Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 01-08-2022 (Youth Special)
Share:

By Village Missionary Movement

Monday, 01-Aug-2022

ଆଜିର ବାକ୍ୟ (Oriya) 01-08-2022 (Youth Special)

 

ମନ୍ଦ ଆଲୋଚନା 

 

“ଆଉ, ଯେପରି ସେମାନେ ଈଶ୍ୱର ବିଷୟକ ଜ୍ଞାନ ଗ୍ରହଣ କରିବାକୁ ଅସ୍ୱୀକୃତ ହେଲେ, ସେହିପରି ଈଶ୍ୱର ଅନୁଚିତ କର୍ମ କରିବା ନିମନ୍ତେ ସେମାନଙ୍କୁ ଭ୍ରଷ୍ଟ ମତିରେ ସମର୍ପଣ କଲେ ।“ - ରୋମୀୟ 1:28

 

ସଦାପ୍ରଭୁ ପରମେଶ୍ୱର ଆମକୁ ସ୍ତ୍ରୀ ପୁରୁଷ ରୂପେ ସୃଷ୍ଟି କରି, ତାହାର ଇଚ୍ଛା ପ୍ରକାରରେ ପରିବାର ରୂପେ ଗଠନ କରି, ଏହି ପୃଥିବୀକୁ ଶାସନ କରିବାକୁ, ପରମେଶ୍ୱରଙ୍କ ପବିତ୍ର ସନ୍ତାନ ବୃଦ୍ଧି କରିବାକୁ ସୃଷ୍ଟି କଲେ ବୋଲି ପବିତ୍ର ବାଇବଲ କହୁଛି !ତେଣୁକରି ବିବାହିତ ଜୀବନରେ ସ୍ତ୍ରୀ ପୁରୁଷ ଏକତାରେ ରହି, ସେମାନେ ପ୍ରଭୁଙ୍କ ନିମନ୍ତେ ସନ୍ତାନ ଜନ୍ମ କରି ଲାଳନପାଳନ କରିବା ଉଚିତ, ଏହା ଆମକୁ ଦିଆ ଯାଇଥିବା ଦାଇତ୍ୱ !ତାହାହିଁ ପରମେଶ୍ୱରଙ୍କ ନିୟମ ଅଟେ !

 

କିନ୍ତୁ ଆଜିକାଲିର ମନୁଷ୍ୟମାନେ ଏହାକୁ ପରିବର୍ତ୍ତନ କରି ଦେଉଛନ୍ତି !ବିବାହ ପରେ ଅନ୍ୟ ସହ ସମ୍ପର୍କ ରଖିବା, ବିବାହ ନ ହୋଇ ଲିଭ ଇନ୍ ରିଲେସନ ନାମରେ ଇଚ୍ଛା ଥିବା ପର୍ଯ୍ୟନ୍ତ ମିଶି ଜୀବନଯାପନ କରି ତାପରେ ଅଲଗାଅଲଗା ହୋଇଯିବା, ସ୍ଵଲିଙ୍ଗ ସମ୍ପର୍କ, ଏମିତି ଅନେକ ପ୍ରକାର ପାପରେ ମାନବ ଜାତି ଛନ୍ଦି ହୋଇ ଯାଉଛନ୍ତି !ଆଜି ପର୍ଯ୍ୟନ୍ତ ପଶ୍ଚିମ ଦେଶରେ, ଅନ୍ୟ ଦୂର ଦେଶମାନଙ୍କରେ ଏହି ଅବସ୍ଥା ଅଛି !ତାହା ଆମ ଦେଶକୁ ମଧ୍ୟ ସର୍ବସାଧାରଣ ଭାବେ ଅକ୍ତିଆର କଲା ସଦୃଶ୍ୟ ବ୍ୟାପି ଗଲା !କିନ୍ତୁ ଏହା ପ୍ରଭୁଙ୍କର ଦୃଷ୍ଟିରେ ହେୟ ଅଟେ, ଏହା ଆମେ ଭୁଲିବା ଉଚିତ ନୁହେଁ !ପବିତ୍ର ବାଇବଲରେ ଏହାକୁ ଅନେକ ଉଦାହରଣ ଅଛି !ପୁରାତନ ନିୟମରେ ଏକରୁ ଉର୍ଦ୍ଧ ବିବାହ ଗ୍ରହଣ ଯୋଗ୍ୟ ହୋଇଥିଲେ ମଧ୍ୟ ତାହା ପ୍ରଭୁଙ୍କର ଇଚ୍ଛାର ନୁହେଁ !ଦାଉଦ ବ୍ୟାବିଚାର ପାପ ଦ୍ଵାରା ପାଇ ଥିବା ଦଣ୍ଡ ବିଷୟରେ ଆମେ ଜାଣିଛୁ !ତଦ୍ରୁପ ନୂତନ ନିୟମ କାଳରେ ଜଣକୁ ଜଣେ ହିଁ ନିର୍ମିତ କରାଗଲା !କେବଳ ସେତିକି ନୁହେଁ, ବିବାହ ପରେ ଅଲଗା ଅଲଗା ହୋଇ ଅନ୍ୟ ବିବାହ କରିବା ମଧ୍ୟ ପ୍ରଭୁଙ୍କର ଦୃଷ୍ଟିରେ ଗ୍ରହଣ ଯୋଗ୍ୟ ନୁହେଁ !ସ୍ଵଲିଙ୍ଗ ସମ୍ପର୍କର ପାପ ଦ୍ଵାରା ସଦୋମ ଓ ହମୋରାଙ୍କର ଅବସ୍ଥା ଆମେ ଜାଣିଛୁ !ଏପରି ମଣିଷମାନେ ତାଙ୍କ ଆତ୍ମା ଓ ଶରୀରକୁ ମୋହ ଓ କାମୁକତାରେ ସମର୍ପଣ ହେବେ !ତାଙ୍କ ମନରେ ପରମେଶ୍ୱରଙ୍କୁ ସ୍ଥାନ ନ ଦେବା ସକାଶେ, ନ କରିବା କାର୍ଯ୍ୟ କରିବାକୁ ପ୍ରଭୁ ଭ୍ରଷ୍ଟାଚାରରେ ମନକୁ ସମର୍ପିତ କରନ୍ତି ବୋଲି ପବିତ୍ର ବାଇବଲ କହେ !

