Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 05-06-2022
Share:

By Village Missionary Movement

Sunday, 05-Jun-2022

ଆଜିର ବାକ୍ୟ (Oriya) 05-06-2022

 

ସାହାଯ୍ୟକାରୀ ହସ୍ତ 

 

“ଅତଏବ, ଈଶ୍ୱରଙ୍କ ମନୋନୀତ ସାଧୁ ଓ ପ୍ରିୟ ଲୋକ ହୋଇ କୋମଳ ହୃଦୟ, ଦୟା, ନମ୍ରତା, ମୃଦୁତା ଓ ଦୀର୍ଘସହିଷ୍ଣୁୁତା ପରିଧାନ କର।“ - କଲସୀୟ 3:12

 

ହାଇ ପିଲାମାନେ, କେମିତି ଅଛ ? ଛୁଟିରେ ବହୁତ ଖୁସି ମୋନାଇଲ ତ ? ବନ୍ଧୁଙ୍କ ଘରକୁ, ଯାତ୍ରା, ବନଭୋଜିକୁ ଏମିତି ଅନେକ ସ୍ଥାନକୁ ଯାଇ ଖୁସିରେ ଥିବ !ସେତିକିତ, ଠିକ ଅଛି, ଆଜି ଅନ୍ୟମାନଙ୍କୁ କିପରି ଖୁସି କରିବା, ଜାଣିବା ନିମନ୍ତେ ଗୋଟିଏ କାହାଣୀ ଶୁଣିବା କି ? ସୁଶୀଳା ନାନୀ ଗୋଟିଏ ଦିନରେ କେତେ ଜଣକୁ ସାହାଯ୍ୟ କଲା ଦେଖିବା କି ? 

 

