Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 29-07-2022
Share:

By Village Missionary Movement

Thursday, 28-Jul-2022

ଆଜିର ବାକ୍ୟ (Oriya) 29-07-2022

 

କୃତଜ୍ଞତା ହୋଇ ରୁହନ୍ତୁ 

 

“ପୁଣି, ଖ୍ରୀଷ୍ଟଦତ୍ତ ଯେଉଁ ଶାନ୍ତି ଭୋଗ କରିବା ନିମନ୍ତେ ତୁମ୍ଭେମାନେ ଏକ ଶରୀର ସ୍ୱରୂପେ ଆହୂତ ହୋଇଅଛ, ତାହା ତୁମ୍ଭମାନଙ୍କ ହୃଦୟରେ ରାଜତ୍ୱ କରୁ; ପୁଣି, ତୁମ୍ଭେମାନେ ଧନ୍ୟବାଦ ଦିଅ ।“ - କଲସୀୟ 3:15

 

ଜର୍ମାନୀ ଆର୍ଜେଣ୍ଟିନାକୁ ପରାସ୍ତ କରି ପୃଥିବୀ ଚୂଡାନ୍ତ ଫୁଟବଲ କୋପଟି ବିଜୟୀ ଲାଭ କଲା !ହେଲେ ସେହି ସମୟରେ ଜର୍ମାନୀ ନିବାସୀ ମାରିୟୋ ଗୋଲ କରି ତାଙ୍କ ଦେଶ ପାଇଁ ବିଜୟର ସ୍ୱାଦ ଦେଲା !ଇଏ ପ୍ରଭୁଙ୍କୁ କୃତଜ୍ଞତା ଜଣାଇ, ତାହାର ଫେସବୁକ ପୃଷ୍ଠାରେ ପୋଷ୍ଟ କଲା !ପ୍ରଭୁ ମୁଁ ତୁମକୁ କିଛି ହିଁ ମାଗି ନାହିଁ, କିନ୍ତୁ ତୁମେ ଦେଇଥିବା ସବୁକୁ କୃତଜ୍ଞତା ଜଣାଉଛି, ଏହା କହିବା ଆଚର୍ଯ୍ୟ ଅଟେ !

 

ଏଥିଉତ୍ତାରେ ମୋୟାବ-ସନ୍ତାନଗଣ ଓ ଅମ୍ମୋନ ସନ୍ତାନଗଣ ଓ ସେମାନଙ୍କ ସଙ୍ଗେ ଅମ୍ମୋନୀୟ କେତେକ ଲୋକ ଯିହୋଶାଫଟ୍‍ଙ୍କ ପ୍ରତିକୂଳରେ ଯୁଦ୍ଧ କରିବାକୁ ଆସିଲେ।ସେତେବେଳେ ଯିହୋଶାଫଟଙ୍କ ଠାରେ ଥିବା ସବୁଲୋକ ଏକାଠି ହୋଇ ପ୍ରଭୁଙ୍କ ଠାରେ ପ୍ରାର୍ଥନା କଲେ !ସେମାନେ ଗାୟନ ଓ ପ୍ରଶଂସା କରିବାକୁ ଆରମ୍ଭ କରନ୍ତେ, ଯିହୁଦାର ପ୍ରତିକୂଳରେ ଆଗତ ଅମ୍ମୋନର ଓ ମୋୟାବର ଓ ସେୟୀର-ପାର୍ବତୀୟ ସନ୍ତାନଗଣ ବିରୁଦ୍ଧରେ ଗୁପ୍ତରେ ଛକି ବସିବା ପାଇଁ ସଦାପ୍ରଭୁ ଲୋକ ନିଯୁକ୍ତ କଲେ; ତହିଁରେ ସେମାନେ ପରାସ୍ତ ହେଲେ।ଯିହୋଶାଫଟ ରାଜା ଏବଂ ଯିହୂଦାର ଲୋକେ କୃତଜ୍ଞତାର ସହ ସ୍ତୁତି କଲେ !

