By Village Missionary Movement
Saturday, 28-May-2022ଆଜିର ବାକ୍ୟ (Oriya) 28-05-2022
ଧୂଳିପୂର୍ଣ୍ଣ ଗୃହ
“ଯେଣୁ ଶରୀର ସକାଶେ ଦୁର୍ବଳ ହେବାରୁ ମୋଶାଙ୍କ ବ୍ୟବସ୍ଥା ଯାହା ସାଧନ କରି ପାରିଲା ନାହିଁ, ତାହା ଈଶ୍ୱର ଆପଣା ପୁତ୍ରଙ୍କୁ ପାପମୟ ଶରୀରର ସାଦୃଶ୍ୟରେ ପାପ ବିନାଶ ନିମନ୍ତେ ପ୍ରେରଣ କରି ଶରୀରରେ ପାପକୁ ଦଣ୍ଡାଜ୍ଞା ଦେବା ଦ୍ୱାରା କଲେ, ଯେପରି ଶାରୀରିକ ଭାବାନୁସାରେ ଆଚରଣ ନ କରି ଆତ୍ମିକ ଭାବାନୁସାରେ ଆଚରଣ କରିଥାଉ ଯେ ଆମ୍ଭେମାନେ, ଆମ୍ଭମାନଙ୍କଠାରେ ମୋଶାଙ୍କ ବ୍ୟବସ୍ଥାର ଧର୍ମବିଧି ସଫଳ ହୁଏ ।“ – ରୋମୀୟ 8:3-4
ଧର୍ମଶାସ୍ତ୍ର କଣ କରେ ? ଧର୍ମ ଶାସ୍ତ୍ର କଣ ନ ପାରେ ? ଏହି ବିଷୟରେ ଆଜି ଅମେ ଜାଣିବା !ଧର୍ମ ଶାସ୍ତ୍ର ଦ୍ଵାରା ପାପ କଣ ଜାଣି ପାରିବା !ଧର୍ମ ଶାସ୍ତ୍ର ମୋଶାଙ୍କ ହସ୍ତକୁ ଦେବା ପୂର୍ବରୁ ଜଗତରେ ପାପ ଥିଲା !ହେଲେ ଧର୍ମ ଶାସ୍ତ୍ର ଦେବା ପରେ ପାପକୁ ଏହା ପାପ ବୋଲି ଜଣାଇ ଦିଆ ଗଲା !ଧର୍ମଶାସ୍ତ୍ର ପବିତ୍ର ଅଟଇ !ଧର୍ମଶାସ୍ତ୍ର ମୃତ୍ୟୁ ଆଣିନାହିଁ କିନ୍ତୁ ପାପ ହିଁ ମୃତ୍ୟୁକୁ ଆଣିଲା !ମୋକ୍ଷ ପ୍ରାଣାୟାମ ପୁସ୍ତକର ରଚୟିତା ଏହାକୁ ବର୍ଣ୍ଣନା କରି ଲେଖିଥିବା ବିବରଣୀକୁ ଆଜି ଦେଖିବା କି ?
ଯୋହନ ବାନିୟନ ଲେଖିଥିବା ମୋକ୍ଷ ପ୍ରାଣାୟାମ ପୁସ୍ତକର ନାୟକ ଦିନେ ଜଣେ ସେବକଙ୍କ ସହ ମିଳନ ହେଲା !ଆସୁଥିବା କ୍ରୋଧରୁ ମୁକୁଳିବାକୁ ବହୁ ଦୂର ବିଶିଷ୍ଟ ଏକ ସଂକୀର୍ଣ୍ଣ ଦ୍ଵାର ଦେଖାଇ, ସେ ସେବକ ତାଙ୍କୁ ପ୍ରେମରେ ପଠାଇଲା, କ୍ରିଷ୍ଟିୟାନ ସେହି ସଂକୀର୍ଣ୍ଣ ଦ୍ଵାର ଦେଇ ଯାଇ ଜଣେ ଚିତ୍ରକାର ଗୃହରେ ପହଁଚିଲା !ସେହି ଚିତ୍ରକାର ଏବେ ପର୍ଯ୍ୟନ୍ତ ଅସଫା ରହିଥିବା ଏକ ଘରକୁ ନେଇକି ଗଲା !ସେହି ବଖରା ସାରା ଧୂଳିରେ ପୂର୍ଣ୍ଣ ଅଟେ !ସେହି ଚିତ୍ରକାର ସଫା କାରୀକୁ ଡାକି ଆଜ୍ଞା କଲା,ଏହି ବଖରାଟି ସଫା କର !