By Village Missionary Movement
Friday, 16-Sep-2022ଆଜିର ବାକ୍ୟ (Oriya) 17-09-2022
ଅଶ୍ରୁଳ
"...ପୁଣି, ଈଶ୍ୱର ସେମାନଙ୍କ ଚକ୍ଷୁରୁ ସମସ୍ତ ଲୋତକ ପୋଛିଦେବେ" - ପ୍ରକାଶିତ 7:17
ପ୍ରାଚୀନ କାଳରେ ପରିସୀୟ ଦେଶରେ ଗୋଟିଏ ଅଜବ ପ୍ରଥା ଥିଲା !ଦୁଃଖ ସମାବେଶ ଥିବା ପ୍ରଦେଶ ମାନଙ୍କରେ, ସେଠାରେ ଥିବା ଯାଜକଗଣ କ୍ରନ୍ଦନ କରୁଥିବା ଲୁହକୁ ତୁଳା ସାହାଯ୍ୟରେ ସଂଗ୍ରହ କରି, ତାହାକୁ ଚିପୁଡି ଲୁହର ଦୀପରେ ଅଜାଡି, ତାହାକୁ ଅତି ଜାଗ୍ରତରେ ରଖୁଥାନ୍ତି !ମୃତ୍ୟୁର ନିକଟ ଥିବା ଲୋକଙ୍କୁ ଲୁହ ଉପଯୋଗ କଲେ, ସେମାନେ ପୁନଃଜନ୍ମ ପାଇବେ ବୋଲି ସେମାନଙ୍କ ବିଶ୍ୱାସ ଥିଲା !ସେମାନଙ୍କ ଆତ୍ମୀୟମାନେ ଯିଏ ହେଲେ ମୃତ୍ୟୁବରଣ କଲା ପରେ ଉପହାର ସଦୃଶ୍ୟ ସେହି ଲୁହଦୀପରେ ଲୁହକୁ ଅଜାଡି, ସେହି ଦୀପ ସହ ଶବକୁ କବର କରନ୍ତି !
ପବିତ୍ର ବାଇବଲରେ ଲୁହରେ ପ୍ରଭୁଙ୍କୁ ସନ୍ଧାନ କରିଥିବା ଯେକୌଣସି ଜଣକୁ ମଧ୍ୟ ସଦାପ୍ରଭୁ ହାତଛଡା କରି ନାହାନ୍ତି !ତାହାଙ୍କ ପୁତ୍ର ନିମନ୍ତେ କ୍ରନ୍ଦନ କରୁଥିବା ହାଗାର (ଆଦି ପୁସ୍ତକ :-21:16) ! ତାଙ୍କ ଏକମାତ୍ର ପୁତ୍ର, ନିମନ୍ତେ କ୍ରନ୍ଦନ କରିଥିବା ନାଇନ ନାମକ ଜଣେ ବିଧବା ସ୍ତ୍ରୀ (ଲୁକ :-7:12-13) !ରାଜା ହିଜକୀୟ (ଯିଶାଇୟ 38:3) !ଦୂରରେ ଠିଆ ହୋଇ ସ୍ୱର୍ଗଆଡ଼େ ଅନେଇବାକୁ ସୁଦ୍ଧା ସାହସ କରି ନ ପାରିଥିବା କରଗ୍ରାହୀ (ଲୁକ :-18:13)!ଏମାନେ ସମସ୍ତେ ଯୀଶୁଙ୍କଠୁ ଅଦଭୂତ ପାଇଛନ୍ତି !ଏଥିପାଇଁ ଦାଉଦ ରାଜା ମଧ୍ୟ କହିଲେ, ମୋ ଲୋତକ ତୁମ୍ଭ ପ୍ରଦୀପରେ ରଖା ଯାଇଛି !
