Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 26-08-2022
Share:

By Village Missionary Movement

Thursday, 25-Aug-2022

ଆଜିର ବାକ୍ୟ (Oriya) 26-08-2022

 

ଖଚୂଆ 

 

“କାଷ୍ଠ ଶେଷ ହେଲେ ଅଗ୍ନି ନିଭି ଯାଏ, କର୍ଣ୍ଣେଜପ ନ ଥିଲେ କଳି ନିବୃତ୍ତ ହୁଏ।“ - ହିତୋପଦେଶ 26:20

 

ଆମ ପରିବାରରେ, ବନ୍ଧୁବାନ୍ଧବ ମାନଙ୍କଠି, ଚାକିରୀ କ୍ଷେତ୍ରରେ, ରାଜନୀତିରେ, ଏପରି ଅନେକ ସ୍ଥାନରେ ଝଗଡା, ଦ୍ୱନ୍ଦ୍ୱ, ପାର୍ଥକ୍ୟ , ଆସିବା ଅତି ଅଧିକ !ଏସବୁର ମୁଖ୍ୟ କାରଣ ଗୋଟିଏ, ତାହା ହେଉଛି ଝଗଡା କରାଇବା ବ୍ୟକ୍ତି !ଖଚୂଆ ଠାରୁ ଖସିବାକୁ ତତ୍ୱବିତ ସକ୍ରେଟିସ ଗୋଟିଏ ଉପଦେଶ ଦେଲେ !ତାଙ୍କ ଛାତ୍ର ମଧ୍ୟରୁ ଜଣେ ତାଙ୍କୁ କହିଲା, ତୁମ ବନ୍ଧୁଙ୍କ ଠାରୁ ଜଣକ ବିଷୟରେ ମୁଁ ଗୋଟିଏ ବିଷୟରେ ଶୁଣିଲି !ସକ୍ରେଟିସ ତାଙ୍କ ଛାତ୍ରଙ୍କ ସହ କହିଲା, ତୁମେ ସେ ବିଷୟରେ ମୋତେ କହିବା ପୂର୍ବରୁ ତିନି ଥର ତାହା ପାଇଁ ଗଭୀର ଭାବେ ଆଲୋଚନା କରିଲ କି ? ଆଚର୍ଯ୍ୟରେ ତାଙ୍କ ଆଡକୁ ଅନାଇ ଥିବା ବିଦ୍ୟାର୍ଥୀ ସହ କହିଲା, କଣ ଗଭୀର ଭାବେ ଆଲୋଚନା କରି ଦେଖିଲ ତ !ପ୍ରଥମେ ତୁମେ ମୋ ସହ ସେହି ବିଷୟରେ କହିବା ବେଳେ ତାହା ଶହ ପ୍ରତିଶତ ସତ କି ? ଦ୍ୱିତୀୟରେ ତୁମେ ମୋତେ କହିବା ବାର୍ତ୍ତା ଉତ୍ତମ ବିଷୟରେ କି ? ତୃତୀୟଟି ଏ ବିଷୟଟି କାହାକୁ ଉପକାର ହେବ କି ? ଏହି ତିନୋଟି ପ୍ରଶ୍ନ ପଚାରିବା ବେଳେ, ସେହି ଛାତ୍ର ନାହିଁ ବୋଲି ଉତ୍ତର କଲା !ସକ୍ରେଟିସ କହିଲା, ଉତ୍ତମ କିନ୍ତୁ କାହାକୁ ଉପଯୋଗୀ ନ ଥିବା ସେ ବିଷୟଟି ମୋତେ କାହିଁକି କହିବ !ସେ ବିଦ୍ୟାର୍ଥୀ ନିଃଶବ୍ଦରେ ଆଲୋଚନା କରିବାକୁ ଲାଗିଲା !