ସେ ଝାଡୁ ଧରି ସେହି ବଖରା ସଫା କରୁଥିଲେ ଧୂଳି ଧୂଆଁ ସଦୃଶ୍ୟ ଉଡ଼ୁଥାଏ !କ୍ରିଷ୍ଟିୟାନ ଶ୍ୱାସ କରି ନ ପାରି ଚାଲି ଗଲା !ସେ ଚିତ୍ରକାର ନିକଟରେ ଥିବା ସ୍ତ୍ରୀ ସହ କହିଲା, ଅଳ୍ପ ପାଣି ଅଣି, ବଖରା ସାରା ଛିଞ୍ଚନ କରି ସଫା କର !ପାଣି ଛିଞ୍ଚନ କଲା ପରେ ସେ ବଖରା ସଫା କରିବା ଅତି ସହଜ ହେଲା ! କ୍ରିଷ୍ଟିୟାନ ସେହି ଚିତ୍ରକାରକୁ ପଚାରିଲା, ଏହାର ରହସ୍ୟ କଣ ? ଚିତ୍ରକାର କହିଲା, ଏହି ବଖରା ଜଣେ ମନୁଷର ହୃଦୟ, ଧୂଳି ତାଙ୍କୁ ଅପବିତ୍ର କରିବା ପାପ !ପ୍ରଥମେ ଯେମିତିଟା ସେମିତି ସଫା କରିବା ହିଁ ଧର୍ମଶାସ୍ତ୍ର !ପାଣି ଛିଞ୍ଚନ କରି ସଫା କରିବା ସେହି ସ୍ତ୍ରୀ ଯୀଶୁଙ୍କ ବିଷୟରେ କରିଥିବା, ସୁସମାଚାର !ଧର୍ମଶାସ୍ତ୍ରର ନିୟମ ଆମ ପାପକୁ ଦେଖାଇବା ଦ୍ଵାରା ତାହା ବୃଦ୍ଧି ହେଉଛି !ଯୀଶୁଙ୍କର ସୁସମାଚାର ଅମେ ଗ୍ରହଣ କଲା ବେଳେ, ଆମ ପାପ ଅପସାରଣ ହୋଇ ପବିତ୍ର ହେଉଛି !ସେତେବେଳେ ହିଁ ମହିମାନ୍ୱିତ ରାଜା ସେହି ହୃଦୟରେ ବାସ କରିବ ବୋଲି କ୍ରିଷ୍ଟିୟାନକୁ ଅର୍ଥ ହେଲା ସଦୃଶ୍ୟ ବର୍ଣ୍ଣନା କଲା !
ହଁ ଯେକୌଣସି ମଣିଷ ଧର୍ମଶାସ୍ତ୍ରର କ୍ରିୟା ଦ୍ଵାରା ଧାର୍ମିକ ହୋଇ ପାରିବ ନାହିଁ !ଯୀଶୁଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ ଦ୍ଵାରା ହିଁ ଧାର୍ମିକ ରୂପେ ପୂରଣ ହେବେ !ଆମ୍ଭମାନଙ୍କ ପାପ ଧର୍ମଶାସ୍ତ୍ର ଦ୍ଵାରା ନୁହେଁ ଯୀଶୁଙ୍କ ରକ୍ତ ଦ୍ଵାରା ଧୌତ ହୋଇ ପାରିବ !ଯୀଶୁଖ୍ରୀଷ୍ଟଙ୍କର ରକ୍ତ ଦ୍ଵାରା ହେଉଥିବା ଉପକାରକୁ ଜାଣିବା, ବିଜୟରେ, ସ୍ୱାଧୀନରେ ବଞ୍ଚିବା !ଆମେନ !
- ଶ୍ରୀମତୀ ବିହୁଲା ସେଲବରାଜ
ପ୍ରାର୍ଥନାର ଅଂଶ '-
ସାତ ହଜାର ମିଶିନାରୀ ଦ୍ଵାରା ଏକ ଲକ୍ଷ ଗାଁ ଉଦ୍ଧାର ପାଇବା ଚେଷ୍ଟାରେ ପ୍ରଭୁଙ୍କର ହସ୍ତ ସହଯୋଗୀ ନିମନ୍ତେ ପ୍ରାର୍ଥନା କରିବା !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.