ପ୍ରିୟ ବନ୍ଧୁଗଣ, ଜୀବନରେ ଥିବା ଖଟା ଅନୁଭୂତି ଦ୍ଵାରା, ପରାଜୟ ଦ୍ଵାରା, ରୋଗ ଦ୍ଵାରା, ବୋଝ ଦ୍ଵାରା, ଠକାମୀ ଦ୍ଵାରା, ନଷ୍ଟ ଦ୍ଵାରା କୁଟିଳ ହୋଇଛ କି ? ତୁମ୍ଭ ଅଶ୍ରୁଳକୁ ଗଣନା କରିବା ଇଶ୍ୱର ତୁମ୍ଭ ସହ ଅଛନ୍ତି !ଶ୍ବାନ୍ତନା ଖୋଜି ମନୁଷ୍ୟମାନଙ୍କ ନିକଟକୁ ନୁହେଁ, ଯୀଶୁଙ୍କ ନିକଟକୁ ଯାଆନ୍ତୁ !ହସ୍ତ ଧରି କଢାଇବା ଇଶ୍ୱର ମୃତ୍ୟୁ ପର୍ଯ୍ୟନ୍ତ ଆମ୍ଭ ସହିତ ରହିବେ !ସେ ହିଁ ଆପଣା ଦୁଃଖକୁ ଆନନ୍ଦରେ ବଦଳାଇବ !ପ୍ରଥମ ଶାମୁଏଲ ପ୍ରଥମ ଅଧ୍ୟାୟରେ ଆମେ ହାନ୍ନାଙ୍କ ବିଷୟରେ ପଡୁଛୁ !ତାହାକୁ ସନ୍ତାନ ନ ଥିବା ହେତୁ, ଅନେକ ତାହାକୁ ବିରକ୍ତି କଲେ !ସେ ଅତିଶୟ ଦୁଃଖିତ ହୋଇ ସଦାପ୍ରଭୁଙ୍କର ନିକଟରେ ପ୍ରାର୍ଥନା କଲା !କେବଳ ତାହାର ଓଷ୍ଠ ହଲୁଥିଲା, ମାତ୍ର ତାହାର ରବ ଶୁଣାଯାଉ ନ ଥିଲା; କିନ୍ତୁ ପରମେଶ୍ୱର ତାହାଙ୍କ ଅଶ୍ରୁର ଶବ୍ଦ ଶୁଣିଲେ !ପରମେଶ୍ୱର ହାନ୍ନାଙ୍କ ଲୁହକୁ ଆନନ୍ଦରେ ବଦଳାଇ ଶାମୁୟେଲକୁ ଦେଲେ !ହାନ୍ନା ମନୁଷ୍ୟମାନଙ୍କୁ ଖୋଜିଖୋଜି ଯାଇ ନାହିଁ, ପରମେଶ୍ୱରଙ୍କୁ ବିଶ୍ୱାସ କରି ତାହାଙ୍କ ସାନିଧ୍ୟକୁ ଧୌଡି ଆସିଲା, ଅଦଭୂତ ପାଇଲା !ତଦ୍ରୁପ ଆମ୍ଭେ ମଧ୍ୟ ପ୍ରଭୁଙ୍କର ସାନିଧ୍ୟରେ ଅଶ୍ରୁ ଝରାଇବା !ଆମ ଲୁହ ଗଣନାକାରୀ କେବଳ ପ୍ରଭୁ ପରମେଶ୍ୱର ଅଟେ !ଆମେନ୍!
- ଶ୍ରୀମତୀ ମଞ୍ଜୁଳା
ପ୍ରାର୍ଥନା ଅନୁରୋଧ :-
ତାମିଲନାଡୁରେ ହେଉଥିବା ଉଜ୍ଜିବ ଆଶା କରୁଥିବା ସମାବେଶରେ ପ୍ରଭୁ ତାହାଙ୍କ ମହିମା ପ୍ରକାଶିତ କରିବା ନିମନ୍ତେ ପ୍ରାର୍ଥନା କରିବା !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.