Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 18-09-2022 (Kids Special)
Share:

By Village Missionary Movement

Sunday, 18-Sep-2022

ଆଜିର ବାକ୍ୟ (Oriya) 18-09-2022 (Kids Special)

 

ମୂଷାଙ୍କ ଚଗଲାମୀ 

 

“ହେ ପିଲାମାନେ, ସମସ୍ତ ବିଷୟରେ ପିତାମାତାଙ୍କର ଆଜ୍ଞାବହ ହୁଅ, କାରଣ ଏହା ପ୍ରଭୁଙ୍କ ସହଭାଗିତାରେ ସନ୍ତୋଷଜନକ ବ୍ୟବହାର ।“ - କଲସୀୟ 3:20

 

ହାଇ ପିଲାମାନେ, ସମସ୍ତେ କେମିତି ଅଛ ? ଭଲ ଅଛ କି ? ଆଜି ଆମେ ଗୋଟିଏ କାହାଣୀ ଶୁଣିବା !ଠିକ ଅଛି କି ? 

 

ଗୋଟିଏ ମୂଷା ତାର ଛୁଆଁ ମାନଙ୍କ ସହ ଗୋଟେ ଘର ଗଳିରେ ବାସ କରୁଛି !ମୂଷା ଘରକୁ ଆସିଲେ ସେହି ଯନ୍ତ୍ରଣା ସହ୍ୟ କରି ପାରିବା ନାହିଁତ !ଟମାଟୋ, ଆଳୁ, ଚାଉଳ ବସ୍ତାଗୁଡିକୁ ଛାଡିବ ନାହିଁ !କେବଳ ତାହାହିଁ ନୁହେଁ, ଆମେ ପରିଧାନ କରୁଥିବା ପୋଷାକ କାମୁଡି ବିନାଶ କରେ !କଣ ପିଲାମାନେ, ତୁମ୍ଭ ଘରରେ ମଧ୍ୟ ମୂଷାଙ୍କ ଯନ୍ତ୍ରଣାକୁ ସହ୍ୟ କରି ପାରୁ ନାହଁ କି ? ଠିକ ଅଛି ଠିକ ଅଛି, ଆସନ୍ତୁ ଏହି ମୂଷାଙ୍କ ଠାରୁ କଣ ଶିଖିବା ଉଚିତ ଶୁଣିବା !

 

