Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 08-07-2022
Share:

By Village Missionary Movement

Thursday, 07-Jul-2022

ଆଜିର ବାକ୍ୟ (Oriya) 08-07-2022

 

କପାଳ ଲିଖନ ବଦଳି ଗଲା 

 

“ସଦାପ୍ରଭୁ ତୁମ୍ଭ କର୍ମର ଫଳ ଦେଉନ୍ତୁ; ଇସ୍ରାଏଲର ଯେଉଁ ସଦାପ୍ରଭୁ ପରମେଶ୍ୱରଙ୍କ ପକ୍ଷ ତଳେ ତୁମ୍ଭେ ଆଶ୍ରୟ ନେବାକୁ ଆସିଅଛ, ସେ ତୁମ୍ଭକୁ ସମ୍ପୂର୍ଣ୍ଣ ପୁରସ୍କାର ଦେଉନ୍ତୁ।” - ରୂତ 2:12

 

ଖ୍ୟାତନାମା ଜଣେ ସେବକ ତାଙ୍କ ଆରମ୍ଭ ଦିନରେ ଋଣଗ୍ରସ୍ତରେ ବାଧା ହୋଇ ତାଙ୍କ ବାପା କରିଥିବା ଋଣକୁ ଶୁଝିବା ନିମନ୍ତେ କିଛି ବୁଝି ନ ପାରି, ସେ ଯୀଶୁଖ୍ରୀଷ୍ଟଙ୍କୁ ନିଜର ପରିତ୍ରାଣ କର୍ତ୍ତା ରୂପେ ଗ୍ରହଣ କରିବା ଦ୍ଵାରା ଠକି ନ ପାରି, ଗୋଟିଏ କାଗଜରେ ଲେଖିଲା, ମୁଁ ତୁମକୁ ଦେବାକୁ ଥିବା ଋଣକୁ ସଙ୍ଗେ ସଙ୍ଗେ ସୁଝି ପାରୁ ନାହିଁ !ସେଥିପାଇଁ ଆପଣ ଟିକେ ସହ୍ୟ କରି, ମୋତେ କିଛି ଦିନ ସୁଯୋଗ ଦିଅ !ତୁମ୍ଭ ଟଙ୍କାକୁ ସୁଝି ଦେବି, ଏହା ଲେଖି ଋଣ ଦେଇଥିବା ବ୍ୟକ୍ତିକୁ ଦେଲା !ତାହା ପଡି ସେ ତାହାକୁ ଫିଙ୍ଗି ଦେଲା !ଆଉ ସେ କ୍ରୋଧରେ କହିଲା, ତୁମ ହାତଲେଖା ଭଲ ଅଛି, କିନ୍ତୁ ତୋର କପାଳ ଲିଖନ ଭଲ ନାହିଁ !ପ୍ରଥମେ ଟଙ୍କା ଦିଅ !ଏହା ଶୁଣି ମନ ଖରାପରେ ପ୍ରଭୁଙ୍କ ସାନ୍ନିଧ୍ୟକୁ ଯାଇ, ଯୀଶୁବାପା ମୁଁ କେବଳ ତୁମ୍ଭକୁ ହିଁ ବିଶ୍ୱାସ କରୁଛି !ମୋ କପାଳ ଲିଖନକୁ ପରିବର୍ତ୍ତନ କର କହି ବିକଳରେ କାନ୍ଦିଲା !ପ୍ରଭୁଙ୍କ ଦୟାରୁ ଋଣଭାରରୁ ମୁକ୍ତ ହୋଇ, ସେ ଦିନ ହୀନ କରାଯାଇ ଥିବା ହାତ ଲେଖା ଦ୍ଵାରା ଆଜି ଅନେକ ପୁସ୍ତକ ଲେଖି ବହୁ ବଡ଼ ମଣ୍ଡଳୀରେ ପାଳକ ହୋଇ ରହି ପ୍ରଭୁଙ୍କର ଦ୍ଵାରା ମହିମା ରୂପେ ବ୍ୟବହୃତ ହୋଇ ଅଛନ୍ତି !

 

