Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 06-02-2021
Share:

By Village Missionary Movement

Saturday, 06-Feb-2021

ଆଜିର ବାକ୍ୟ (Oriya) 06-02-2021

ମନୋନୀତ ପାତ୍ର 

“କିନ୍ତୁ ପ୍ରଭୁ ତାହାଙ୍କୁ କହିଲେ, ଯାଅ; କାରଣ ସେ ଅଣଯିହୂଦୀ, ରାଜା ଓ ଇସ୍ରାଏଲର ସନ୍ତାନମାନଙ୍କ ସମ୍ମୁଖରେ ଆମ୍ଭର ନାମ ବହନ କରିବା ନିମନ୍ତେ ଆମ୍ଭର ଜଣେ ମନୋନୀତ ପାତ୍ର ଅଟେ;” - ପ୍ରେରିତ 9:15

ଅନ୍ଧାର ଭୂଖଣ୍ଡ ନାମରେ ବିଖ୍ୟାତ ଆପ୍ରିକା ଦେଶରେ ସୁସମାଚାରର ଦୀପ ଜଳାଇ ଥିବା ବ୍ୟକ୍ତି ଜଣକ ହେଉଛନ୍ତି ଡେଭିଡ଼ ଲିଭିଙ୍ଗ ଷ୍ଟୋନ  !ସ୍କାଟଲାଣ୍ଡ ଦେଶର ଗରିବ ପରିବାରରେ ଜନ୍ମ ନେଇ ଥିବା ଲିଭିଙ୍ଗ ଷ୍ଟୋନ  ତାଙ୍କ ପରିବାରର କଠିନତମ ଦରିଦ୍ରତା ମଧ୍ୟରେ ଚେଷ୍ଟା କରି ତାଙ୍କର ଡାକ୍ତରୀ ପାଠ ପୂର୍ଣ୍ଣ କରି ସେ ବିଖ୍ୟାତ ଥିଲେ  !ତାଙ୍କ କୋଡିଏ ବର୍ଷ ବୟସରେ ରାବୋଟ ମୋପାଟ ପ୍ରଭୁଙ୍କର ଦାସ ଆପ୍ରିକା ଦେଶ  ବିଷୟରେ, ସେଠାରେ ବାସ କରୁଥିବା ପ୍ରଜା ମାନଙ୍କ ବିଷୟରେ  କହୁଥିବା ବେଳେ ସେଠାକୁ ଧର୍ମପ୍ରଚାରକ ଭାବରେ ଯିବାକୁ ନିଜକୁ ସମର୍ପଣ ହେଲେ  !ସାତ ଶହ ମାଇଲ ଦୂର ଯାତ୍ରା କରି ମହାଅରଣ୍ୟରେ ରାସ୍ତା ଖୋଜି ଖୋଜି  ଅରଣ୍ୟରେ ଅନେକ  ଗ୍ରାମାଞ୍ଚଳର  ଲୋକଙ୍କ ନିକଟକୁ ଯାଇ ସେବା କରିଥିଲେ !ଦିନେ ଜଣେ ଆପ୍ରିକୀୟ ତାଙ୍କ ନିକଟକୁ ଆସି ପଚାରିଲେ, ଆପଣ କାହିଁକି ଆଗରୁ ଆମକୁ ଯୀଶୁଙ୍କର ବିଷୟରେ ଜଣାଇଲ ନାହିଁ ? ଆମର ପୂର୍ବପୁରୁଷଗଣ ଯୀଶୁଙ୍କୁ ନ ଜାଣି ମୃତ୍ୟୁବରଣ କଲେ !ଏହା ଶୁଣି ଥିବା ଲିଭିଙ୍ଗ ଷ୍ଟୋନ  ଭଙ୍ଗା ହୃଦୟରେ ଆଉ ଅଧିକ ରୂପେ ତାଙ୍କ ଶାରୀରିକ ଦୁର୍ବଳତା ମଧ୍ୟରେ ସେବା କଲେ !ପରମେଶ୍ୱର ମନୋନୀତ କରିଥିବା ପାତ୍ର ହେଉଛି ଡେଭିଡ଼ ଲିଭିଙ୍ଗ ଷ୍ଟୋନ !ସେ ଜୀବନ୍ତ ପଥର (ଲିଭିଙ୍ଗ ଷ୍ଟୋନ )ଆଜି ପର୍ଯ୍ୟନ୍ତ ପ୍ରଭୁଙ୍କର ମହଲରେ ଚକ ଚକ ହେଉଛନ୍ତି ! 

ବାଇବଲରେ ମଧ୍ୟ ସାଉଲକୁ ତାଙ୍କ କାର୍ଯ୍ୟ ନିମନ୍ତେ ପ୍ରସ୍ତୁତ କରିଛନ୍ତି !ତାଙ୍କୁ ପାଉଲ ରୂପେ ବଦଳେଇ ବିଯାତୀୟମାନଙ୍କୁ ସୁସମାଚାର ପ୍ରକାଶ କରିବାକୁ  ମହାନ ଦାଇତ୍ୱ ତାଙ୍କ  ହସ୍ତରେ ସମର୍ପଣ କଲେ !ସାଉଲ ମଧ୍ୟ ଖ୍ରୀଷ୍ଟଙ୍କ ସକାଶେ ଅନେକ ତାଡନା ଅନୁଭବ କରି, ଅନେକ ପ୍ରହାର ମଧ୍ୟରେ ସେବାକାର୍ଯ୍ୟ କଲେ !କାରାଗାରରେ ରହି ଥିବା ସମୟରେ ଅନେକ ଲୋକଙ୍କୁ ଖ୍ରୀଷ୍ଟଙ୍କ ପଥକୁ କଢ଼ାଇ ନେଲେ !ସେବାର ପଥରେ ଅନେକ ସେବକଙ୍କୁ ପ୍ରସ୍ତୁତ କରି,  ଅନେକ ମଣ୍ଡଳୀ ନିର୍ମାଣ କରିଥିଲେ !1ମ କରନ୍ତିୟ -1:11ଅନୁସାରେ ଖ୍ରୀଷ୍ଟଙ୍କ ନିମନ୍ତେ ବଞ୍ଚି ତାଙ୍କ ଜୀବନକୁ କଢ଼ାଇ ନେଇ ଥିବା ବ୍ୟକ୍ତି ଅଟନ୍ତି ପାଉଲ !

