Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 30-05-2022
Share:

By Village Missionary Movement

Sunday, 29-May-2022

ଆଜିର ବାକ୍ୟ (Oriya) 30-05-2022

 

ବଶିଭୂତ ହୁଅ ନାହିଁ 

 

“ଯେ ପିତା କି ମାତାକୁ ମୋଠାରୁ ଅଧିକ ପ୍ରିୟ ଜ୍ଞାନ କରେ, ସେ ମୋହର ଯୋଗ୍ୟ ନୁହେଁ, ପୁଣି, ଯେ ପୁତ୍ର କି କନ୍ୟାକୁ ମୋଠାରୁ ଅଧିକ ପ୍ରେମ କରେ, ସେ ମୋହର ଯୋଗ୍ୟ ନୁହେଁ ।“ - ମାଥିଉ 10:37

 

ଆରେ, ଏ କଣ ଏହି ଅଂଶ ?ବଶିଭୂତ ତ ଖ୍ରୀଷ୍ଟିଆନର ସର୍ବପ୍ରଥମ ଅଂଶ ରୂପେ ଶୁଣୁଅଛୁ ବୋଲି ଏହି ଅଂଶ ଶୁଣିବା କ୍ଷଣି ଆପଣ ଭାବି ଥାଇପାର !ଯଦି ପବିତ୍ର ବାଇବଲକୁ ଜାଗ୍ରତରେ ଅନୁଧ୍ୟାନ କରି ଦେଖିଲେ ଅନେକ ସମୟରେ, ଅନେକ ବିଷୟରେ ଖ୍ରୀଷ୍ଟିଆନ ବଶିଭୂତ ହୁଅ ନାହିଁ ବୋଲି ପବିତ୍ର ବାଇବଲରେ ଲେଖା ହୋଇଛି !ସେଥି ମଧ୍ୟରେ କିଛି ଆଜି ଆମେ ଜାଣିବା !

 

ସର୍ବ ପ୍ରଥମେ ପିତାମାତାଙ୍କ ନିମନ୍ତେ:- ଦଶ ଆଜ୍ଞା ମଧ୍ୟରେ ପିତାମାତାଙ୍କୁ ସଂମ୍ମାନ କର, ଏହା ମୁଖ୍ୟ ଆଜ୍ଞା ଅଟେ !ତଦ୍ରୁପ ଆମେ ସଂମ୍ମାନ କଲାବେଳେ ଆମେ ଦୀର୍ଘାୟୁ ହେବା !ପିତାଙ୍କୁ ଅଟହାସ୍ୟ କରି, ମାତାଙ୍କ କଥାକୁ ହେୟଜ୍ଞାନ କରିବା ବ୍ୟକ୍ତିଙ୍କ ଆଖି ଡାମରା କାଉ ଉପାଡେ ବୋଲି ପବିତ୍ର ବାଇବଲ ସତର୍କତା କରୁଛି !ସେଇ ସମୟରେ ଜଣେ ଯୀଶୁଖ୍ରୀଷ୍ଟଙ୍କ ଶିଷ୍ୟରେ ପରିବର୍ତ୍ତନ ହେବାକୁ ଆଶା କଲାବେଳେ, ସେତେବେଳେ ପିତାମାତା ତାଙ୍କୁ ବାଧା ଦେଲାପରି ହେଲେ ଅଥବା ତାଙ୍କୁ ପ୍ରଭୁଯୀଶୁ ତାର ସେଵାକୁ ଆମଂତ୍ରଣ କଲାବେଳେ, ପିତାମାତା ବାଧା ଦେଲେ ସେମାନଙ୍କ ବଶିଭୂତ ହେବା ଉଚିତ ନୁହେଁ ବୋଲି ପବିତ୍ର ବାଇବଲ କହୁଛି !ପରିତ୍ରାଣ ପାଇଥିବା ଜଣେ ବିଶ୍ୱାସୀକୁ ଏବଂ ପରିତ୍ରାଣ ପାଇ ନ ଥିବା ଅନ୍ୟ ଜଣେ ବିଶ୍ୱାସୀନିକୁ ବିବାହ ବନ୍ଦନରେ ଆବଦ୍ଧ କରିବାକୁ ପିତାମାତା ପ୍ରସ୍ତୁତ କଲାବେଳେ, ସେମାନଙ୍କ ବଶିଭୂତ ହେବା ଉଚିତ ନୁହେଁ !ହେ ଯୁବକଗଣ, ପିତାମାତାଙ୍କୁ ସଂମ୍ମାନ କର !ସେମାନଙ୍କର ଦେଖାଶୁଣା ଭଲଭାବେ କର !ମାତ୍ର ପବିତ୍ର ବାଇବଲର ବିରୋଧୀ ଥିବା ବିଷୟରେ ପିତାମାତାଙ୍କ ଠାରୁ ସଦାପ୍ରଭୁଙ୍କର କଥାକୁ ହିଁ ପ୍ରଥମ ସ୍ଥାନ ଦିଅ !ହେଲେ ଏହି ବିଷୟରେ ସେମାନଙ୍କୁ କ୍ରୋଧ ଅବା ରାଗ ନ ହୋଇ ପ୍ରେମରେ ବର୍ଣ୍ଣନା କରି, ସେମାନଙ୍କୁ ଦେବା ମର୍ଯ୍ୟାଦା ଦିଅ !

