Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 18-06-2022
Share:

By Village Missionary Movement

Friday, 17-Jun-2022

ଆଜିର ବାକ୍ୟ (Oriya) 18-06-2022

 

ପରଖି ଦେଖି, ନିଃଶବ୍ଦରେ ରୁହ

 

“...ଦେଖି ବୁଝ, ମୋତେ ଯେଉଁ ଦୁଃଖ ଦିଆ ଯାଇଅଛି, ମୋହର ସେହି ଦୁଃଖ ପରି କି କୌଣସି ଦୁଃଖ ଅଛି ?...” - ଯିରିମୀୟଙ୍କ ବିଳାପ 1:12

 

      ଯୀଶୁଖ୍ରୀଷ୍ଟ କୃଶରେ ଦେଖାଇ ଥିବା ପ୍ରେମଠୁ ଆଉ କୌଣସି ପ୍ରେମ ଅଛି କି ? ବୋଝର କୃଶକୁ, ତାହାଙ୍କ ରକ୍ତକୁ, ଲୁହାକଣ୍ଟାର ହାତଗୋଡ଼, ମସ୍ତକରେ ପିନ୍ଧାଇ ଥିବା କଣ୍ଟାର ମୁକୁଟକୁ, ତାହାଙ୍କ ଦୁଃଖକୁ ଦେଖିବା ବେଳେ, ଆମ ଜୀବନରେ ଆସିଥିବା କୌଣସି କଷ୍ଟ କି, ଦୁଃଖ କି ତାହାର ସମକକ୍ଷ ହୋଇ ପାରିବ ନାହିଁ !ରୁବେନ ନାମକ ଗୀତ ରଚୟିତା ଲେଖିଥିବା 'ତାହାଙ୍କୁ ପରଖି ଦେଖ'ଗୀତରେ କୃଶରେ ଯୀଶୁ ଅନୁଭବ କରିଥିବା ଦୁଃଖକୁ ବର୍ଣ୍ଣନା କରି, ଆମ ଦୁଃଖ ଗୁଡିକୁ ତାଙ୍କୁ ହିଁ ଦେଖି ସ୍ଥିରତାରେ ରହିବା ଉଚିତ ବୋଲି କହିକି ଶେଷ କରିଛି !ଦୂର ଦେଶରେ ଜନ୍ମଗ୍ରହଣ କରି, ବିଳାସପୂର୍ଣ୍ଣରେ ଜୀବନଯାପନ କରି, ପାଠ ପଡି ଥିବା ରିସିଜାର୍ଡ଼ ଵିଲିଏମ, ଡେଭିଡ ଲିଭିଙ୍ଗ ଷ୍ଟାନ, ଗ୍ରାହାମ ଷ୍ଟେଇନସ, ହାର୍ସନ ଟେଲେର,ରାକଲାଣ୍ଡ, ବିଲିଏମ କେରୀ, ଏପରି କେତେ ଜଣ ମିଶିନାରୀମାନେ ତାଙ୍କ ନିଜ ଦେଶକୁ, ବିଳାସପୂର୍ଣ୍ଣ ଜୀବନକୁ ପରିତ୍ୟାଗ କରି ଆସିଲେ !କେବଳ ସେଥିକି ନୁହେଁ ଭୟଙ୍କର ଗରମ ଅବସ୍ଥାକୁ ଅନୁଭବ କରି, ସ୍ତ୍ରୀ ଓ ସନ୍ତାନମାନଙ୍କୁ ମୃତ୍ୟୁକୁ ସମର୍ପିତ କରି,ସାମାଜିକ ଜୀବନକୁ ପରିତ୍ୟାଗ କରି, ଗୋଟେ ଦିନ ଚାରି ଘଣ୍ଟା ବି ଭଲ ନିଦ ନ ଥାଇ, ଉତ୍ତମ ଖାଦ୍ୟ ନ ପାଇ, ତାଙ୍କର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ସୁସମାଚାର ସେଵାକୁ ହିଁ ସେମାନଙ୍କର ଜୀବନକୁ ସମର୍ପଣ କଲେ !