ପବିତ୍ର ବାଇବଲରେ ମୋୟାବ ସ୍ତ୍ରୀ ହୋଇଥିବା ଋତଙ୍କ ଜୀବନ ଡ଼ଙ୍ଗା ବୁଡ଼ି ଗଲା !ସ୍ୱାମୀ ହରାଇ ଥିବା ଅବସ୍ଥାରେ ତାର ଜାତି, ତାର ଦେଶକୁ, ତାର ପ୍ରଭୁଙ୍କୁ ବି ତ୍ୟାଗ କରି ତାର ଶାଶୁକୁ ହିଁ କେବଳ ଅନୁସରଣ କରିବା ନୁହେଁ ତାର ଶାଶୁଙ୍କ ପ୍ରଭୁ ପରମେଶ୍ୱରଙ୍କୁ ବିଶ୍ୱାସ କଲା !କ୍ଷେତରେ ଫସଲ କାଟିବାକୁ ଯିବାବେଳେ, ସେଇ ସ୍ଥାନରେ ବୋୟାଜଙ୍କୁ ଦେଖାଇ, ତାଙ୍କ ଦ୍ଵାରା ୠତଙ୍କ ପ୍ରତି ଦୟା ନିମନ୍ତେ ସଦାପ୍ରଭୁ ପରମେଶ୍ୱର ସାହାଯ୍ୟ କଲେ !ସବୁ ହରାଇ ଥିବା ଅବସ୍ଥାରେ ବୋୟାଜକୁ ଖୋଜି ଖୋଜି ଆସିଥିବା ୠତଙ୍କୁ ଶ୍ଵାନନା, ଉତ୍ତମ ଉପଦେଶ, ଚିହ୍ନ, ଆଶୀର୍ବାଦ ଏବଂ ସ୍ତ୍ରୀ ହେବାର ସୁଯୋଗ ମିଳିଲା !ଫସଲ କାଟିବାକୁ ଆସିଥିବା ସେ ସେଇ କ୍ଷେତର ମାଲିକ ହେଲା !ଏହି ଜାଗତିକରେ ବୋୟାଜ ନିକଟକୁ ଆସିଥିବା ୠତଙ୍କ କପାଳ ଲେଖା ଏତେ ବଦଳିଲା ମାନେ, ଆମକୁ ଖୋଜିଖୋଜି ଆସିଥିବା ପରମବୋୟାଜ ହୋଇଥିବା ଯୀଶୁଙ୍କ ନିକଟକୁ ଆମେ ଯିବାବେଳେ, ତାହାଙ୍କ କଥା ଦ୍ଵାରା ଆମକୁ ଶ୍ଵାନ୍ତନା ଦେଇ, ପରିତ୍ରାଣ କରି, ତାଙ୍କ ସନ୍ତାନ ରୂପେ ପରିବର୍ତ୍ତନ କରି, ଚାଲିବା ମାର୍ଗ ଦେଖାଇ, ସବୁପ୍ରକାରର ଆଶୀର୍ବାଦ ଦ୍ଵାରା ଆମ୍ଭମାନଙ୍କୁ ପୂର୍ଣ୍ଣ କରି, ତାହାଙ୍କ ସହିତ ରହିବାକୁ, ତାହାଙ୍କ ସହିତ ଶାସନ କରିବାକୁ ଯୋଗ୍ୟ ଅଧିକାର ଦେଉଛି!

 

ଏଥିପାଇଁ ଆମେ କଣ କରିବା ଉଚିତ ? ଦୁରେଇ ଥିବା ଆମେ ତାଙ୍କ ନିକଟକୁ ଆସି, ପ୍ରଭୁଙ୍କର ବାକ୍ୟକୁ ଆଜ୍ଞାଧିନ ହୋଇ, ତାହାଙ୍କ ପାଦ ହିଁ ସୁନା ବୋଲି ବିଶ୍ୱାସ କଲେ, ଅଧିପତି ହୋଇଥିବା ଖ୍ରୀଷ୍ଟଙ୍କ ଦ୍ଵାରା ଆମ କପାଳ ଲେଖାକ ବଦଳି ଯାଇ , ମସ୍ତକ ଟେକି ଚାଲିବା ବ୍ୟକ୍ତି ଭାବେ ବଦଳିବ !

- ଶ୍ରୀମତୀ ବାସନ୍ତି ରାଜ ମୋହନ 

 

ପ୍ରାର୍ଥନାର ଅଂଶ :-

ଗେତସମଣି କ୍ୟାମ୍ପସରେ ଗୋଟିଏ ବଖରାରେ ଦୁଇ ଜଣ ମିଶିନାରୀ ବାସ କରି ଶିକ୍ଷା ଗ୍ରହଣ କରିବାକୁ ଷାଠିଏଟି ବଖରା ନିର୍ମାଣ ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al grandpashabet grandpashabet grandpashabet grandpashabet giriş grandpashabet grandpashabet güncel giriş grandpashabet grandpashabet güncel grandpashabet grandpashabet giriş grandpashabet giriş grandpashabet grandpashabet grandpashabet grandpashabet jojobet giriş matbet giriş sahabet onwin bets10 bets10 giriş bets10 güncel giriş betcio atlasbet casibom Royalbet Royalbet giriş Royalbet güncel Royalbet meritking perabet casibom holiganbet galabet casibom perabet perabet giriş padişahbet padişahbet giriş grandpashabet kalitebet kalitebet giris betsmove betsmove giris gonebet gonebet giris betnano betnano giriş jojobet jojobet casinomilyon jojobet palacebet sonbahis wbahis grandpashabet betgit betsalvador matbet meritking