Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 03-06-2022
Share:

By Village Missionary Movement

Thursday, 02-Jun-2022

ଆଜିର ବାକ୍ୟ (Oriya) 03-06-2022

 

ଅଦୃଶ୍ୟ ବିଷୟ ଅନନ୍ତକାଳସ୍ଥାୟୀ 

 

“ଯେଣୁ ଆମ୍ଭେମାନେ ଦୃଶ୍ୟ ବିଷୟ ପ୍ରତି ଲକ୍ଷ୍ୟ ନ କରି ଅଦୃଶ୍ୟ ବିଷୟ ପ୍ରତି ଲକ୍ଷ୍ୟ କରୁଅଛୁ; କାରଣ ଦୃଶ୍ୟ ବିଷୟ କ୍ଷଣକାଳସ୍ଥାୟୀ, କିନ୍ତୁ ଅଦୃଶ୍ୟ ବିଷୟ ଅନନ୍ତକାଳସ୍ଥାୟୀ ।“ - ଦ୍ୱିତୀୟ କରନ୍ତିୟ 4:18

 

ପ୍ରେରିତ ପାଉଲ କରନ୍ତିୟ ମଣ୍ଡଳୀକୁ ଉପରେ କୁହାଯାଇଥିବା ବାକ୍ୟକୁ ବର୍ଣ୍ଣନା କଲାବେଳେ, ଦୃଶ୍ୟ ବିଷୟ ଠାରୁ ଅଦୃଶ୍ୟ ବିଷୟକୁ ଦେଖି ସହନରେ ଧୌଡ଼ିବା କହୁଛନ୍ତି !ଏହି ସତ୍ୟତାକୁ ବୁଝିବାକୁ ଜନ ବାଣୀୟନଙ୍କ ମୋକ୍ଷପ୍ରାୟାଣମ ନାମକ ଗ୍ରନ୍ଥରେ ଯାତ୍ରା କରି, ସେ କହୁଥିବା କାର୍ଯ୍ୟକୁ ଶୁଣିବାକୁ ଯିବା କି ? 

 

ବର୍ଣ୍ଣନାକାରୀ ଏହି କାହାଣୀର ହିରୋ ହୋଇଥିବା ଖ୍ରୀଷ୍ଟିଆନର ହାତକୁ ଧରି ଗୋଟିଏ ଛୋଟ ବଖରାକୁ ନେଇକି ଗଲେ !ସେଠାରେ ଦୁଇ ଜଣ ଛୋଟ ପିଲାମାନେ ସାମ୍ନା ସାମନି ବସିଛନ୍ତି !ତୀକ୍ଷ୍ଣ ମୁଖରେ କ୍ରୋଧି ଗର୍ଜନ କରୁଛି !ସରଳ ମୁଖରେ ଶାନ୍ତିରେ ରହିଛି ସହନ !ଖ୍ରୀଷ୍ଟିଆନ ପଚାରିଲା, କ୍ରୋଧି କାହିଁକି ଏତେ କ୍ରୋଧରେ ରହୁଛି ? ତାହା ଶୁଣି ବର୍ଣ୍ଣନାକାରୀ କହିଲା, ତାର ପିତାମାତା କହିଲେ, ସେ ମାଗିଥିବା ଜିନିଷ ବର୍ଷେଟି ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ !କିନ୍ତୁ ସେ ଏବେ ହିଁ ଆବଶ୍ୟକ ବୋଲି ମାଗୁଛି, ସେଥିପାଇଁ ସେ ଏତେ କ୍ରୋଧ ହେଉଛି !କିନ୍ତୁ ସହନ ଶାନ୍ତିରେ ଅପେକ୍ଷାରେ ରହିଛି ବୋଲି ବର୍ଣ୍ଣନାକାରୀ ବ୍ୟାଖ୍ୟା କଲା !

 

