Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 31-07-2022 (Kids Special)
Share:

By Village Missionary Movement

Sunday, 31-Jul-2022

ଆଜିର ବାକ୍ୟ (Oriya) 31-07-2022 (Kids Special)

 

ଶକ୍ତି ଅନୁସାରେ କରନ୍ତୁ 

 

“ପୁଣି, ଯୀଶୁ ସେମାନଙ୍କୁ କହିଲେ, ତୁମ୍ଭେମାନେ ସମୁଦାୟ ଜଗତକୁ ଯାଇ ସମସ୍ତ ମାନବଜାତି ନିକଟରେ ସୁସମାଚାର ଘୋଷଣା କର ।“ - ମାର୍କ 16:15

 

ହାଲୋ ପିଲାମାନେ, ସମସ୍ତେ କେମିତି ଅଛ ? ଭଲ ଅଛ କି ? ଠିକ ଅଛି ଆମେ ଆଜି ଚରଣ ଭାଇ ବିଷୟରେ ଜାଣିବା ! ଚରଣ ନାମକ ଭାଇର ଦୁଇଟି ଗୋଡ଼ ଅକାମୀ ହୋଇ ଅଛି !ତାଙ୍କ ପିତାମାତା ଭାବିଲେ ଇଏ ଚାଲି ପାରେ ନାହିଁ ତେଣୁ ଇଏ ଜଣେ ପ୍ରୟୋଜନ ନୁହେଁ ବୋଲି ଗୋଟିଏ ଅଜଣା ବସ ରହଣି ଜାଗାରେ ଛାଡିକି ଚାଲିଗଲେ !କେହିଜଣେ ଦୟା ବିଚାରି ଖାଦ୍ୟ ଦେଲେ ହିଁ ସେ ଦିନ ତାହାର ପେଟ ପୁରେ !ଖରା, ବର୍ଷା, ଶୀତ ଏହା ହିଁ ତାହାର ସାଥୀ !ଏପରି କିଛି ସପ୍ତାହ ବିତିଲା !ଦିନେ ତାଙ୍କ ଜୀବନରେ ଗୋଟିଏ ଉଦୟ ଜାତ ହେଲା !ଅଳିଆ ଗଦାରେ ଥିବା ଜିନିଷକୁ ବିକି ଜୀବନଯାପନ କରୁଥିବା ଜଣେ ବୟସ୍କ ମାଆ ତାହାକୁ ଦେଖି ଦୟା ବିଚାରି, ସେ ରହୁଥିବା ଏକ ଛୋଟ କୁଡ଼ିଆ ଘରକୁ ନେଲା !ପ୍ରେମରେ ପ୍ରତ୍ୟେକ ଦିନ ତାକୁ ଖାଦ୍ୟ ଯୋଗାଉ ଥାଏ !ପ୍ରକୃତ ଇଚ୍ଛାରେ ଦେଖୁଥାଏ !ଇଏ ପ୍ରଭୁଙ୍କର ସନ୍ତାନ ହୋଇଥିବା ହେତୁ ପ୍ରତ୍ୟେକ ଦିନ ବାଇବଲ ଅଧ୍ୟୟନ କରି, ପ୍ରାର୍ଥନା କରୁଥାଏ !ଆଉ ଚରଣକୁ ପ୍ରାର୍ଥନା କରିବା ଶିଖାଇଲା !ଲେଖାପଢା ଜାଣି ନ ଥିବା ଚରଣକୁ, ଲେଖିବା ପଢିବା ଶିଖାଇଲା !ଆମେ ପ୍ରଭୁଙ୍କର ନିମନ୍ତେ କିଛି ଗୋଟିଏ କରିବା ଉଚିତ ବୋଲି ବୋଝଟି ବାରମ୍ବାର ତାଙ୍କ ସହିତ କଥା ହେଉଥାଏ !

 

