By Village Missionary Movement
Saturday, 16-Jul-2022ଆଜିର ବାକ୍ୟ (Oriya) 16-07-2022
କିପରି ଦେଖିବା
"...ମନୁଷ୍ୟ ବାହ୍ୟରୂପ ଦେଖେ ମାତ୍ର ସଦାପ୍ରଭୁ ଅନ୍ତଃକରଣ ଦେଖନ୍ତି " - ! ପ୍ରଥମ ଶାମୁୟେଲ 16:7
ଜଣେ ଜୋତା ଦୋକାନର ମାଲିକ ତାହାର ଦୋକାନର ଶାଖା ଗୁଡିକୁ ଗୋଟିଏ ନିର୍ଦ୍ଦିଷ୍ଟ ଦ୍ୱିପରେ ଆରମ୍ଭ କରିବାକୁ ଭାବନା କଲା !ସେଠାକାର ଅବସ୍ଥା ବିଷୟରେ ଜାଣିବାକୁ ତାର ଦୁଇଟି ଚାକରକୁ ପଠାଇଲା !ସେମାନେ ସେହି ଦ୍ୱିପକୁ ଯାଇ ସେଠାକାର ଲୋକଙ୍କ ସହ କଥାବାର୍ତ୍ତା କଲେ !ପୁଣି ପୁନଃର୍ବାର ମାଲିକଙ୍କ ନିକଟକୁ ଫେରିଲେ !ପ୍ରଥମ ଚାକର କହିଲା, ଆଜ୍ଞା ଏହି ଦ୍ୱିପ ନିବାସୀଙ୍କୁ ଜୋତା ପିନ୍ଧିବା ଅଭ୍ୟାସ ନାହିଁ !ସେଠାରେ ଆମେ ଦୋକାନ କଲେ ବେପାର ହେବ ନାହିଁ !ଦ୍ୱିତୀୟ ଚାକରଟି କହିଲା, ଆଜ୍ଞା ସେହି ଦ୍ୱିପ ନିବାସୀ ଜୋତା ବିଷୟରେ ପୂରା ଅଜ୍ଞ ଅଟନ୍ତି !ଆମ୍ଭେ ସେମାନଙ୍କୁ ଜୋତାର ବ୍ୟବହାର ଏବଂ ତାହାର ଗୁରୁତ୍ୱ ବିଷୟରେ ବୁଝାଇଲେ, ନିଶ୍ଚୟ ସେଠି ବେପାର ଅତି ଉତ୍ତମ ରୂପେ କରି ଆସେ !ହଁ ପରିସ୍ଥିତି ଏକ, କିନ୍ତୁ ଦୁଇଟି ଚାକରଙ୍କ ଦୃଷ୍ଟି ଏବଂ ଆଲୋଚନା ଅଲଗା ଅଲଗା ଅଟେ !
ପ୍ରିୟ ବନ୍ଧୁଗଣ, ତଦ୍ରୁପ ଯିହୋଶୁୟ ଏବଂ କାଲେବ ଆଉ କିଛି ଲୋକଙ୍କ ସହ ମିଶି କାଣାନ ଦେଶକୁ ଦେଖିବାକୁ ଗଲାବେଳେ ଯିହୋସୂୟ ଏବଂ କାଲେବଙ୍କ ଆଲୋଚନା ଏବଂ ତାଙ୍କ ସହ ଥିବା ଲୋକଙ୍କ ଆଲୋଚନା ଅଲଗା ଅଲଗା ରହିଥିଲା !ପରିସ୍ଥିତି ଏକ, କିନ୍ତୁ ଦୃଷ୍ଟି ଅଲଗା ଅଟେ !