ସୁଶୀଳା ସର୍ବଦା ଅନ୍ୟମାନଙ୍କୁ ସାହାଯ୍ୟ କରିବା ଦୟାର ମନ ଥିବା ଝିଅ !ଗୋଟେ ଦିନ ବହୁତ ଦୁର୍ବଳ ଥିବାବେଳେ, ସବୁଦିନ ପରି ସକାଳୁ ଉଠି ମୁହଁ ସଫା କରି, ମାଆଙ୍କ ନିକଟକୁ ଯାଇ ଚା'ଅଣି ପାନ କରି ଘର ପଡୋଶୀରେ ଥିବା ବଗିଚା ଆଡକୁ ଗଲା !ସେଠାରେ ଥିବା ଚାରା, ଫୁଲ ଦେଖିବାକୁ ବହୁତ ସୁନ୍ଦର ଅଛି !ସେହି ସମସ୍ତ ଚାରା ଗୁଡିକୁ ପାଣି ପକାଇଲା !ତୁମ୍ଭେମାନେ ମଧ୍ୟ ଚାରାକୁ ପ୍ରତିପୋଷଣ କରିବ କି ? ସେତିକି ବେଳେ ସେ ଲାଳନପାଳନ କରୁଥିବା ବିରାଡ଼ି ମି..ଆ...ଉ, ମି.. ଆ.. ଉ ରଡି କରି ଆସିଲା !ସେହି ବିରାଡ଼ିର ଗୋଡ଼ରେ ଆଘାତ ହୋଇଥିବା ଯୋଗୁ, ତାହାକୁ ଔଷଧ ଲଗାଇ, ସୁଶୀଳା କହିଲା, ବଥା ହେବ ନାହିଁ, ଶୀଘ୍ର କମି ଯିବ !ସଙ୍ଗେ ସଙ୍ଗେ ବିରାଡ଼ି ମି.. ଆ.. ଉ କହି ଧନ୍ୟବାଦ ଜଣାଇଲା !ତାପରେ ସୁଶୀଳା ଘର କବାଟ ନିକଟକୁ ଆସିବା ବେଳେ, ଜଣେ ଛୋଟ ବାଳକ ସାଇକେଲ ଚଲାଇ ଆସିଲା !ନୂଆରେ ସାଇକେଲ ଚଳାଇବା ଦ୍ଵାରା ତାକୁ କଷ୍ଟ ହେଉଥାଏ !ଏହା ଜାଣି ପାରିଥିବା ସୁଶୀଳା, ସେହି ବାଳକ ନିକଟକୁ ଯାଇ, ତାକୁ ସାଇକେଲ ଚଲାଇବା ଶିଖାଇଲା !ସେହି ବାଳକ ଅତିସହଜରେ ସାଇକେଲଟି ଚଳାଇବା ଶିଖିନେଲା !ଅଳ୍ପ ସମୟ ପରେ ଜଣେ ବୁଡ଼ିମା ପନିପରିବା କ୍ରୟ କରି ସେହି ରାସ୍ତା ଦେଇ ଯାଉଥାଏ !ସେଠାରେ ପଥର ଥିବା ଦେଖି ନ ପାରି ଝୁଣ୍ଟି ପଡି ତଳେ ପଡିଗଲା !ପନିପରିବା ସବୁ ବିଛୁରିତ ହୋଇଗଲା !ସେହି ବୁଡ଼ିମାଙ୍କ ରବଟି ଶୁଣି, ସୁଶୀଳା ଧୌଡ଼ି ଆସି, ସେହି ପନିପରିବାକୁ ଏକତ୍ର କରି, ସେ ବୁଡ଼ିମାକୁ ଦେଇ, ପ୍ରେମରେ ପଚାରିଲା, କଣ ମା ଗୋଡ଼ରେ ଆଘାତ ହେଲା କି ? ବୁଡ଼ିମାଟି ପ୍ରଶଂସା କରି କହିଲା, ଛୋଟ ବାଳିକା ହେଲେ ମଧ୍ୟ କେତେ ପ୍ରେମରେ ରହିଛୁ କହି ଧନ୍ୟବାଦ ଜଣାଇଲା !ସୁଶୀଳା ମଧ୍ୟ ବୁଡ଼ିମାକୁ ଧନ୍ୟବାଦ ଜଣାଇଲା !ସେହି ଛୁଟି ଦିନ ସବୁ ସୁଶୀଳାକୁ ବହୁତ ଆନନ୍ଦ ଥିଲା !

 

ହେ ଛୋଟ ପିଲାମାନେ, ତୁମ୍ଭେମାନେ ମଧ୍ୟ ତୁମ୍ଭର ଛୋଟ ହସ୍ତରେ ଅନ୍ୟମାନଙ୍କୁ ସାହାଯ୍ୟ କଲାବେଳେ, ଯୀଶୁ ବାପା ଆନନ୍ଦିତ ହେବେ !ଯୀଶୁ ବାପା ଏହି ଜଗତରେ ବଞ୍ଚିଥିବା ବେଳେ ଉପକାର କରି ହିଁ ବଞ୍ଚିଲେ !ତୁମ୍ଭେମାନେ ମଧ୍ୟ ତଦ୍ରୁପ ହିଁ କରିବା ଉଚିତ !ପିଲାମାନେ ଦୟାଳୁ ମନ ଥିଲେ ହିଁ ସାହାଯ୍ୟ କରିପାରିବା, ସେଥିପାଇଁ ଦୟାକୁ ମାଗ ଯୀଶୁଙ୍କ ସନ୍ତାନ ସଦୃଶ୍ୟ ଜୀବନଯାପନ କର !ଠିକ ଅଛି, ପିଲାମାନେ, ଆମ୍ଭେ ଦୟାଳୁ ମନ ହୋଇ ଯୀଶୁଙ୍କ ସନ୍ତାନ ରୂପେ ଜୀବନଯାପନ କରିବାକୁ ପଡ଼ିବ ବୋଲି ଶିଖିଲୁ !

- ଏ. ବିହୁଲା

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al superbetin pashagaming jojobet jojobet giriş holiganbet instagram unban service instagram unban service