By Village Missionary Movement
Monday, 20-Jun-2022ଆଜିର ବାକ୍ୟ (Oriya) 20-06-2022
ବନ୍ଧୁତା (ଆଜି ଯୁବତୀ ସ୍ତ୍ରୀ ମାନଙ୍କ ନିମନ୍ତେ ବିଶେଷ ବାକ୍ୟ )
“ଆଉ ଯୋନାଥନ ଦାଉଦଙ୍କୁ ଆପଣା ପ୍ରାଣ ପରି ସ୍ନେହ କରିବାରୁ ସେମାନେ ଏକ ନିୟମ କଲେ।“ - ପ୍ରଥମ ଶାମୁୟେଲ 18:3
ଦୁଇଟି ବନ୍ଧୁ ମିଶିକି ଉପର ଘରେ ଖେଳୁଥିବା ସମୟରେ, ସେମାନେ ଖେଳୁ ଥିବା ରିଙ୍ଗ ତାଙ୍କ ଆଗଛମା ଛାତ ଉପରେ ପଡ଼ିବା ଯୋଗୁ, ତାହା କାଡ଼ି ଫେରୁଥିବା ବେଳେ, ଗୋଟିଏ ଵିପତ୍ତିର ଆଲୋଚନା ଆସିଲା !ବନ୍ଧୁଙ୍କ ମଧ୍ୟରେ ଜଣେ କହିଲା,ଏହାର ଉଚତା ଅଳ୍ପ ଅଛି ତ !ଏହାର ଉପରରୁ ଢ଼େଇ ମୋ ଶରୀରରେ ଗୋଟିଏ ବି ଆଘାତ ନ ହୋଇ ମୁଁ ଉଠି ପାରିବି !ତୁମେ ସେମିତି କରି ପାରିବ କି ? ଆଉ ସେ କହିଲା, ଏସବୁ ଧୌର୍ଯ୍ୟ ଯାହାର ଅଛି ସେ ହିଁ କରି ପାରିବ, ତୁ କରି ପାରିବୁ ନାହିଁ !ସଙ୍ଗେ ସଙ୍ଗେ ଅନ୍ୟ ବନ୍ଧୁ ମୁଁ ଢ଼େଇକି ଉଠିବି ବୋଲି ବାଜି କରିବାରୁ, ଦୁଇଜଣ ମିଶି ଢ଼େଇବାକୁ ସ୍ଥିର କଲେ !ଆଖି ବୁଝି ୱାନ, ଟୂ, ତ୍ରି ବୋଲି ଗଣନା କରି ପଟକିଣା ଢ଼େଇବାରୁ, ମା... ଲୋ .. ବୋଲି ଚିତ୍କାରର ଶବ୍ଦ ଶୁଣି ସମସ୍ତେ ଧାଇଁ ଧାଇଁ ଆସିଲେ !ଜଣେ ବନ୍ଧୁର ମେରୁଦଣ୍ଡ ଭାଙ୍ଗି ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଛି !କିନ୍ତୁ ସାହସୀ କରିବାକୁ ପ୍ରେରଣା ଦେଇ ଥିବା ବନ୍ଧୁ ନ ଢ଼େଇ ଉପରରୁ ଦେଖୁଥାଏ !ଶତ୍ରୁର ଆଲୋଚନା ମଧ୍ୟ ଏହିପରି ଅଟେ !
ପବିତ୍ର ବାଇବଲରେ ଯେଉଁ ଜନ ଦୁଷ୍ଟମାନଙ୍କ ମନ୍ତ୍ରଣାରେ ଚାଲେ ନାହିଁ,ଅବା ପାପୀମାନଙ୍କ ମାର୍ଗରେ ଠିଆ ହୁଏ ନାହିଁ, କିଅବା ନିନ୍ଦକମାନଙ୍କ ସଭାରେ ବସେ ନାହିଁ, ଏହା କହିବାର କାରଣ କଣ ? ଏଦୋନ ଉଦ୍ୟାନରେ ହବା ସର୍ପର ମିଥ୍ୟା କଥାକୁ ଶୁଣି, ପରମେଶ୍ୱରଙ୍କ କଥାକୁ ଆଜ୍ଞାବହ ନ ହୋଇ ସେ ଓ ତାଙ୍କ ଦ୍ଵାରା ସାରା ପୃଥିବୀ ପାପରେ ପତିତ ହେବାର କାରଣ ଅଟେ !ପ୍ରଥମ ରାଜାବଳି ତେର ଅଧ୍ୟାୟରେ ରାଜାଙ୍କ ନିକଟକୁ ସଦାପ୍ରଭୁଙ୍କର ବାକ୍ୟ ନେଇ ଥିବା ପରମେଶ୍ୱରଙ୍କ ଲୋକ, ଅନ୍ୟ ପ୍ରଭକ୍ତାଙ୍କ ଦ୍ଵାରା ଆସିଥିବା ମିଥ୍ୟା କଥାକୁ ବିଶ୍ୱାସ କରି, ପରମେଶ୍ୱରଙ୍କର ଆଜ୍ଞାକୁ ପରିତ୍ୟାଗ କରି, ସେଠାରୁ ଦୂରେଇ ହୋଇ ସିଂହ ଦ୍ଵାରା ବଧ ହେଲା !ଏପରି ଥିବାବେଳେ, ଆମେ ପ୍ରତିଦିନ ପରମେଶ୍ୱରଙ୍କର ଆଜ୍ଞାକୁ ପାଳନ କରି, କେତେ ଜାଗ୍ରତରେ ଜୀବନଯାପନ କରିବା ଉଚିତ !