ସେତେବେଳେ ଜଣେ ଲୋକ ଗୋଟିଏ ମୂଣାବର୍ତ୍ତୀ ସୁନା, ମୁକ୍ତା ଆଣି ସେହି କ୍ରୋଧିର ଗୋଡ଼ ତଳେ ପକାଇ ଦେଲା !ସହନକୁ ଦେଖି ହାସ୍ୟାସ୍ପଦ କଲା ପରି ହସି ସେହି କ୍ରୋଧି ଅଳଙ୍କାରର ଧନଭଣ୍ଡାରକୁ ତାଙ୍କ ହାତରେ ନେଇଗଲା !କିନ୍ତୁ ଅଳ୍ପ ସମୟ ମଧ୍ୟରେ ସେ ସବୁକିଛି ଖର୍ଚ୍ଚ କରିଦେଲା !ସେ ପରିଧାନ କରିବା ନିମନ୍ତେ ଉତ୍ତମ ବସ୍ତ୍ର ମଧ୍ୟ ରହିଲା ନାହିଁ !ଏହି ପୃଥିବୀର ଲୋକଙ୍କ ସଦୃଶ୍ୟ କ୍ରୋଧି ଓ ଆସୁଥିବା ନୂତନ ପୃଥିବୀ ଲୋକଙ୍କ ସଦୃଶ୍ୟ ସହନ ଅଟନ୍ତି !ଯେପରିକି କ୍ରୋଧି ସଙ୍ଗେ ସଙ୍ଗେ ପାଇବାକୁ ଉଚିତ ବୋଲି ତରବର ହେଲା, ତଦ୍ରୁପ ଏହି ପୃଥିବୀର ଲୋକମାନେ ମଧ୍ୟ ସବୁକିଛି ଏବେ ହିଁ ଅନୁଭବ କରିବା ଉଚିତ ବୋଲି ଆଶା କରୁଛନ୍ତି !ଆମ୍ଭ ଜୀବନର ମୃତ୍ୟୁ ପରେ କଣ ହେବ, କେହି ଚିନ୍ତା କରୁନାହାନ୍ତି !କ୍ରୋଧିଙ୍କ ଠାରେ ଥିବା ଧନ ଭଣ୍ଡାରକୁ ଅତିଶୀଘ୍ର ଖର୍ଚ୍ଚ କଲା ସଦୃଶ୍ୟ ଏହି ପୃଥିବୀର ଆନନ୍ଦ ମଧ୍ୟ ଅତିଶୀଘ୍ର ବିଲୁପ୍ତ ହୋଇଯିବ !ଆମ୍ଭେମାନେ ଅନନ୍ତଜୀବନକୁ ଇଚ୍ଛା କରିବା ଉଚିତ, ଏହା ଗୋଟିଏ ପାଠ ବୋଲି ବର୍ଣ୍ଣନାକାରୀ ବ୍ୟାଖ୍ୟା କଲା !

 

ହଁ, ଏହି ପୃଥିବୀରେ ଦେଖା ଯାଉଥିବା ବିଲୁପ୍ତ କାର୍ଯ୍ୟ ଗୁଡିକ ଦିନେ ସମାପ୍ତ ହୋଇ ଯିବ !ସ୍ବର୍ଗୀୟ ମହିମା କେବେବି ବଦଳେ ନାହିଁ !ଲାଜାର ଓ ଧନୀ ବ୍ୟକ୍ତିର ଉପମାରେ ଅବ୍ରାହାମ ଯାହା କହିଛି ତାହା ଶୁଣନ୍ତୁ, ପୃଥିବୀରେ ପୁଅରେ ତୁ ଯେ ଜୀବିତ ଥିବା ସମୟରେ ତୋର ଭଲ ବିଷୟସବୁ ପାଇଲୁ, ଆଉ ଲାଜାର ସେହିପରି ମନ୍ଦ ବିଷୟସବୁ ପାଇଲା, ଏହା ମନେ କର; କିନ୍ତୁ ଏବେ ସେ ଏହି ସ୍ଥାନରେ ସାନ୍ତ୍ୱନା ପାଉଅଛି, ଆଉ ତୁ କଲବଲ ହେଉଅଛୁ ।ଆମ୍ଭେମାନେ ଏହି ପୃଥିବୀର ନା ଅନନ୍ତ ଜୀବନର ଅଟୁ ?

- ଶ୍ରୀମତୀ ବିହୁଲା ସିଲଭା ରାଜ 

 

ପ୍ରାର୍ଥନାର ଅଂଶ :-

ମିଶିନାରୀମାନଙ୍କ ପରିବାର, ସନ୍ତାନମାନଙ୍କ ଶାରୀରିକ ଆରୋଗ୍ୟ ଏବଂ ଅଧ୍ୟୟନ ଏହି ବର୍ଷ ଏବଂ ନୂତନ ବର୍ଷର ଅଧ୍ୟୟନର ଆବଶ୍ୟକ ହେଉଥିବା ଆବଶ୍ୟକତାକୁ ପୂର୍ଣ୍ଣ ହେବା ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al Elexbet matbet vaycasino giriş vaycasino marsbahis giriş marsbahis holiganbet setrabet marsbahis giriş vaycasino giriş