By Village Missionary Movement
Wednesday, 13-Jul-2022ଆଜିର ବାକ୍ୟ (Oriya) 14-07-2022
ମିଥ୍ୟାବାଦୀ ଓଷ୍ଟ
“ମିଥ୍ୟାବାଦୀ ଓଷ୍ଠ ସଦାପ୍ରଭୁଙ୍କ ଘୃଣା ବିଷୟ; ମାତ୍ର ଯେଉଁମାନେ ସତ୍ୟ ବ୍ୟବହାର କରନ୍ତି, ସେମାନେ ତାହାଙ୍କର ତୁଷ୍ଟିକର।“ - ହିତୋପଦେଶ 12:22
ମୁଁ ମୋ ଘରଠୁ ଦୋକାନକୁ ଯିବା ରାସ୍ତାରେ ବହୁତ ଦୁର୍ଗନ୍ଦ ଆସିଲା !କିନ୍ତୁ ତାହା ପାର ନ ହେଲେ ଦୋକାନକୁ ଯାଇ ପାରିବି ନାହିଁ !କଲେବଳେ କୌଶଲେ ତାହା ପାର ହୋଇ ଦୋକାନକୁ ଗଲି !ପୁନଃବାର ଫେରିବା ବେଳେ ଉପରେ କୁହାଯାଇଥିବା ବାକ୍ୟଟି ମୋର ମନେ ହେଲା !ଆମ୍ଭେ ମଧ୍ୟ ମନ୍ଦ କଥା କହିବା ବେଳେ ସଦାପ୍ରଭୁ ଆମ୍ଭଙ୍କୁ ଘୃଣାରେ ଦେଖନ୍ତି !ମିଛ ଆମକୁ ବଡ଼ ପାପ ପରି ଦେଖା ଯାଏ ନାହିଁ !ଅନ୍ୟର ବିଶ୍ୱାସକୁ ମୁଁ ପାଇବା ଉଚିତ !ମୁଁ କରୁଥିବା କାର୍ଯ୍ୟର ଭୁଲବଟକାକୁ କେହି କହିବା ଉଚିତ ନୁହେଁ !ଏହା ଭାବନା କରି ସର୍ବସାଧାରଣ ଭାବେ ମିଛ କଥା କହି ଥାଉ !ଏହି ସବୁକୁ ସଦାପ୍ରଭୁ ଧ୍ୟାନ କରୁଛି !ଏ ବିଷୟରେ ଆମେ ମନେପକାଉ ନାହୁଁ !ମୁଁ ସଦାପ୍ରଭୁଙ୍କୁ ଭୟ କରି ଗମନ କରିବା ଉଚିତ, ତାଙ୍କୁ ତୁଷ୍ଟି କରିବା ଉଚିତ ବୋଲି ଯଦି ଆମ ଠାରେ ପ୍ରେରଣା ଥିଲା ପରି ହେଲେ, ଏମିତି ମିଛୁଆ କଥା ଆମେ କହିବା ନାହିଁ !ମିଛ କହିଲେ ଆସୁଥିବା ନଷ୍ଟ ବିଷୟରେ ପବିତ୍ର ବାଇବଲ କଣ କହୁଛି ଆଜି ଆମେ ଦେଖିବା !
କାରଣ ମିଥ୍ୟାବାଦୀମାନଙ୍କ ମୁଖ ରୁଦ୍ଧ ହେବ।(ଗୀତସଂହିତା :-63:11)
ମିଥ୍ୟାସାକ୍ଷୀ ଅଦଣ୍ଡିତ ନୋହିବ; ପୁଣି, ମିଥ୍ୟାବାଦୀ ରକ୍ଷା ପାଇବ ନାହିଁ। (ହିତୋପଦେଶ :-19:5),
ମିଥ୍ୟାସାକ୍ଷୀ ଅଦଣ୍ଡିତ ନୋହିବ; ପୁଣି, ମିଥ୍ୟାବାଦୀ ବିନଷ୍ଟ ହେବ।(ହିତୋପଦେଶ:-19:9)
ମିଥ୍ୟାବାଦୀ ଓଷ୍ଠ ଦ୍ୱାରା ପ୍ରାପ୍ତ ଧନ ଏଣେ ତେଣେ ଚାଳିତ ବାଷ୍ପ ତୁଲ୍ୟ, ଯେଉଁମାନେ ତାହା ଅନ୍ୱେଷଣ କରନ୍ତି, ସେମାନେ ମୃତ୍ୟୁୁ ଅନ୍ୱେଷଣ କରନ୍ତି।(ହିତୋପଦେଶ :-21:6),
ସେମାନଙ୍କ ମୁଖର ପାପ ଓ ସେମାନଙ୍କ ଓଷ୍ଠାଧରର ବାକ୍ୟ, ସେମାନଙ୍କର କଥିତ ଅଭିଶାପ ଓ ମିଥ୍ୟା ସକାଶୁ ସେମାନେ ଆପଣା ଆପଣା ଅହଙ୍କାରରେ ଧରା ଯାଉନ୍ତୁ (ଗୀତସଂହିତା :-59:12),
ଯେ ମିଥ୍ୟା କହେ, ସେ ମୋ’ ଦୃଷ୍ଟିଗୋଚରରେ ସ୍ଥାୟୀ ହେବ ନାହିଁ। (ଗୀତସଂହିତା :-101:7),
ଅହଙ୍କାରୀମାନେ ଲଜ୍ଜିତ ହେଉନ୍ତୁ;କାରଣ ସେମାନେ ଅନ୍ୟାୟରେ ମୋହର ସର୍ବନାଶ କରିଅଛନ୍ତି ! (ଗୀତସଂହିତା :-119:78),
ମିଥ୍ୟାସାକ୍ଷୀ ପ୍ରବଞ୍ଚନା ପ୍ରକାଶ କରେ।(ହିତୋପଦେଶ:-12:17),
ଅହଙ୍କାର-ଦୃଷ୍ଟି, ମିଥ୍ୟାବାଦୀ-ଜିହ୍ୱା ଓ ନିର୍ଦ୍ଦୋଷର ରକ୍ତପାତକାରୀ-ହସ୍ତ (ହିତୋପଦେଶ :-6:17),
ମିଥ୍ୟାସାକ୍ଷୀ ବିନଷ୍ଟ ହେବ (ହିତୋପଦେଶ:-21:28) !
ହଁ ମିଛୁଆଙ୍କ ବିଷୟରେ ଆଉ ଅନେକ କଥା ପବିତ୍ର ବାଇବଲରେ ଲେଖା ଅଛି !ଧୌର୍ଯ୍ୟରେ ପିତରଙ୍କୁ ମିଛ କହିଥିବା ହନନୀୟ ଏବଂ ସଫିରାଙ୍କ ଶେଷ ଦୋଷା ବିଷୟରେ ଜାଣିଛୁ !ଧୌର୍ଯ୍ୟର ସହିତ ମିଛ ନ କହି, ଆମ ଓଷ୍ଠ ଏବଂ ଆତ୍ମାକୁ ସୁରକ୍ଷା କରିବା !
- ଭଉଣୀ ବେବି କାମରାଜ
ପ୍ରାର୍ଥନାର ଅଂଶ :-
ସଦାପ୍ରଭୁ ଆମକୁ ଦେଇ ଥିବା ଦର୍ଶନ ସଫଳ କରିବା ନିମନ୍ତେ ପ୍ରତ୍ୟେକ ରାଜ୍ୟରୁ ବାର ଜଣ ମିଶିନାରୀ ପାଇବା ନିମନ୍ତେ ପ୍ରାର୍ଥନା କରିବା !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.