By Village Missionary Movement
Sunday, 29-May-2022ଆଜିର ବାକ୍ୟ (Oriya) 29-05-2022 (Kids Special)
କମ ଦାମ
“ଯେ ଦରିଦ୍ରକୁ ଦୟା କରେ, ସେ ସଦାପ୍ରଭୁଙ୍କୁ ଋଣ ଦିଏ; ପୁଣି, ସେ ତାହାର ଉତ୍ତମ କର୍ମର ପରିଶୋଧ କରିବେ।“ - ହିତୋପଦେଶ 19:17
ହାଇ ପିଲାମାନେ କେମିତି ଅଛ ? ସୁପର ଅଛ ତ ? ଭେରୀ ଗୂଡ଼, ଆଜି କାହାଣୀ ଶୁଣିବାକୁ ପ୍ରସ୍ତୁତ ହୋଇଅଛ କି ? ମୁଁ ମଧ୍ୟ ତୁମ୍ଭଙ୍କୁ କାହାଣୀ କହିବା ପାଇଁ ପ୍ରସ୍ତୁତରେ ଅଛି !ଠିକ ଅଛି କାହାଣୀ ଶୁଣିବା କି ?
ସ୍ବୀଟି ନାମକ ଛୋଟ ବାଳିକା ଘରେ ପ୍ରସ୍ତୁତ କରିବା ପାଇଁ ଦିଆଯାଇଥିବା ପାଠ ଶେଷ କରି, ବାପା କେତେବେଳେ ଆସିବ ବୋଲି ଅପେକ୍ଷାରେ ଥାଏ !କାହିଁକିନା ବାପାକୁ ସେଓ ଆଣିବାକୁ କହିଛି !ସବୁ ଫଳ ଦୋକାନ ଦେଇକି ଆସିଲା ପରେ ହିଁ, ତାଙ୍କ ଝିଅ ସେଓ ଆଣିବା କଥା କହିଥିବା ମନେ ଆସିଲା !ଆରେ ଏମିତି କଣ ଭୁଲିଗଲି ଭାବି ଚାରିପଟେ ବୁଲିକି ଦେଖିଲା !ରାସ୍ତା ପାର୍ଶ୍ୱରେ ଜଣେ ବୁଡିମା ସେଓ ଫଳ ବିକ୍ରୟ କରୁଥାଏ !ସେ ଦିନ ଆଦାୟ ନ ଥିବା ହେତୁ ସେ ବହୁତ ଦୁଃଖରେ ଅଛି !ସେ ଯାଇ ପଚାରିଲା, ଏକ କିଲୋ ସେଓ କେତେ ? ସେ ବୁଡିମା କହିଲା, ଦୁଇଶହ ଟଙ୍କା !ବାପା ମାଗିଲା, କିଛି କମ କରି ଦିଅ !ହଁ ବାବୁ ଏକଶହ ଅଶୀଏ ଟଙ୍କାରେ ନିଅନ୍ତୁ କହି ଏକ କିଲୋ ସେଓ ସେ ବୁଡିମା ଦେଲା !ଇଏ ସେଥିରୁ ଆଉ କୋଡିଏ ଟଙ୍କା କମାଇ, ମୋ ପାଖରେ ଏକଶହ ଷାଠିଏ ଟଙ୍କା ହିଁ ଅଛି କହି ଦେଲେ !କମ ଟଙ୍କାରେ ସେଓ ଦେଲା କହି ସ୍ବୀଟିର ବାପା ବହୁତ ଖୁସିରେ ଚାଲିଗଲା !ଆର ଦିନ ଗୋଟିଏ ବଡ଼ ଫଳ ଦୋକାନରେ ସେଓ କିଣିବାକୁ ଗଲା !ସେମାନେ କହିଲେ, ଏକ କିଲୋ ସେଓ ଦୁଇଶହ ପଚାଶ ଟଙ୍କା !ସେଠାରେ ବେପାର କରିବାକୁ ହେବ ନାହିଁ !ତେଣୁକରି ମୂଲ୍ୟ କମ କରି ପାରିବୁ ନାହିଁ ତ !ସଙ୍ଗେ ସଙ୍ଗେ ସେହି ବୁଡିମାଙ୍କ ଠାରୁ କିଣି ନେବି ବୋଲି ଆସିଲା !ସେ ଦିନ ବୁଡିମାଙ୍କ ପାଖରେ ଅନ୍ଦ ନାତୁଣୀ ଥିବାରୁ , ବୁଡିମା ଏହି ସେଓ ବିକ୍ରୟ କରି ତାହାର ରୋଜଗାରରେ ଦୁଇ ଜଣ ବଞ୍ଚୁଛୁ କହିବାରୁ, ସେ ଦିନରେ ସ୍ବୀଟିର ବାପା ସେଓ ବହୁତ କମ କରି ନେଇ ଥିବା ମନେ ପକାଇ ସେ ବହୁତ ଦୁଃଖ ହେଲା !ଆମକୁ ଏହି ଚାଳିଶି ଟଙ୍କା ବଡ଼ ନୁହେଁ !କିନ୍ତୁ ସେ ବୁଡିମାକୁ ତାହା ହିଁ ବଂଚକ !ଏଥର ଏମିତି ଛୋଟ ଛୋଟ ବେପାରୀମାନଙ୍କ ଠାରେ ପାଞ୍ଚ ଟଙ୍କା, ଦଶ ଟଙ୍କା ନିମନ୍ତେ ବେପାର କରିବାକୁ ନାହିଁ ଓ ତାପରଠୁ ସେହି ବୁଡିମାଙ୍କ ଠାରେ ହିଁ ସେଓ କିଣିବାକୁ ସ୍ଥିର କଲା !ତାଙ୍କ ବନ୍ଧୁବାନ୍ଦବମାନଙ୍କୁ, ସାଙ୍ଗସାଥୀମାନଙ୍କୁ ପରିଚିତ କରାଇଲା !ସେ ବୁଡିମା ବହୁତ ଖୁସି ହେଲା !କଣ ପିଲାମାନେ, କାହାଣୀ ଶୁଣିଲତ !ଅମେ କାହାକୁ ଠକିବାକୁ ନାହିଁ !ଦରିଦ୍ର ଅବସ୍ଥାରେ ଆସୁଥିବା ଆଦାୟରେ ନିର୍ଭର ହୋଇ ବଞ୍ଚୁଥିବା ଲୋକଙ୍କୁ ଦେଖିଲେ ସେମାନଙ୍କ ପ୍ରତି ଦୟା ହୋଇ ସେମାନଙ୍କୁ ସାହାଯ୍ୟ କରିବା ଉଚିତ !ସେମାନଙ୍କୁ କରିବା ସାହାଯ୍ୟ ଆମ ପ୍ରଭୁଯୀଶୁଙ୍କୁ କରିବା ସାହାଯ୍ୟ ସଦୃଶ୍ୟ ବୋଲି ପବିତ୍ର ବାଇବଲ କହୁଛିତ ?
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.