ଦିନେ ସେ ମାଆଟି ମରିଗଲା !ଦୁଃଖରେ ଥିବା ଚରଣ ମାନବିକତା ଥିବା ଜଣେ ବ୍ୟକ୍ତିଙ୍କ ଦ୍ଵାରା ଗୋଟିଏ ଅନାଥ ଆଶ୍ରମକୁ ନେଇକି ଗଲା !ତାହାକୁ ଦିଆ ଯାଇ ଥିବା ସ୍ଥାନ ହେଉଛି, ପ୍ରଥମ କୋଠାରେ ଥିବା ଗୋଟିଏ କୋଣରେ ଥିବା ଝରକା ନିକଟରେ !ସେହି ସ୍ଥାନରୁ ସେ ସବୁଦିନ ପରି ବାଇବଲ ଅଧ୍ୟାୟନ କରି ପ୍ରାର୍ଥନା କରୁଥାଏ !ପ୍ରଭୁଙ୍କର ନିମନ୍ତେ କିଛି ଗୋଟିଏ କରିବା ଉଚିତ ବୋଲି ତାଙ୍କ ମନରେ ରହିଥାଏ !କିନ୍ତୁ ଏପରି ଅବସ୍ଥାରେ ଖ୍ରୀଷ୍ଟଙ୍କ ନିମନ୍ତେ ମୁଁ କଣ କରିପାରିବି ବୋଲି ଭାବନା କରି ସଂକୋଚିତ ହୋଇ ଯାଉଥାଏ !ଦିନେ ତାଙ୍କୁ ଦେଖିବାକୁ ଆସିଥିବା ବ୍ୟକ୍ତିଙ୍କ ପାଖରେ ଗୋଟିଏ ଖାତା ଓ କଲମ ମାଗିକି ନେଲା !ପ୍ରତିଦିନ ଖାତାର ଗୋଟିଏ କାଗଜ ଚିରି ବାଇବଲରେ ଥିବା ଗୋଟିଏ ବାକ୍ୟକୁ ଲେଖି, ସେହି କାଗଜକୁ ଛଉତେଇ ଝରକା ଦେଇ ତଳକୁ ପିଙ୍କି ଦେଉ ଥାଏ !ତାହାହିଁ ସେ କରୁଥିବା ସେଵା !ଦିନେ ଜଣେ ଯୁବତୀ ଏକାକୀ ହେତୁ ଆତ୍ମହତ୍ୟା କରିବା ପାଇଁ ସେହି ମାର୍ଗରେ ଯାଉ ଥାଏ !ଠିକ ସେତିକିବେଳେ ଚରଣ ଲେଖି ପିଙ୍କି ଥିବା ବାକ୍ୟ ତାର ମସ୍ତକରେ ପଡ଼ିବା ଯୋଗୁ ତାହାକୁ ଖୋଲିକି ଦେଖିଲା !, ସେଥିରେ ଲେଖା ଥିଲା, 'ଭୟ କର ନାହିଁ, ମୁଁ ତୁମ୍ଭଙ୍କୁ ସାହାଯ୍ୟ କରିବି' !ସେହି ବାକ୍ୟଟି ପଡି ସେ ଧୌର୍ଯ୍ୟ ଅଣି, ତାହାର ମନକୁ ପରିବର୍ତ୍ତନ କରି ଘରକୁ ଫେରିଗଲା !ତାହାର ଜୀବନ ପରିବର୍ତ୍ତନ ହେଲା !କାହାକୁ ପ୍ରୟୋଜନ ନ ଥିବା ଚରଣ କେତେ ଜଣକୁ ଆଶୀର୍ବାଦ ଯୁକ୍ତ ହେଲା !

 

ପ୍ରିୟ ଭାଇ ଓ ଭଉଣୀ ଗଣ, ତୁମ୍ଭେ ମଧ୍ୟ ଯୀଶୁଙ୍କ ନିମନ୍ତେ କିଛି କଲ କି ? ଆଲୋଚନା କରି ଦେଖ !ଚାଲି ନ ପାରିବା ଚରଣ ଯୀଶୁବାପାଙ୍କ ନିମନ୍ତେ ସେଵା କରୁଥିଲେ, ତୁମ୍ଭେ ଏମିତି ରହିବା ଉଚିତ କି ? ତୁମ୍ଭ ଶକ୍ତି ଅନୁଯାୟୀ ସେବା କରିବା ଆରମ୍ଭ କର !ଠିକ ଅଛି ତ !ଠିକ ଅଛି ପିଲାମାନେ, ଆମେ ଆମ ଶକ୍ତି ଅନୁସାରେ ପ୍ରଭୁଙ୍କର ନିମନ୍ତେ ମହାନ ମହାନ କାର୍ଯ୍ୟ କରିବା ଉଚିତ ବୋଲି ଶିଖିଲୁ !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al grandpashabet grandpashabet grandpashabet grandpashabet giriş grandpashabet grandpashabet güncel giriş grandpashabet grandpashabet güncel grandpashabet grandpashabet giriş grandpashabet giriş grandpashabet grandpashabet grandpashabet grandpashabet jojobet giriş holiganbet giriş sahabet onwin bets10 bets10 giriş bets10 güncel giriş betcio atlasbet casibom Royalbet Royalbet giriş Royalbet güncel Royalbet meritking meritking giriş perabet perabet giriş casibom casibom giriş holiganbet holiganbet giriş galabet casibom casibom giriş grandpashabet perabet perabet giriş padişahbet padişahbet giriş grandpashabet grandpashabet giriş kalitebet kalitebet giris betsmove betsmove giris gonebet gonebet giris betnano betnano giriş jojobet jojobet betplay jojobet esbet sonbahis tambet grandpashabet betgit mercurecasino matbet