ଆଦିପୁସ୍ତକ ଅଣଚାଳିଶି ଅଧ୍ୟାୟ ଯୋଶେଫଙ୍କ ବିଷୟରେ ପଡୁଛୁ !ପୋଟୀଫର ଦେଖିଲା, ସଦାପ୍ରଭୁ ଯୋଷେଫଙ୍କର ସହବର୍ତ୍ତୀ ଅଛନ୍ତି !କିନ୍ତୁ ପୋଟୀଫରଙ୍କ ସ୍ତ୍ରୀ ଦେଖିଲା, ଯୋଶେଫଙ୍କ ବାହାର ରୂପ ଏବଂ ତାହାର ସୌନ୍ଦର୍ଯ୍ୟ !ଆଜି ଆମର ଚାହାଣି କିପରି ଅଛି ? ଆମେ ଅନ୍ୟକୁ ଦେଖିବା ବେଳେ ତାହାର ପ୍ରଦର୍ଶନ ଦ୍ଵାରା ଗୌରବ କରୁଛୁ କି, ଏହା ଆଲୋଚନା କରିକି ଦେଖିବା !ସେହି ସମୟରେ ଆମ୍ଭମାନଙ୍କୁ ଦେଖୁଥିବା ଲୋକଙ୍କୁ ଆମ୍ଭର ବାହ୍ୟ ସୁନ୍ଦର, ଆମର ବିଦ୍ୟା, ଆମର ଯୋଗ୍ୟତା, ଧନ ସମ୍ପତି ଦେଖିବା ସଦୃଶ୍ୟ ବ୍ୟବହାର କରୁଛୁ କି ? କିଅବା ଯୀଶୁଙ୍କ ପ୍ରତିବିମ୍ବରେ ଦେଖା ଯାଉଛୁ କି ? ଆଉ ଆମେ ଥିବା ଅବସ୍ଥାରେ କେମିତି ଦୃଷ୍ଟିରେ ଦେଖୁଛୁ ? ଆଉ କିଛି କରି ପାରିବା ନାହିଁ, କିଅବା ସବୁ ଶେଷ ହୋଇଗଲା, ଆଉ ଆମର ଚେଷ୍ଟା ବୃଥା ଅଟେ ବୋଲି ଅବିଶ୍ୱାସରେ କଥା ହେଉଛୁ କି ? କିଅବା ବିଶ୍ୱାସରେ ପରିସ୍ଥିତିକୁ ମୁକାବିଲା କରୁଛୁ !ପରିସ୍ଥିତି କିପରି ଥିଲେବି, ଆମକୁ ଶକ୍ତିଶାଳୀ କରିବା ଯୀଶୁଖ୍ରୀଷ୍ଟଙ୍କ ନିମନ୍ତେ ସବୁକିଛି ଆମେ କରି ପାରିବା !ଆମକୁ ବିଜୟୀ କରିବା ସଦାପ୍ରଭୁ ଆମ ସହ ଅଛନ୍ତି !ତେଣୁ କୁଟିଳ ନ ହୋଇ, ହାଲିଆ ନ ହୋଇ, ତୁମ୍ଭ ନିମନ୍ତେ ନିରୁପିତ କରାଯାଇ ଥିବା କାର୍ଯ୍ୟକୁ ଆରମ୍ଭ କରନ୍ତୁ !ସଦାପ୍ରଭୁ ତୁମ୍ଭର ସହବର୍ତ୍ତୀ ହୁଅନ୍ତୁ, ଆମେନ୍ !
- ଭଉଣୀ ଆଇଡା
ପ୍ରାର୍ଥନାର ଅଂଶ :-
ତାମିଲନାଡୁରେ ପ୍ରତ୍ୟେକ ଶନିବାର ଦିନ ହେଉଥିବା ଉଜ୍ଜିବ ସଭାରେ ଅଂଶଗ୍ରହଣ କରୁଥିବା ପ୍ରତ୍ୟେକ ଜଣକୁ ପରମେଶ୍ୱର ବିଶେଷ ଅଭିଷେକରେ ପରିପୂର୍ଣ୍ଣ କରିବା ନିମନ୍ତେ ପ୍ରାର୍ଥନା କରିବା !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.