ହେ ଯୁବତୀ ସ୍ତ୍ରୀଗଣ, ପ୍ରଥମ ଶାମୁୟେଲ ପୁସ୍ତକ ଅଠର, ଉଣେଇଶ ଏବଂ କୋଡିଏ ଅଧ୍ୟାୟରେ ଦାଉଦ ଏବଂ ଯୋନାଥନଙ୍କ ବନ୍ଧୁତ୍ୱ ବିଷୟରେ ଆମେ ଦେଖି ପାରିବା !ଯୋନାଥନ ଦାଉଦଙ୍କୁ ପ୍ରାଣର ବନ୍ଧୁ ରୂପେ ଭାବିଲା !ତାଙ୍କ ପ୍ରାଣର ସଦୃଶ୍ୟ ଦାଉଦଙ୍କୁ ପ୍ରେମ କରିବା ଯୋଗୁ, ତାଙ୍କ ଠାରେ ଥିବା ସମସ୍ତକୁ ଦାଉଦଙ୍କୁ ଦେଇ ତାଙ୍କ ପିତା କରିବାକୁ ଥିବା ଅପକାରରୁ ଦାଉଦଙ୍କୁ ଉଦ୍ଧାର କରି,ତାହାଙ୍କର ଇଚ୍ଛାକୁ ପୂରଣ କରି ଉତ୍ତମ ବନ୍ଧୁ ଭାବେ ଗଣନା ହେଲା !ଉତ୍ତମ ବନ୍ଧୁମାନେ ଆମ ଭୁଲକୁ ଦରଶାଇ, ଆମକୁ ପରିବର୍ତ୍ତନ କରିବାକୁ ଚେଷ୍ଟା କରିବେ !ଦୁଃଖରେ ଆମର ସହବର୍ତ୍ତୀ ରହିବେ !ଆମ୍ଭେମାନେ ମଧ୍ୟ ଯୀଶୁବାପାଙ୍କୁ ଉତ୍ତମ ବନ୍ଧୁ ରୂପେ ଗ୍ରହଣ କରି ତାହାଙ୍କ କାନ୍ଦରେ ଆଉଜି ହୋଇ, ଏକତାର ଆତ୍ମା ରୂପେ, ଜଣେ ବନ୍ଧୁ ରୂପେ ତାହାଙ୍କ ସହିତ ମିଳନ ହୋଇ ବଞ୍ଚିଲା ପରିହେଲେ, ଆମକୁ ରହିଥିବା କଷ୍ଟ, ସମସ୍ୟା ଗୁଡିକ ତାହାଙ୍କ ସହିତ ଭାଗ କରି, ଦୁଃଖରୁ ଦୂରଇ ହେବା ଲୋକ ସଦୃଶ୍ୟ ଉତ୍ତମ ଆଲୋଚନା ଗ୍ରହଣ କରି, ତାହାଙ୍କ ସହ ଆମ ବନ୍ଧୁତାକୁ ଶକ୍ତିଶାଳୀ କରି, ଉତ୍ତମ ଜୀବନ ବଞ୍ଚି ପାରିବା !
- ଶ୍ରୀମତୀ ବାସନ୍ତୀ ରାଜ ମୋହନ
ପ୍ରାର୍ଥନାର ଅଂଶ '-
ନାମ୍ବିକାଇ ନାମକ ଚେନାଲରେ "ଗ୍ରାମୀଣ ଦୋଷ" ନାମକ କାର୍ଯ୍ୟକ୍ରମ ଦେଖୁଥିବା ଲୋକମାନେ ଆଶୀର୍ବାଦ ପାଇବା ନିମନ୍ତେ ପ୍ରାର୍ଥନା କରିବା !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.