Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 19-07-2022
Share:

By Village Missionary Movement

Monday, 18-Jul-2022

ଆଜିର ବାକ୍ୟ (Oriya) 19-07-2022

 

ଅତୁଳନୀୟ ଗୌରବ 

 

“କାରଣ ମୋ' ବିଚାରରେ, ଯେଉଁ ଗୌରବ ଆମ୍ଭମାନଙ୍କ ପ୍ରତି ପ୍ରକାଶିତ ହେବ, ତାହା ତୁଳନାରେ ଏହି ବର୍ତ୍ତମାନ କାଳର ଦୁଃଖଭୋଗ କିଛି ହିଁ ନୁହେଁ ।“ - ରୋମୀୟ 8:18

 

ଗୋଟିଏ ଗାଁରେ ଜଳର ଅଭାବ ହେତୁ, ସେଠାକାର ଲୋକମାନେ ବହୁ କଷ୍ଟରେ ସେମାନଙ୍କର ଗାଁ ଠାରୁ ଦୁଇ ମାଇଲ ଦୂରରୁ ପାଣି ଆଣୁଥାନ୍ତି !ସେତେବେଳେ ସେଇ ଗାଁର ଜଣେ ବାପା ତାଙ୍କ ଦୁଇ ପୁତ୍ରଙ୍କୁ କହିଲା, ଆମ ବଗିଚାରେ ଗୋଟିଏ ମହାନ ଭଣ୍ଡାର ଅଛି !କାର୍ଯ୍ୟରୁ ଆସିଥିବା ଦୁଇ ପୁଅ ବହୁତ ଚେଷ୍ଟା କରି ସେଇ ଜମିକୁ ଖନନ କରିବା ଆରମ୍ଭ କଲେ !କିନ୍ତୁ କୌଣସି ମଣିମୁକ୍ତା ପାଇଲେ ନାହିଁ !ତାହାଙ୍କ ପିତା ସେମାନଙ୍କୁ ଉତ୍ସାହିତ କରି କହିଲା, ଯଦି ସଙ୍ଗେସଙ୍ଗେ ସେଇ ମଣିମୁକ୍ତା ପାଇବାକୁ ହେଲେ ଆଉ ଗଭୀରରେ ଖନନ କରିବା ଉଚିତ !ସେମାନେ ପଥର ପଠାଇ ଖନନ କଲେ !ଗାଁର ସମସ୍ତେ ସେମାନଙ୍କୁ ଦେଖି ଅଟହାସ୍ୟ କରି ହସୁଥାନ୍ତି !କିନ୍ତୁ ଏ ଦୁଇ ଜଣ ସେମାନଙ୍କ କଥାକୁ କର୍ଣ୍ଣ ନ ଡେରି ଖନନ ହିଁ କରୁଥାନ୍ତି !ଗୋଟିଏ ଦିନ ସେଠାରୁ ପାଣିର ଝର ଆସିଲା !ତାହା ପାନ କରି ଦେଖିବାରୁ ସେହି ଜଳ ସ୍ୱଚ୍ଛ ହୋଇଥିଲା !ସେହି ଝରଟି ଅନେକ ଦିନ ପର୍ଯ୍ୟନ୍ତ ଜଳ ଯୋଗାଇଲା ଏବଂ ଆନନ୍ଦ ଦେଲା !ସେମାନେ କରିଥିବା ପରିଶ୍ରମଟି ମନେ ନ ଆସିବା ପରି ଆନନ୍ଦ ଦେଲା !

 

ପ୍ରେରିତ ପାଉଲ ରୋମୀୟମାନଙ୍କୁ ଲେଖିଥିବା :-8:17-18 ରେ ଯଦି ଆମେ ଦେଖିବା, ଆଉ ଯଦି ସନ୍ତାନ, ତେବେ ଉତ୍ତରାଧିକାରୀ, ଅର୍ଥାତ୍‍ ଯଦି ଖ୍ରୀଷ୍ଟଙ୍କ ସହିତ ଗୌରବାନ୍ୱିତ ମଧ୍ୟ ହେବା ନିମନ୍ତେ ଆମ୍ଭେମାନେ ତାହାଙ୍କ ସାଙ୍ଗରେ ଦୁଃଖଭୋଗ କରୁ, ତେବେ ଈଶ୍ୱରଙ୍କ ଉତ୍ତରାଧିକାରୀ ଓ ଖ୍ରୀଷ୍ଟଙ୍କ ସହ ଉତ୍ତରାଧିକାରୀ ଅଟୁ । କାରଣ ମୋ' ବିଚାରରେ, ଯେଉଁ ଗୌରବ ଆମ୍ଭମାନଙ୍କ ପ୍ରତି ପ୍ରକାଶିତ ହେବ, ତାହା ତୁଳନାରେ ଏହି ବର୍ତ୍ତମାନ କାଳର ଦୁଃଖଭୋଗ କିଛି ହିଁ ନୁହେଁ ବୋଲି କହନ୍ତି !