 

ପ୍ରିୟ ଯୌବନଗଣ, ଏପରି ପାପର ଜାଲରେ ଛନ୍ଦି ନ ହୋଇ ପ୍ରଭୁଙ୍କ ଠାରେ ସ୍ବର୍ଶ ହୁଅନ୍ତୁ !ବର୍ତମାନ ରହିଥିବା ସୋସିଆଲ ମିଡ଼ିଆ, ଇଣ୍ଟେରନେଟ ୱେବସାଇଟ ମାଧ୍ୟମରେ ଅନ୍ୟ ସହିତ ସହଜରେ ଅଭ୍ୟାସ ହେଉଛୁ !କିନ୍ତୁ ପରମେଶ୍ୱରଙ୍କ ନିୟମ ହେଉଛି, ବିବାହ ପରେ ସୃଷ୍ଟି ହେଉଥିବା ପ୍ରେମ !ସେ ତାହାର ନିଜ ସ୍ତ୍ରୀଙ୍କୁ, ସେ ତାହାର ନିଜର ସ୍ୱାମୀଙ୍କୁ ସ୍ପର୍ଶକାତରରେ ରହିବା ଉଚିତ ବୋଲି ପବିତ୍ର ବାଇବଲ ଆମକୁ ସତର୍କତା କରୁଛି !ତେଣୁକରି ପବିତ୍ର ବାଇବଲକୁ ଧ୍ୟାନ କରି ପ୍ରଭୁଙ୍କୁ ସ୍ବର୍ଶ କରନ୍ତୁ !ତୁମ୍ଭ ହୃଦୟ ମନ୍ଦ ଅଭ୍ୟାସରୁ ପଳାୟନ କରି ସୁରକ୍ଷାରେ ରୁହନ୍ତୁ !

- ଶ୍ରୀମତୀ ଭୂଭାନା ଧାନା ବାଲାନ୍

 

ପ୍ରାର୍ଥନାର ଅଂଶ :-

ଏହି ଅଗଷ୍ଟ ମାସ ସାରା ହେବାକୁ ଥିବା ସେଵା କାର୍ଯ୍ୟରେ ସଦାପ୍ରଭୁ ତାହାଙ୍କର ମହିମା ପ୍ରକାଶିତ କରିବା ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al grandpashabet grandpashabet grandpashabet grandpashabet giriş grandpashabet grandpashabet güncel giriş grandpashabet grandpashabet güncel grandpashabet grandpashabet giriş grandpashabet giriş grandpashabet grandpashabet grandpashabet grandpashabet holiganbet holiganbet sahabet onwin bets10 bets10 giriş bets10 güncel giriş betcio atlasbet casibom meritking perabet casibom holiganbet galabet casibom padişahbet padişahbet giriş grandpashabet jojobet tambet grandpashabet jojobet nesinecasino betbey betgit grandpashabet betpuan cashwin matbet meritking perabet perabet giriş instagram ban service betsilin betsilin giris pashagaming pashagaming giris gorabet gorabet giris kralbet holiganbet grandpashabet grandpashabet giriş holiganbet çarkbet çarkbet giriş