Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 09-07-2022
Share:

By Village Missionary Movement

Saturday, 09-Jul-2022

ଆଜିର ବାକ୍ୟ (Oriya) 09-07-2022

 

ଯଦି ମୋତେ ଭଙ୍ଗାଯାଏ 

 

“ତୁମ୍ଭେମାନେ ଜଗତର ଜ୍ୟୋତିଃ...!” - ମାଥିଉ 5:14

 

ଜଣେ ମାଲିକଙ୍କ ଘରେ ବହୁତ ମହମବତୀ ଥିଲା !ସେଗୁଡିକ ସୁନ୍ଦର ସୁନ୍ଦର ରଙ୍ଗୀନରେ, ବିଭିନ୍ନ ରୂପରେ,ଭିନ୍ନଭିନ୍ନ ପରିମାଣରେ ଥିଲା !ଏମାନଙ୍କ ମଧ୍ୟରେ କେବଳ ଗୋଟିଏ ମାତ୍ର ମହମବତୀଟି ଅତି ଛୋଟ ଥିଲା !ବିନା ଅଳଙ୍କାରରେ, ସାଧାରଣ ରଙ୍ଗୀନରେ ତାହା ଥିଲା !ଏହା ଅନ୍ୟ ମହମବତୀ ଗୁଡିକୁ ଦେଖି ଭାବୁଥାଏ କି, ମୁଁ ସେମାନଙ୍କ ସଦୃଶ୍ୟ ସୁନ୍ଦର, ବଡ଼ ପରିମାଣରେ ନ ଥାଇ ହୀନରେ ନିର୍ମିତ ହୋଇଛି !କେବଳ ମୋତେ ହିଁ କାହିଁକି ଏମିତି ନିର୍ମାଣ କରାଗଲା, ମୋତେ କିଏ ଇଚ୍ଛା ହେବ !ଦିନେ ରାତିରେ ସବୁ ମହମବତୀ ଗୁଡିକ ଲିଭିଯିବାରୁ, ସେହି ଘରର ମାଲିକ ହାତରେ ଦିଆସିଲି ଧରି ମହମବତୀ ଥିବା ବଖରାକୁ ଗଲା !ସେହି ବଖରାରେ ଥିବା ସବୁ ମହମବତୀ ଗୁଡିକ, ଚେଇ ଥାନ୍ତି ଆଜି ମାଲିକ କେଉଁ ମହମବତୀ ଜଳାଇବ !ସେଇ ମାଲିକ ସାଧାରଣ ହୋଇଥିବା ମହମବତୀଟିକୁ ନେଇ ଜଳାଇ, ତାହାକୁ ବଖରା ମଝିରେ ରଖିଲା !ଅନ୍ଧକାରରେ ରହିଥିବା ସେଇ ବଖରାଟି ପ୍ରକାଶିତ ହେବା ଦେଖି,ସେଇ ସାଧାରଣ ମହମବତୀ ବହୁତ ଆନନ୍ଦିତ ହେଲା !ସେତେବେଳେ ହିଁ ସେଇ ସାଧାରଣ ମହମବତୀକୁ ପ୍ରକୃତ ସତ୍ୟଟି ବୁଝିଲା !ମୁଁ ନିର୍ମିତର କାରଣ, ଜଳି, ତରଳି, ପ୍ରକାଶିତ ହୋଇ, ଅନ୍ଧକାରକୁ ଦୂରେଇବା !ଏଥିପାଇଁ ସୁନ୍ଦର ରଙ୍ଗୀନ, ବଡ଼ ପରିମାଣ ଆବଶ୍ୟକ ନାହିଁ !ଏହି ସବୁ ଜଳି, ପ୍ରକାଶିତ ହୋଇ, ଭାଙ୍ଗି ଯିବା ଉଚିତ ତ !ମୁଁ ଜଳି ପ୍ରକାଶିତ ହୋଇ ଅନ୍ଧକାରକୁ ଦୂରେଇ କରିବା ହିଁ ମୋ ମାଲିକର ଲକ୍ଷ୍ୟ !ତାହାଙ୍କ ଇଚ୍ଛାକୁ ଆଜି ସଫଳ କରି ଅନ୍ଧକାରକୁ ଦୂରେଇ ଉପଯୋଗ ହେଲି ବୋଲି ମହାଆନନ୍ଦରେ ପ୍ରକାଶିତ ହୋଇ ତରଳି ଗଲା !

 

(ମାଥିଉ :-7:21)ରେ ଏପରି ଲେଖା ଯାଇଛି, ମୋତେ ପ୍ରଭୁ, ପ୍ରଭୁ ବୋଲି ଡାକନ୍ତି, ଏପରି ପ୍ରତ୍ୟେକେ ସ୍ୱର୍ଗରାଜ୍ୟରେ ପ୍ରବେଶ କରିବେ ନାହିଁ, ମାତ୍ର ଯେ ମୋହର ସ୍ୱର୍ଗସ୍ଥ ପିତାଙ୍କ ଇଚ୍ଛା ସାଧନ କରେ, ସେ ପ୍ରବେଶ କରିବ ।ଆମେ ପ୍ରତ୍ୟେକ ଜଣ ଜଗତର ଧନ, ସୌନ୍ଦର୍ଯ୍ୟ ଅଛି କି ନାହିଁ, ପାଠପଡି ଡିଗ୍ରୀ ପାଇଲୁ କି ନାହିଁ, ଏ ସବୁ ନିମନ୍ତେ ଆମ୍ଭେ ଦୁଃଖ ହେବା ଉଚିତ ନୁହେଁ !ସବୁ ରହି ତରଳି ପ୍ରକାଶିତ ନ ହେବା ଅବସ୍ଥାରେ ରହିଥିବା ମହମବତୀ ସଦୃଶ୍ୟ ନ ରହି, ସାଧାରଣ ଭାବେ ରହି ତରଳି ପ୍ରକାଶିତ ହୋଇଥିବା ମହମବତୀ ସଦୃଶ୍ୟ ଆମ୍ଭମାନଙ୍କୁ ସୃଜନକର୍ତ୍ତାଙ୍କ ଯୋଜନାକୁ ପୂର୍ଣ୍ଣ କରି ଜୀବନଯାପନ କରିବା !

- ଶ୍ରୀ ଜାବାଗାନ୍ ଶେଖାର 

 

ପ୍ରାର୍ଥନାର ଅଂଶ :-

ପ୍ରତ୍ୟେକ ଶନିବାର ଦିନ ତାମିଲନାଡୁରେ ହେଉଥିବା ଉଜ୍ଜିବ ସମାରୋହରେ ପ୍ରଭୁଙ୍କର ନାମ ମହିମାନ୍ୱିତ ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al Elexbet matbet giriş matbet instagram unban x unban twitter unban palacebet setrabet