Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 21-06-2022
Share:

By Village Missionary Movement

Monday, 20-Jun-2022

ଆଜିର ବାକ୍ୟ (Oriya) 21-06-2022

 

କାଉ କିଏ ? 

 

“...ଯଦି ଆତ୍ମାଙ୍କ ଦ୍ୱାରା ତୁମ୍ଭେମାନେ ଶରୀରର କର୍ମସବୁକୁ ବିନାଶ କର, ତେବେ ଜୀବିତ ହେବ ।“ - ରୋମୀୟ 8:13

 

ଜାହାଜ ଭିତରେ ଥିବା ନୋହ ପୃଥିବୀରେ ଜଳ ଶୁଷ୍କ ହେଲାକି ନାହିଁ, ତାହା ଜାଣିବା ନିମନ୍ତେ ଗୋଟିଏ କାଉକୁ ବାହାରକୁ ପଠାଇଲା !ସେତେବେଳେ ପାଣି ବହୁଥାଏ !କାହିଁକିନା କାଉର ଜନ୍ମ ସ୍ଵଭାଵ ପୃଥିବୀରେ ଥିବା ତିକ୍ତ ପଦାର୍ଥ ଖାଦ୍ୟରୂପେ ଖାଇବା !ପାଣିରେ ଭାସୁଥିବା ମଲାଶବ ଗୁଡିକ ଖାଇବା ପରେ କେବଳ ବାସ କରିବାକୁ ହିଁ ଜାହାଜ ଭିତରକୁ ଆସିଲା !ନୋହ ଏହାକୁ ବୁଝି ପାରିଲା ନାହିଁ !କାଉ ଦ୍ଵାରା କୌଣସି ପ୍ରୟୋଜନ ନାହିଁ !ତାହା କେବଳ ତାର ନିଜର ଇଚ୍ଛା ହିଁ ସଫଳ କରିବ !କିନ୍ତୁ ନୋହଙ୍କ ଇଚ୍ଛାକୁ ସଫଳ କଲା ନାହିଁ !

 

ଯୀଶୁଖ୍ରୀଷ୍ଟଙ୍କୁ ଗ୍ରହଣ କରି, ତାର ଜନ୍ମ ସ୍ଵଭାଵକୁ ପରିତ୍ୟାଗ ନ କରିବା ଲୋକ ଏହି କାଉ ସଦୃଶ୍ୟ !ସେମାନଙ୍କୁ ପ୍ରଭୁଙ୍କର ଆଶୀର୍ବାଦ ଦରକାର, ପୃଥିବୀ ଦରକାର !ପ୍ରଭୁ ସେମାନଙ୍କୁ ଏହି ଜଗତରେ ରଖିଥିବା ଯୋଜନା ଜାଣିବାକୁ କି ସଫଳ କରିବାକୁ ଚେଷ୍ଟା କରନ୍ତି ନାହିଁ !ପ୍ରଭୁଙ୍କୁ ଏବଂ ଅନ୍ୟ ମନୁଷମାନଙ୍କୁ ଭୟ କରନ୍ତି ନାହିଁ !ପ୍ରଭୁଙ୍କର ଇଚ୍ଛାକୁ ନୁହେଁ, ମାତ୍ର ନିଜର ଇଚ୍ଛାକୁ ସଫଳ କରନ୍ତି !କିନ୍ତୁ ଏଲିୟକୁ ସକାଳ ଓ ସନ୍ଦ୍ୟାରେ ମାଂସ ଯୋଗାଇ ଥିବା କାଉକୁ ଦେଖନ୍ତୁ !ନିଜକୁ ଏବଂ ତାର ଜାତିକୁ ପୋଷଣ କରୁଥିବା ତାହାର ଜନ୍ମ ସ୍ଵଭାଵକୁ ପରମେଶ୍ୱର ପରିବର୍ତ୍ତନ କରିଦେଲେ !ତାହାର ନିଜର ଇଚ୍ଛାକୁ ଦୂର କଲା !ସେଥିପାଇଁ ସେହି କାଉ ଏଲିୟ ଭବିଷ୍ୟତବକ୍ତାକୁ ପୋଷଣ କରି, ପ୍ରଭୁଙ୍କର ଇଚ୍ଛାକୁ ସଫଳ କରି, ପ୍ରଭୁଙ୍କୁ ଏବଂ ମନୁଷକୁ ଉପଯୋଗ ହେଲା !ତଦ୍ରୁପ ନିଜର ଇଚ୍ଛାକୁ କୃଶରେ ପରିତ୍ୟାଗ କରିବାକୁ ଆତ୍ମୀୟ ବ୍ୟକ୍ତି ପବିତ୍ର ଆତ୍ମା ଦ୍ଵାରା ସଂପୂର୍ଣ୍ଣ ରୂପେ କଢାଇ ନେବ !ସେ ପ୍ରଭୁଙ୍କୁ ଏବଂ ଚାରିପଟେ ଥିବା ଲୋକଙ୍କୁ ଆଶୀର୍ବାଦ ଯୁକ୍ତ ହୋଇ ଥିବ !

 

ପ୍ରିୟ ବନ୍ଧୁଗଣ, ଆମ୍ଭେମାନେ ନୋହଙ୍କ ଠାରେ ଥିବା କାଉ କି ଅଥବା ଏଲିୟଙ୍କୁ ସାହାଯ୍ୟ କରିଥିବା କାଉ ? ଆଲୋଚନା କରିବା !ନୋହଙ୍କ ଜାହାଜରେ ଥିବା କାଉଟି ଆମ ନିଜର ଇଚ୍ଛା, କ୍ରୋଧ, ଚିଡିଚିଡ଼ିଆପଣ, ଗର୍ବ, ହିଂସା ଦୂର କରିବାକୁ ପବିତ୍ର ଆତ୍ମା ପରମେଶ୍ୱରଙ୍କୁ ପ୍ରତିଦିନ ଆମକୁ ପବିତ୍ରତା କରିବାକୁ ସମର୍ପଣ କରିବା !ପ୍ରଭୁଙ୍କର ଇଚ୍ଛାକୁ ସଫଳ କରି, ପ୍ରଭୁଙ୍କୁ ଏବଂ ମନୁଷମାନଙ୍କୁ ପ୍ରୟୋଜନ ଯୁକ୍ତ ହୋଇ, ଏଲିୟକୁ ସାହାଯ୍ୟ କରିଥିବା କାଉ ସଦୃଶ୍ୟ ପରିବର୍ତ୍ତନ ହେବା !ଆମେନ୍ !

 

ଶ୍ରୀମତୀ ଗୀତା ରିଚାର୍ଡ 

ପ୍ରାର୍ଥନାର ଅଂଶ :-ସତ୍ୟମ ନାମକ ଦୂରଦର୍ଶନରେ ପ୍ରସାରଣ ହେଉଥିବା କାର୍ଯ୍ୟକ୍ରମ ଦ୍ଵାରା ଅନେକ ଖ୍ରୀଷ୍ଟଙ୍କ ନିମନ୍ତେ ଉଜ୍ଜିବରେ ଗମନ କରି, ବୃଦ୍ଧି ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al Elexbet matbet giriş matbet instagram unban x unban twitter unban palacebet setrabet