ଅଂଶ :-

ଭି. ଏମ. ଏମ ସେଵା ମାଧ୍ୟମରେ ବିଶେଷ ଭାବେ ଯୌବନ ସ୍ତ୍ରୀମାନଙ୍କ ନିମନ୍ତେ ପ୍ରସାରଣ କରାଯାଉଥିବା ପତ୍ରିକା ଦ୍ଵାରା ଅନେକ ଯୌବନ ସ୍ତ୍ରୀ ଖ୍ରୀଷ୍ଟଙ୍କ ପ୍ରେମ ଜାଣିବା ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al Elexbet matbet giriş matbet instagram unban x unban twitter unban holiganbet setrabet marsbahis giriş vaycasino giriş