ମାଆ ମୂଷା ତାର ତିନୋଟି ମୂଷା ଛୁଆଁକୁ ଖାଦ୍ୟ ଯୋଗାଇ ଉତ୍ତମ ରୂପେ ଦେଖାଶୁଣା କରୁଅଛି !ମାଆ ମୂଷା ତାର ଛୁଆଁଙ୍କୁ ଉପଦେଶ ଦେଲା, ଏହି ଘର ଦ୍ଵାରରୁ ଭିତରକୁ ଯିବାକୁ ନାହିଁ, ସେଠାରେ ଥିବା ନିଶୁଆ ତୁମ୍ଭକୁ ଧରିକି ମାରିଦେବ !ସେହି ତିନୋଟି ମୂଷାଛୁଆଁ କହିଲେ, ଠିକ ଅଛି ମାଆ... !ମାଆ ମୂଷାଟି ବାହାରକୁ ଯିବା ପରେ, ଗୋଟେ ଚଗଲା ମୂଷା ଛୁଆଁଟି ଗଳିରୁ ବାହାରୁଆସି ଶୋଇକି ଦେଖିଲା !ଆହଃ... ସୁନ୍ଦର ଆଲୋକ, ଏହି ଘର ଦେଖିବାକୁ କେତେ ସୁନ୍ଦର ଅଛି !ଏହି ଘରକୁ ଗଲେ କେତେ ଭଲ ଥିବ, ସରସର ହୋଇ ଧାଇବା ଆରମ୍ଭ କଲା !ଘରେ କେହି ନାହାନ୍ତି, ସଫାସେଟ ସୁପର ଅଛି !ଲାଇଟ, ପଙ୍ଗା, ଖଟ ସବୁ ଦେଖି ଆଚର୍ଯ୍ୟ ହୋଇଗଲା !ମାଆ କହିଛନ୍ତି, ଏଠି ନିଶୁଆ ଥିବ !ହଁ ଗଳିକୁ ଚାଲିଯିବା ବୋଲି ଭାବନା କରିଥିବା ମୂଷାକୁ ଶୁଖିଲା ମାଛର ବାସନା ଆସିବା ଦ୍ଵାରା ରନ୍ଧା ଘରକୁ ଚାହିଁଲା ! ୱାଉ...ମୋ ପାଇଁ ହିଁ ଭୋଜନ ପ୍ରସ୍ତୁତ କରି ରଖିଛନ୍ତି !ଆଜି ମୋତେ ପର୍ବ ହିଁ ପର୍ବ କହି ପେଟପୂରା ଖାଇଦେଲା !ହଠାତରେ ଠପ.. ହୋଇ ଗୋଟେ ଶବ୍ଦ ଶୁଣାଗଲା !ସେହି ଘର ମାଲିକ କବାଟ ଖୋଲି ଭିତରକୁ ଆସୁଛି !ମାଲୋ... ମା... କେତେ ବଡ଼ ନିଶ, ମୁଁ ତୋ ଏହାର ନିଶର ଲମ୍ବା ନାହିଁ !କିପରି ଖସି ପାରିବି ବୋଲି ଭୟ ହୋଇ, ସେଠାରୁ ଧୌଡିଲା !ଝରକା ସବୁ ବନ୍ଦ କରି, ସେ ନିଶୁଆ ଚାଲିଚାଲି ଆସିବା ଦେଖି, ଆଜି ମୋର କାମ ହୋଇଗଲା ବୋଲି ଭାବନା କରି, ଖସିଯିବାକୁ ମାର୍ଗ ନାହିଁକି ବୋଲି କାନ୍ଦୁ ଥିବା ମୂଷାଛୁଆଁକୁ ଗୋଟିଏ ଫ୍ୟାକେଟରେ ଥିବା ଛୋଟ ଛିଦ୍ର ଦେଖାଗଲା !ପଟକିଣା ସେଠାକୁ ଯାଇ, ମାଲୋ... ଏଥର ମାଆଙ୍କ କଥାକୁ ଶୁଣି ଭଲ ପିଲା ହୋଇ ରହିବି ବୋଲି ନିଶ୍ଵାସ ନେଲା !

 

ପ୍ରିୟ ପିଲାମାନେ, ମାଆଙ୍କ କଥା ନ ଶୁଣିବା ଦ୍ଵାରା, ସେହି ମୂଷାଛୁଆଁକୁ ଦୁର୍ଘଟଣା ଆସିଲା !କାହାଣୀ ଶୁଣିଲତ !ତୁମ୍ଭ ଭଲ ପାଇଁ କହିବା ପିତାମାତାଙ୍କ କଥାକୁ ଠେଲି ଦେବା ଉଚିତ ନୁହେଁ !ତୁମ୍ଭ ଆଜ୍ଞାକାରୀ ହିଁ ଆଶୀର୍ବାଦର ମାର୍ଗ ଦର୍ଶକ ହେବ !କଣ ପିଲାମାନେ, ପିତାମାତାଙ୍କ କଥା ଶୁଣିବାକୁ ପ୍ରସ୍ତୁତ ଅଛ କି ? ଠିକ ଅଛି ପିଲାମାନେ !ଗୂଡ଼ ବାଇ !

- ଶ୍ରୀମତୀ ଆନବୁଜ୍ୟୋତି ଷ୍ଟାଲିନ

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al matbet matbet bahiscasino betsat betsat pashagaming pashagaming betpas betpas giriş ngsbahis perabet perabet giriş