 

ପବିତ୍ର ବାଇବଲରେ ଯୋଶେଫଙ୍କ ବିଷୟରେ ପଡିଲା ବେଳେ, ସେ ଅନୁଭୂତି କରି ଆସିଥିବା ମାର୍ଗ କେତେ ନିଃଶବ୍ଦରେ ଥିଲାକି ଜାଣି ପାରିବା !ଭାଇମାନଙ୍କ ଦ୍ଵାରା କ୍ଳେଶ ପାଇ, କୂଅରେ ପକାଯାଇ, ବିକ୍ରୟ ହୋଇ, ଅନ୍ୟାୟରେ ଅପମାନିତ ହୋଇ, ସମସ୍ତ ଅବସ୍ଥାରେ ମଧ୍ୟ ଯୋଶେଫ ସହନଶିଳ ହୋଇଥିଲା !ପାଉଲ ମଧ୍ୟ କହନ୍ତି, ମୁଁ ଯେକୌଣସି ଅବସ୍ଥାରେ ଥିଲେ ବି ସେହି ଅବସ୍ଥାରେ ମୁଁ ତୃପ୍ତି ପାଇବା ଶିଖିଛି !କିନ୍ତୁ ଆମେ ଅନେକ ସମୟରେ ଆମକୁ ଆସୁଥିବା ଦୁଃଖରେ ପଡି, କେବଳ ମୋତେ ହିଁ କାହିଁକି ଏପରି ହେଉଛି ବୋଲି ବଚସା କରୁ !ଆମ ଜୀବନରେ ହେଉଥିବା ସବୁ କାର୍ଯ୍ୟକୁ ସଦାପ୍ରଭୁ ଜାଣିଛନ୍ତି !ତାହାଙ୍କ ଅନୁମତି ବିନା କୌଣସି ଗୋଟିଏ ବି ଆମ ନିକଟକୁ ଆସିପାରେ ନାହିଁ !ଏହାକୁ ଜାଣି ପାରି ଦୁଃଖରେ ମଧ୍ୟ ଆମେ ନିଃଶବ୍ଦରେ ରହି ତାହାଙ୍କୁ ଦେଖିବା ବେଳେ ସେ ନିଶ୍ଚୟ ଅଦଭୂତ କରିବେ !ତାହାଙ୍କ ଦୁଃଖରେ ଆମ ଦୁଃଖକୁ ସାମଞ୍ଜସ୍ୟ କଲାବେଳେ, ଆମ ଦୁଃଖ ଗଣନା ନୁହେଁ ବୋଲି ଜାଣି ପାରିବା !ଏହି ସବୁକୁ ସହ୍ୟ କରି, ଅଲଗା ହୋଇ, ବ୍ୟବହୃତ ହୋଇ ନ ଥିବା ଅନନ୍ତ ଜୀବନର ମୁକୁଟ ପାଇବାକୁ ସନ୍ଦେହ ନାହିଁ !

- ଶ୍ରୀମତୀ ଜସ୍ମିନ ପାଲ 

 

ପ୍ରାର୍ଥନାର ଅଂଶ :-

ମିଶିନାରୀ ମାନଙ୍କୁ ସହାୟତା କରୁଥିବା ଅଂଶୀଦାରିମାନଙ୍କୁ ସଦାପ୍ରଭୁ ଯୋଗାଇବା ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al grandpashabet grandpashabet grandpashabet grandpashabet giriş grandpashabet grandpashabet güncel giriş grandpashabet grandpashabet güncel grandpashabet grandpashabet giriş grandpashabet giriş grandpashabet grandpashabet grandpashabet grandpashabet holiganbet giriş matbet giriş matbet matbet giriş sahabet onwin bets10 bets10 giriş bets10 güncel giriş betcio atlasbet casibom giriş deneme bonusu casibom vaycasino vaycasino giriş meritking meritking giriş realbahis realbahis giriş casibom casibom giriş casibom casibom giriş imajbet imajbet giriş imajbetapp grandpashabet grandpashabet giriş grandpashabet güncel bets10 bets10 giriş bets10 güncel giriş matbet matbet giriş alobet betmartin pashagaming ultrabet lunabet betzula meritking jojobet jojobet jojobet jojobet jojobet betgit radissonbet grandpashabet romabet nesinecasino grandpashabet casibom