 

ପ୍ରତିଯୋଗିତାରେ ଧୌଡିବା ବୀର ପୁରସ୍କାର ନିମନ୍ତେ ଧୌଡିବା ପରି ହେଲେ ସେହି ପ୍ରତିଯୋଗିତା ଦୂରତା ଅଳ୍ପ ଦେଖାଯିବ !ତଦ୍ରୁପ ବିଜୟୀ ହେବା, ଅର୍ଥାତ ଶକ୍ତି ଯୋଗାଇବା ବିଶେଷତ୍ୱ ବୈଠକକୁ କୁହାଯାଇ ଥିବା ଗୌରବ ଦୁଃଖଭୋଗରେ ବିଜୟୀଙ୍କୁ ନିଜର ହେବ !ଏତେ ବଡ଼ ଗୌରବକୁ ସ୍ୱାଧୀନତା ଭାବେ ପରିବର୍ତ୍ତନ ହେବାକୁ କେତେ ବଡ଼ କଷ୍ଟ ହେଲେ ସୁଧା ସହ୍ୟ କରିଆସେ ବୋଲି ଆମକୁ ଭାବନା ଆସେ !ଆମ୍ଭେ ଅତ୍ୟଧିକ ଭାଙ୍ଗିପଡ଼ିବା ବେଳେ,ଅସହ୍ୟ ଦୁଃଖ ଅନୁଭବ ହେଲାବେଳେ ଆମେ ମନେ ପକାଇବା ସତ୍ୟର ବାକ୍ୟକୁ !ସାଧାରଣ ଭାବେ ମଣିଷମାନଙ୍କୁ ହେଉଥିବା ଦୁଃଖ ଛଡା ଆଉ କିଛି ତୁମ୍ଭଙ୍କୁ ସମ୍ଭବ ହୋଇନାହିଁ ! କରନ୍ତିୟ :-10:13 ମନୁଷ୍ୟ ପ୍ରତି ଯେଉଁ ପ୍ରକାର ପରୀକ୍ଷା ସ୍ୱାଭାବିକ, ତାହା ଛଡ଼ା ଅନ୍ୟ ପ୍ରକାର ପରୀକ୍ଷା ତୁମ୍ଭମାନଙ୍କ ପ୍ରତି ଘଟି ନାହିଁ; କିନ୍ତୁ ଈଶ୍ୱର ବିଶ୍ୱାସ୍ୟ, ସେ ତୁମ୍ଭମାନଙ୍କୁ କୌଣସି ଅସହ୍ୟ ପରୀକ୍ଷାରେ ପରୀକ୍ଷିତ ହେବାକୁ ଦେବେ ନାହିଁ, ମାତ୍ର ଯେପରି ତୁମ୍ଭେମାନେ ସହ୍ୟ କରି ପାର, ଏଥିପାଇଁ ପରୀକ୍ଷା ଘଟିବା ସଙ୍ଗେ ସଙ୍ଗେ ସେ ଉଦ୍ଧାରର ପଥ ମଧ୍ୟ ପ୍ରସ୍ତୁତ କରିବେ ଯୋହନ :-16:33 ରେ ତୁମ୍ଭେମାନେ ଯେପରି ମୋ'ଠାରେ ଶାନ୍ତି ପ୍ରାପ୍ତ ହୁଅ, ଏଥି ନିମନ୍ତେ ମୁଁ ତୁମ୍ଭମାନଙ୍କୁ ଏହି ସବୁ ବିଷୟ କହିଅଛି । ଜଗତରେ ତୁମ୍ଭମାନଙ୍କ ନିମନ୍ତେ କ୍ଳେଶ ଅଛି, କିନ୍ତୁ ସାହସ ଧର; ମୁଁ ଜଗତକୁ ଜୟ କରିଅଛି !

 

ଏହା ଶୁଣୁ ଥିବା ଆପଣମାନେ ମଧ୍ୟ କିଛି କ୍ଳେଶରେ ଥାଇ ପାର !ସେଗୁଡିକୁ ଆନନ୍ଦରେ ଗ୍ରହଣ କରି ଲକ୍ଷ୍ୟ ପଥକୁ ଅନାଇ ସହନତାରେ ଧୌଡି ସେହି ଅନନ୍ତ ଗୌରବକୁ ନିଜର କରିବା !ଆମେ ସେହି ବାକ୍ୟକୁ ମନରେ ରଖିଲେ, ତାହାହିଁ ଆମକୁ ଉତ୍ସାହିତ କରିବ !କ୍ଳେଶ ଭୋଗିବାକୁ ଆମକୁ ଶକ୍ତିଶାଳୀ କରିବ !

- ଶ୍ରୀମତୀ ଆଣଭି ଜ୍ୟୋତି ଷ୍ଟାଲିନ 

 

ପ୍ରାର୍ଥନାର ଅଂଶ :-

ପ୍ରାର୍ଥନା ଦୋଳର ନେତା ନାମକ ପତ୍ରିକା ଦ୍ଵାରା ସାତ ହଜାର ପ୍ରାର୍ଥନା ଦୋଳ ଅଭିବୃଦ୍ଧି ହେବା ନିମନ୍ତେ, ଦେଶରେ ଉଜ୍ଜିବ ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al Elexbet matbet giriş matbet instagram unban x unban twitter unban palacebet setrabet