 

ଦ୍ୱିତୀୟରେ ଅଧିକାରୀମାନଙ୍କ ନିମନ୍ତେ :-ରୋମୀୟ ତେର ଅଧ୍ୟାୟରେ, ପ୍ରତ୍ୟେକ ଜଣ ଅଧିକାରପ୍ରାପ୍ତ ଶାସନକର୍ତ୍ତାଙ୍କ ବଶୀଭୂତ ହେଉ, ବୋଲି ପବିତ୍ର ବାଇବଲ କହେ !ତଦ୍ରୁପ ଶାସନକର୍ତ୍ତା ଦେଇ ଥିବା ପ୍ରତ୍ୟେକ କାର୍ଯ୍ୟକୁ ଅମେ ନିଚୟ ଘୋଡାଇବା !ସେଇ ସମୟରେ ସର୍ବ ଜଗତକୁ ଯାଇ ସୁସମାଚାର ପ୍ରକାଶ କର ବୋଲି କହିଥିବା ଆମ ପ୍ରଭୁଙ୍କର ମୁଖ୍ୟ ଆଜ୍ଞାକୁ ବଶିଭୂତ ହୋଇ ସୁସମାଚାର ପ୍ରକାଶ କଲାବେଳେ ତାହାକୁ ଶାସନକର୍ତ୍ତାଙ୍କ ନିୟମ ବାଧା ଦେଲେ ସେହି ନିୟମରେ ଆମେ ବଶିଭୂତ ହେବା ଉଚିତ ନୁହେଁ !ପ୍ରେରିତ ପୁସ୍ତକ ପାଞ୍ଚ ଅଧ୍ୟାୟରେ ପିତର ଏବଂ ଅନ୍ୟ ଶିଷ୍ୟଗଣଙ୍କୁ ସୁସମାଚାର ପ୍ରକାଶ କରିବା ଉଚିତ ନୁହେଁ ବୋଲି ଶାସନକର୍ତ୍ତା ବାଧା ଦେଲାବେଳେ ପିତର ଓ ଅନ୍ୟ ପ୍ରେରିତମାନେ ଉତ୍ତର ଦେଲେ , ମନୁଷ୍ୟମାନଙ୍କର ଆଜ୍ଞା ଅପେକ୍ଷା ବରଂ ଈଶ୍ୱରଙ୍କ ଆଜ୍ଞା ପାଳନ କରିବା କର୍ତ୍ତବ୍ୟ ବୋଲି କହିବା ଅମେ ଦେଖୁଛୁ !ପୁରାତନ ନିୟମରେ ଦାନିଏଲକୁ ମଧ୍ୟ ପ୍ରାର୍ଥନା ନିମନ୍ତେ ବାଧା ଦେଲା ବେଳେ ପ୍ରାର୍ଥନା କଲା !

 

ପ୍ରିୟ ଯୁବକଯୁବତୀଗଣ, ବଶିଭୂତ ହେବାଟାକୁ ବଶିଭୂତ ହୋଇ, ବଶିଭୂତ ନ ହେବାଟାକୁ ବଶିଭୂତ ନ ହୋଇ, ବାମ ଡାହାଣକୁ ନ ବୁଲି ସଳଖରେ ଖ୍ରୀଷ୍ଟଙ୍କ ପଥରେ ସୁରକ୍ଷିତରେ ଚାଲିବା ! ଆମେନ୍ !

- ଜେ. ସାନ୍ତୋଷ 

 

ପ୍ରାର୍ଥନାର ଅଂଶ :-

ତାମିଲିନାଡୁର ପ୍ରତି ବ୍ଲକରେ ହେଉଥିବା "ଉଜ୍ଜିବ ଦୋଳ "ଗୁଡିକ ନିମନ୍ତେ କରୁଥିବା ଚେଷ୍ଟାକୁ ସଦାପ୍ରଭୁ ସଫଳତା କରିବା ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al superbetin pashagaming jojobet jojobet giriş holiganbet instagram unban service instagram unban service