 

ଯୀଶୁଖ୍ରୀଷ୍ଟ ଗୋଟିଏ ଗାଁକୁ ଯାଉଥିବା ବେଳେ ଦଶ ଜଣ କୁଷ୍ଠ ରୋଗୀ ତାଙ୍କ ସମୁଖକୁ ଆସି ଦୁରେଇ ରହି ଚିତ୍କାର କରି କହିଲେ, ଯୀଶୁପ୍ରଭୁ ଆମକୁ ଦୟା କର !ସଙ୍ଗେସଙ୍ଗେ ସେମାନଙ୍କୁ ଯୀଶୁ ସୁସ୍ଥ କଲେ !ସେମାନଙ୍କ ମଧ୍ୟରେ କେବଳ ଜଣେ ହିଁ ଫେରି ଆସି ଯୀଶୁଙ୍କୁ କୃତଜ୍ଞତା ଓ ସ୍ତୁତି ପ୍ରଶଂସା ଜଣାଇଲା !ସେଥିପାଇଁ ଯୀଶୁ ପଚାରିଲା, ଦଶ ଜଣ ସୁସ୍ଥ ହେଲେ, ଆଉ ସେହି ନ (୯)ଜଣ କେଉଁଠି ? ତେଣୁକରି ଆମେ ଜାଣିବା ଉଚିତ କି, ଯୀଶୁ ମଧ୍ୟ କୃତଜ୍ଞତାକୁ ଇଚ୍ଛା ହୋଇ ପଚାରି ଥିଲେ !ଯୀଶୁ ସେ ସମର୍ପିତ ହୋଇଥିବା ରାତିରେ ପାନପାତ୍ରକୁ ଉଠାଇ କୃତଜ୍ଞତାର ସ୍ତୁତି ଜଣାଇ ଶିଷ୍ୟମାନଙ୍କୁ ଦେଇଥିବା ଆମେ ପଡୁଛୁ !ଯୀଶୁ ସବୁଠି କୃତଜ୍ଞତା ଜଣାଇ ଆମଠୁ ଆଗରୁ ଜୀବନଯାପନ କରି, ଆମର ଉଦାହରଣ ହେଲେ !ଆମେ ମଧ୍ୟ ସବୁ କାର୍ଯ୍ୟରେ କୃତଜ୍ଞତା ଜଣାଇବା ଉଚିତ !ସଦାପ୍ରଭୁ ମଧ୍ୟ ଆମକୁ ତଦ୍ରୁପ ହିଁ ଶିକ୍ଷାଇଲେ !

 

ଯେଉଁ ଜନ ଧନ୍ୟବାଦରୂପ ବଳି ଉତ୍ସର୍ଗ କରେ, ସେଆମ୍ଭକୁ ଗୌରବ ଦିଏ (ଗୀତସଂହିତା :-53:23) ରେ ଆମେ ଦେଖିବା !ତେଣୁକରି ଆମେ ସବୁ ସମୟରେ, ସବୁ କାର୍ଯ୍ୟରେ ପ୍ରଭୁଙ୍କୁ କୃତଜ୍ଞତା ଜଣାଇବା ଶିଖିବା !କେବଳ ପୂର୍ଣ୍ଣତାରେ ରହିବା ବେଳେହିଁ ନୁହେଁ ଅସଂପୂର୍ଣ୍ଣତା ସମୟରେ ମଧ୍ୟ, ଆଶୀର୍ବାଦ ଥିଲେ କି ନ ଥିଲେ ମଧ୍ୟ ପ୍ରଥମେ ଆମେ କୃତଜ୍ଞତା ଜଣାଇବା ଶିଖିବା, ତାହାହିଁ ଆମର କର୍ତ୍ତବ୍ୟ ଅଟେ !

- ଶ୍ରୀମତୀ ଶକ୍ତି ଶଙ୍କର ରାଜ 

 

ପ୍ରାର୍ଥନାର ଅଂଶ :-

ତାମିଲନାଡୁର ଚର୍ଚ୍ଚ ନ ଥିବା ଗାଁ ଗୁଡିକରେ ହଜାର ଚର୍ଚ୍ଚ ନିର୍ମାଣ ନିମନ୍ତେ କରୁଥିବା ଚେଷ୍ଟାରେ, ସଦାପ୍ରଭୁଙ୍କର ଆଶୀର୍ବାଦ ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al grandpashabet grandpashabet grandpashabet grandpashabet giriş grandpashabet grandpashabet güncel giriş grandpashabet grandpashabet güncel grandpashabet grandpashabet giriş grandpashabet giriş grandpashabet grandpashabet grandpashabet grandpashabet jojobet giriş matbet giriş sahabet onwin bets10 bets10 giriş bets10 güncel giriş betcio atlasbet casibom Royalbet Royalbet giriş Royalbet güncel Royalbet meritking perabet casibom holiganbet galabet casibom perabet perabet giriş padişahbet padişahbet giriş grandpashabet kalitebet kalitebet giris betsmove betsmove giris gonebet gonebet giris betnano betnano giriş jojobet jojobet casinomilyon jojobet palacebet sonbahis wbahis grandpashabet betgit betsalvador matbet meritking