By Village Missionary Movement
Monday, 11-Jul-2022ଆଜିର ବାକ୍ୟ (Oriya) 12-07-2022
ଆଧୁନିକ ଅଡୁଆ
“କାରଣ ଖ୍ରୀଷ୍ଟଙ୍କଠାରେ କେବଳ ବିଶ୍ୱାସ କରିବା ନିମନ୍ତେ ତୁମ୍ଭମାନଙ୍କୁ ଯେ ଅନୁଗ୍ରହ ଦିଆଯାଇଅଛି, ତାହା ନୁହେଁ, ମାତ୍ର ତାହାଙ୍କ ସକାଶେ ଦୁଃଖଭୋଗ ମଧ୍ୟ କରିବା ନିମନ୍ତେ ତୁମ୍ଭମାନଙ୍କୁ ଅନୁଗ୍ରହ ଦିଆଯାଇଅଛି;” - ଫିଲିପ୍ପୀୟ 1:29
ସ୍ୱେର୍ଗୀ ନାମକ ଜଣେ ନେତା, ତାଙ୍କ ଦେଶ ସମ୍ପର୍କରେ ବଡ଼ କଠିନ ବ୍ୟକ୍ତି ଅଟେ !କମ୍ୟୁନିଷ୍ଟ ଶାସନରେ ରୁଷିଆର ସିଦ୍ଧାନ୍ତରେ ସର୍ବଦା ପରିପୂର୍ଣ୍ଣ ହୋଇଥିଲା !ରୁଷିଆର ରହସ୍ୟ ପୋଲିସମାନଙ୍କ ମଧ୍ୟରେ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ନେତା ହୋଇ ରହି, ଖ୍ରୀଷ୍ଟିଆନମାନଙ୍କୁ ଦଣ୍ଡ ଦେଇ, ମାଡ଼ ମାରି, କାରାଗାରରେ ପକାଇବା ହିଁ ସ୍ୱେର୍ଗର ମୁଖ୍ୟ କାର୍ଯ୍ୟ ଥିଲା !ଦିନେ ଲୁକାୟିତ ଭାବେ ଗୋଟିଏ ସ୍ଥାନରେ ଏକ ଦୋଳ ହୋଇ ପ୍ରାର୍ଥନା କରୁଛନ୍ତି ବୋଲି ଜାଣିପାରି, ସ୍ୱେର୍ଗୀ ତାଙ୍କ ଦୋଳ ସହିତ ସେଠାକୁ ଗଲା !ବିଶ୍ୱାସୀମାନେ ଜାଣି ନ ପାରିବା ସମୟରେ ସେହି ସ୍ଥାନକୁ ଯାଇ ମାରିବାକୁ ଆରମ୍ଭ କଲା !ସେମାନଙ୍କ ମଧ୍ୟରେ ନତସ୍ୟ ନାମକ ଜଣେ ଯୁବତୀକୁ ମାଡ଼ମାରି ବହୁତ ତାଡନା କଲା !ଏବେ ସ୍ୱେର୍ଗୀଙ୍କ ହୃଦୟରେ ଅସହ୍ୟ ଆନନ୍ଦ, ନା କାହିଁକି ଏମାନେ ଆଉ ଦୋଳଗତ ଭାବେ କେଉଁଠି ପ୍ରାର୍ଥନା କରିବେ ନାହିଁ !ଆର ଦିନ ପୁନଃର୍ବାର ଅନ୍ୟ ସ୍ଥାନରେ ଖ୍ରୀଷ୍ଟିଆନମାନେ ଏକ ଛୋଟ ଦୋଳ ହୋଇ ପ୍ରାର୍ଥନା କରୁଛନ୍ତି ବୋଲି ଶୁଣି ସ୍ୱେର୍ଗ ସେଠାକୁ ଯାଇ ପ୍ରାର୍ଥନା କରିବା ଲୋକଙ୍କୁ ବାରମ୍ବାର ବାଧା କରିବାକୁ ଆରମ୍ଭ କଲା !ଏବେ ସ୍ୱେର୍ଗୀଙ୍କ ଠାରେ ଏକ ମହାନ ଆଚର୍ଯ୍ୟ ଠିଆ ହେଲା !ତାହା ହେଉଛି ପ୍ରଥମ ସପ୍ତାହରେ ତାଡନା ଦେଇ ଥିବା ନତସ୍ୟ ନାମକ ଯୁବତୀଟି ଆଘାତରେ ମଧ୍ୟ ସେହି ପ୍ରାର୍ଥନାର ସହଭାଗୀତାକୁ ଆସିଲା !ବହୁତ ରାଗରେ ଯାଇଥିବା ସ୍ୱେର୍ଗୀ ତାଙ୍କ ହାତ ଦ୍ଵାରା ନତସ୍ୟଙ୍କ ମୁହଁରେ ମୁଥା ମାରିଲା !ତାପରେ ଆଉ ଏକ ପ୍ରାର୍ଥନା ସ୍ଥଳରେ ସ୍ୱେର୍ଗୀ ନତସ୍ୟକୁ ଦେଖିଲା !ନତସ୍ୟଙ୍କ ସଛୋଟତା ବ୍ୟବହାର ଏବଂ ପ୍ରାର୍ଥନା, ସ୍ୱେର୍ଗୀଙ୍କ ଠାରେ ଅନେକ ପ୍ରଶ୍ନର କାରଣ ହେଲା !କିଛି ସପ୍ତାହରେ ମଧ୍ୟରେ ସ୍ୱେର୍ଗୀଙ୍କୁ ପ୍ରଭୁଙ୍କର ପ୍ରେମ ନିକଟକୁ ଅଣାଗଲା !