 

ଝଗଡା କରାଇବା ବାହ୍ୟ ରୂପେ ବଡ଼ ପାପ ସଦୃଶ୍ୟ ଦେଖା ନ ଗଲେ ମଧ୍ୟ, ସମାଜ ପ୍ରତି ତାହା ପକାଉଥିବା ପ୍ରଭାବ ଅତି ଘୋରତର ଅଟେ !ତେଣୁକରି ସଦାପ୍ରଭୁ ମୋଶାଙ୍କୁ ଏହା ପ୍ରତି କଣ ବୋଲି ଆଜ୍ଞା କଲେ, ତାହା ହେଉଛି, ତୁମ୍ଭେ ଖଚୁଆ ହୋଇ ଆପଣା ଲୋକମାନଙ୍କ ମଧ୍ୟରେ ଏଣେତେଣେ ବୁଲିବ ନାହିଁ; କିଅବା ତୁମ୍ଭ ପ୍ରତିବାସୀର ରକ୍ତ ବିରୁଦ୍ଧରେ ଠିଆ ହେବ ନାହିଁ; ଆମ୍ଭେ ସଦାପ୍ରଭୁ (ଲେବୀୟ :-19:16)ବଚନରେ ସଦାପ୍ରଭୁ ଆଜ୍ଞା କଲେ !ଶୋଲମନ ଏହା ପ୍ରତି କହିଲେ, ମୂର୍ଖ କଳହ ଜନ୍ମାଏ, କର୍ନେଜପ ମିତ୍ର ଦୂର କରେ, ବୋଲି କହନ୍ତି !ଆଉ କହିବାକୁ ଗଲେ, 

 

କାଷ୍ଠ ଶେଷ ହେଲେ ଅଗ୍ନି ନିଭି ଯାଏ, କର୍ଣ୍ଣେଜପ ନ ଥିଲେ କଳି ନିବୃତ୍ତ ହୁଏ।ବୋଲି ଶୋଲମନ ଜ୍ଞାନୀ କହୁଛନ୍ତି !ପ୍ରେରିତ ପାଉଲ କରନ୍ତିୟକୁ ଲେଖୁଛନ୍ତି, ଅନେକ ପାପ ବିଷୟରେ ସେମାନଙ୍କୁ ଶିକ୍ଷା ଦେବାବେଳେ କଳହ, ହିଂସା, କ୍ରୋଧ, ବିରୋଧ, ଖଚୂଆ, ବଚସା କରିବା ଥିବ ବୋଲି ମୁଁ ଭୟ କରୁଛି କହୁଛନ୍ତି !

 

ପ୍ରିୟ ବନ୍ଧୁଗଣ, ଖଚୂଆ କରୁଥିବା ପାପ ତୁମ ଠାରେ ଅଛି ବୋଧେ ଦେଖ !ଅନ୍ୟର ବିଷୟରେ ଯେକୌଣସି ବିଷୟରେ ଅନ୍ୟ ଜଣକ ଠାରେ କହିବା ବେଳେ ଇଶ୍ୱର ସେ ବିଷୟରେ ଶୁଣୁଛନ୍ତି ବୋଲି ଆମ ଠାରେ ଭୟ ଥିବା ଉଚିତ !ସକ୍ରେଟିସଙ୍କ ଉପଦେଶ ଆମକୁ ସାହାଯ୍ୟ କରୁ !ଆମେନ୍ !

- ଶ୍ରୀମତୀ ଜସ୍ମିନ ପାଲ 

 

ପ୍ରାର୍ଥନାର ଅଂଶ :-

ପ୍ରାର୍ଥନାର ସମାବେଶ ପତ୍ରିକା ଦ୍ଵାରା ପ୍ରାର୍ଥନା ସମାବେଶ ପରିଚାଳନା କରିବାକୁ ଉପଦେଶ, ପ୍ରାର୍ଥନାର ଭାଗ ଅନେକଙ୍କୁ ଉପଯୋଗୀ ହେବା ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al grandpashabet grandpashabet grandpashabet grandpashabet giriş grandpashabet grandpashabet güncel giriş grandpashabet grandpashabet güncel grandpashabet grandpashabet giriş grandpashabet giriş grandpashabet grandpashabet grandpashabet grandpashabet jojobet giriş holiganbet giriş sahabet onwin bets10 bets10 giriş bets10 güncel giriş betcio atlasbet casibom Royalbet Royalbet giriş Royalbet güncel Royalbet meritking meritking giriş perabet perabet giriş casibom casibom giriş holiganbet holiganbet giriş galabet casibom casibom giriş grandpashabet perabet perabet giriş padişahbet padişahbet giriş meritking meritking giriş grandpashabet grandpashabet giriş kalitebet kalitebet giris betsmove betsmove giris gonebet gonebet giris betnano betnano giriş jojobet jojobet jojobet jojobet esbet holiganbet tambet grandpashabet betgit radissonbet