ମୋର ପ୍ରିୟ ବନ୍ଧୁଗଣ, ଆମର ପୂର୍ବପୁରୁଷ, ଆମେ ଜାଣିଥିବା ବ୍ୟକ୍ତିଗଣ କେତେକ ଲୋକ ଖ୍ରୀଷ୍ଟଙ୍କୁ ଜାଣି ନ ପାରି ମୃତ୍ୟୁବରଣ କଲେ !ଆଉ କୋଣସି ସନ୍ତାନ ଯୀଶୁଖ୍ରୀଷ୍ଟଙ୍କୁ ନ ଜାଣି ନର୍କକୁ ଯିବାକୁ ହେବ ନାହିଁ !ଲିଭିଙ୍ଗ ଷ୍ଟୋନଙ୍କ ପରି ଆପଣଙ୍କୁ ପରମେଶ୍ୱରଙ୍କ  ନିମନ୍ତେ ସମର୍ପିତ ହୋଇ ଅନ୍ଧାରରେ ଥିବା ପ୍ରଜାଙ୍କୁ ଯୀଶୁ ନାମକ ଆଲୋକକୁ କଢ଼ାଇ ନେବ କି ? ପାଉଲଙ୍କ ପରି ସେବା କରି ଅନେକ ସେବକଙ୍କୁ ନିର୍ମାଣ କରିବ କି ? ପରମେଶ୍ୱର ତାଙ୍କ ସେବା ନିମନ୍ତେ ପ୍ରତ୍ୟୋକ ଲୋକଙ୍କୁ ମନୋନୀତ କରି ଖୋଜୁଛି !ସଦାପ୍ରଭୁ ବାଟ ଚାହୁଁଥିବା ବ୍ୟକ୍ତି ତୁମେ ଅଟ,  ତୁମେ ହିଁ ନିଜକୁ ନିଜେ ପ୍ରଭୁଙ୍କ ନିମନ୍ତେ ଧର୍ମପ୍ରଚାରକ ଭାବେ ସମର୍ପିତ ହେବ କି ? ପ୍ରତ୍ୟୋକ ଖ୍ରୀଷ୍ଟିଆନ ଗୋଟିଏ ଆତ୍ମା ରୋଜଗାର କରିବାକୁ ହେବ ଏହା ଭୁଲିଯିବ ନାହିଁ !
-    ଶ୍ରୀମତୀ ଏଷ୍ଟେର ଗାନ୍ଧୀ ରାଜନ 

ପ୍ରାର୍ଥନା କରନ୍ତୁ :-ଆତ୍ମା ନିମନ୍ତେ ବୋଝ ଥିବା ଧର୍ମପ୍ରଚାରକ ସହଭାଗି ଧର୍ମପ୍ରଚାରକ ଭାବେ ଆମ ସହିତ ଏକତା ନିମନ୍ତେ ପ୍ରାର୍ଥନା କରନ୍ତୁ !

ଏହି ପାଇବାର ପାଇଁ  ଯୋଗାଯୋଗ  ଆମ  ସହ  ଯୋଗାଯୋଗ କରନ୍ତୁ 
ୱାଟସଫ ତାମିଲ  ପାଇଁ  : -  919444011864
ଇଂରାଜୀ  ପାଇଁ  : - 918610984002
ହିନ୍ଦୀ ପାଇଁ :- 919385810496
ତେଲୁଗୁ  ପାଇଁ : -919361167117

Website: www.vmm.org.in
Email: reachvmm@gmail.com
AndroidApp: https://play.google.com/store/apps/details?id=com.vmmorg.template.msmapp&showAllReviews=true

ପ୍ରାର୍ଥନାର  ଆବଶ୍ୟକ  ପାଇଁ  ଯୋଗାଯୋଗ  କରନ୍ତୁ, ଆମର  ସେଲ  ନମ୍ବର : +91 9442493250, 
ଓଡ଼ିଆରେ  ପ୍ରାର୍ଥନା  ପାଇଁ: 9861597010.



hacklink satın al grandpashabet grandpashabet grandpashabet grandpashabet giriş grandpashabet grandpashabet güncel giriş grandpashabet grandpashabet güncel grandpashabet grandpashabet giriş grandpashabet giriş grandpashabet grandpashabet grandpashabet grandpashabet jojobet giriş holiganbet giriş sahabet onwin bets10 bets10 giriş bets10 güncel giriş betcio atlasbet casibom Royalbet Royalbet giriş Royalbet güncel Royalbet meritking meritking giriş perabet perabet giriş casibom casibom giriş holiganbet holiganbet giriş galabet casibom casibom giriş grandpashabet perabet perabet giriş padişahbet padişahbet giriş meritking meritking giriş grandpashabet grandpashabet giriş kalitebet kalitebet giris betsmove betsmove giris gonebet gonebet giris betnano betnano giriş jojobet jojobet betplay jojobet esbet sonbahis tambet grandpashabet betgit mercurecasino