ଜଣେ ଯୁବତୀ ସ୍ତ୍ରୀର ସ୍ଥିରତାର ଖ୍ରୀଷ୍ଟିୟ ବିଶ୍ୱାସ, ଜଣେ ଜିଦ୍ଖୋର ବ୍ୟକ୍ତିକୁ ଖ୍ରୀଷ୍ଟଙ୍କ ନିକଟକୁ କଢାଇ ନେଲା !କିଛି ସମୟରେ ଆମ୍ଭମାନଙ୍କୁ ଆସୁଥିବା ଦୁଃଖଭୋଗ ପ୍ରଭୁଙ୍କର ନାମକୁ ମହିମା ଆଣିଦେବ ବୋଲି ଆମେ ଜାଣିଅଛୁ !ରୀଚାର୍ଟ ଉମରାନ୍ଟଙ୍କୁ କାରାଗାରର ଦୁଖଭୋଗ ବ୍ୟତିବ୍ୟସ୍ତ କରିନାହିଁ !ତାହା ବଦଳରେ ଅନେକ ବନ୍ଦୀଙ୍କୁ ମନ ପରିବର୍ତ୍ତନ ହୋଇ ପରିତ୍ରାଣ ପାଇବାକୁ, ତାଙ୍କୁ ପ୍ରଭୁ ହିଁ କାରାଗାରକୁ ନେଲେ ବୋଲି ଲେଖିଛନ୍ତି !ଏହି ବାର୍ତ୍ତା ଶୁଣୁଥିବା ତୁମମାନଙ୍କ ମଧ୍ୟରେ ଅନେକେ ଦୁଃଖଭୋଗ ମଧ୍ୟରେ ରହିଥାଇ ପାର !ପ୍ରଭୁଙ୍କୁ ପ୍ରେମ କରିବା ଲୋକଙ୍କୁ, ଅର୍ଥାତ ତାହାଙ୍କ ସଙ୍କଳ୍ପ ଡକାଯାଇ ଥିବା ଲୋକଙ୍କୁ ଉପକାର ନିମନ୍ତେ ଏକତା କରାଯାଉଛି ବୋଲି ଜାଣିବା !ତେଣୁକରି ଏବେ ଥିବା ଦୁଖଭୋଗକୁ ସଂକୋଚିତ ହୁଅ ନାହିଁ, ପଛଘୁଞ୍ଚା ଦିଅ ନାହିଁ !ତୁମ ଦୁଖଭୋଗ ତୁମକୁ ମହିମା !ତୁମ ଚତୁଃପାର୍ଶ୍ଵରେ ଥିବା ଲୋକଙ୍କୁ ପରିବର୍ତ୍ତନ ଅଣି ଦେବ, ଏହା ନିଶ୍ଚୟ !
- ପି. ଜେକାଵ ଶଙ୍କର
ପ୍ରାର୍ଥନାର ଅଂଶ :-
ଶିକୁଳି ପ୍ରାର୍ଥନାରେ ଅଂଶଗ୍ରହଣ କରୁଥିବା ପ୍ରତ୍ୟେକ ଜଣକୁ ସଦାପ୍ରଭୁ ପ୍ରାର୍ଥନାର ଶକ୍ତି ଏବଂ ପବିତ୍ର ଆତ୍ମାରେ ପରିପୂର୍ଣ୍ଣ କରିବା ନିମନ୍ତେ ପ୍ରାର୍ଥନା କରନ୍ତୁ !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.