Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 20-09-2022
Share:

By Village Missionary Movement

Monday, 19-Sep-2022

ଆଜିର ବାକ୍ୟ (Oriya) 20-09-2022

 

ଅଗ୍ରାହ୍ୟ କରିବା 

 

“ଗାନ୍ଥକମାନେ ଯେଉଁ ପଥର ଅଗ୍ରାହ୍ୟ କଲେ, ତାହା କୋଣର ପ୍ରଧାନ ପଥର ହୋଇଅଛି।“ - ଗୀତସଂହିତା 118:22

 

ଗୋଟିଏ କୋଠା ଘର ନିର୍ମାଣ କଲାବେଳେ ବିଶେଷ କରି ଅନେକ କାଠରେ ନିଶୁଣି ସଦୃଶ୍ୟ ବାନ୍ଧି, ସେଥି ଉପରେ ଚଡି ଠିଆ ହୋଇ କାମ କରି କୋଠାଟି ନିର୍ମାଣ କରି, ତାହାକୁ ରଙ୍ଗୀନ ଦେଇ, ସବୁକିଛି ସାରିବା ପରେ, ସେହି କାଠକୁ ଗୋଟେଗୋଟେ କରି କାଡି ଦିଆଯାଏ !ଗୃହ ସମ୍ପୂର୍ଣ୍ଣ ନିର୍ମାଣ କଲା ପରେ ଗୃହ ପ୍ରବେଶ ଦିନ ସେହି କାଠ ଗୁଡିକ କାହାକୁ ନ ଦେଖାଗଲା ପରି ଘରର ବାରିଆଡେ ରଖି ଦିଅନ୍ତି !କେଉଁଠିକି ବଢିଥିବା କଦଳୀ ଗଛକୁ ଘର ଅଗଣାରେ ପୋତି ଗୃହ ପ୍ରବେଶକୁ ସମସ୍ତଙ୍କୁ ସ୍ୱାଗତ କରନ୍ତି !ସବୁକିଛି କୀର୍ତ୍ତି କଦଳୀ ଗଛକୁ ହିଁ ଦିଆଯାଏ !ଏଥିରେ ଥିବା ସତ୍ୟତା କଣ ? ସେହି କଦଳୀ ଗଛ କେବଳ ତିନିଦିନ ହିଁ ବଞ୍ଚିବ !ତାପରେ ଛେଳି, ଗାଇ ତାହାକୁ ଖାଇ ଦିଏ !ଅଥବା ଛୋଟ ପିଲାମାନେ ସେହି ପତ୍ରକୁ ଚିରି ଦେବେ !କେଉଁଠିକି ଗୋଟେ କୋଣରେ ଲୁଚେଇ ରଖିଥିବା ସେହି କାଠକୁ ଆଉ ଏକ କୋଠା ଘର ନିର୍ମାଣ କରିବାକୁ ପୁଣିଥରେ ନିଶୁଣି ସଦୃଶ୍ୟ ତିଆରି କରିବାକୁ ଉପଯୋଗୀ କରାଯାଏ !

 

ପବିତ୍ର ବାଇବଲରେ ପ୍ରଥମ ଶାମୁୟେଲ ସତର ଅଧ୍ୟାୟରେ ଦାଉଦ ଏବଂ ଗଲୀୟାତକୁ ଯୁଦ୍ଧ ହେବା ଆମେ ଦେଖୁଛୁ !ସେଥିରେ ଗଲୀୟାତ ଦାଉଦ ସହ ଯୁଦ୍ଧ କରିବାକୁ ମସ୍ତକରେ ପିତ୍ତଳର ଟୋପ ଓ ମାଛକାତି ତୁଲ୍ୟ ସାଞ୍ଜୁଆ, ପାଦ ପିତ୍ତଳ-ପତ୍ରରେ ଆବୃତ ଓ ତାହାର କାନ୍ଧରେ ପିତ୍ତଳର ଶଲ୍ୟ ଧାରଣ କରି ଥିବ !କିନ୍ତୁ ଏହି ଦାଉଦ ମାତ୍ର ସମସ୍ତଙ୍କ ଦୃଷ୍ଟିରେ ସର୍ବଦା ନିମ୍ନ ଦେଖାଯିବା ପାଞ୍ଚୋଟି ଚିକ୍କଣ ପଥର ନେଇ ଯୁଦ୍ଧକୁ ଯିବ !ଅସ୍ତ୍ରକୁ ଧରିକି ଥିବା ଗଲୀୟାତ ଚିକ୍କଣ ପଥର ହାତରେ ଧରିକି ଥିବା ଦାଉଦଙ୍କ ଠାରେ ପରାଜୟ କରିବ !ଦାଉଦ କେବଳ ଗୋଟିଏ ପଥରରେ ଗଲୀୟାତଙ୍କୁ ଭୂମିରେ ପକାଇ ଦେବ !ତହିଁରେ ସେ ପଥର ତାହା କପାଳରେ ପଶିଯା’ନ୍ତେ, ସେ ମୁହଁ ମାଡ଼ି ଭୂମିରେ ପଡ଼ିଲା ବୋଲି ପବିତ୍ର ବାଇବଲରେ ଲେଖା ଯାଇଛି !

 

ଏହା ଶୁଣୁଥିବା ପ୍ରଭୁଙ୍କର ସନ୍ତାନଗଣ, ତୁମ୍ଭେ କାଠ ସଦୃଶ୍ୟ ଅବା ଚିକ୍କଣ ପଥର ସଦୃଶ୍ୟ ଅନ୍ୟମାନଙ୍କ ଦ୍ଵାରା ଅଗ୍ରାହ୍ୟ ହୋଇ ଥାଇପାର !କିମ୍ବା ମଣିଷମାନେ ତୁମ୍ଭ ଠାରୁ ସାହାଯ୍ୟ ପାଇ, ତୁମ୍ଭଙ୍କୁ ଆବଶ୍ୟକକୁ ବ୍ୟବହାର କରି ଥାଇପାରନ୍ତି !କୁଟିଳ ହୁଅ ନାହିଁ !ଅବା ଆଜି ତୁମ୍ଭେ ଥିବା ପରିସ୍ଥିତିକୁ ଦେଖି, ଅନେକେ ତୁମ୍ଭଙ୍କୁ ହାଲୁକା ଭାବେ ଦେଖି ପାରନ୍ତି !କାହିଁକିନା ଯୀଶୁ ମଧ୍ୟ ମଣିଷ ଦ୍ଵାରା ଅଗ୍ରାହ୍ୟ ହୋଇଥିବା ସଦୃଶ୍ୟ ହାଲୁକା ରୂପେ ପସନ୍ଦ ହୋଇଥିଲେ !ଆଜିର ପରିସ୍ଥିତି, ସମସ୍ୟା ଯାହାବି ନିରନ୍ତର ନୁହେଁ !ନିଶ୍ଚୟ ଆମ ପ୍ରଭୁଙ୍କର ଦ୍ଵାରା ସବୁକିଛି ଦିନେ ବଦଳିବ !ବିଶ୍ୱାସର ସହିତ ରୁହନ୍ତୁ, ଯୀଶୁ ପରିସ୍ଥିତିକୁ ବଦଳାଇ ତୁମ୍ଭଙ୍କୁ ବୃଦ୍ଧି କରିବେ !ଆମେନ୍ !

- ଶ୍ରୀମତୀ ଶକ୍ତି ଶଙ୍କର ରାଜ 

 

ପ୍ରାର୍ଥନା ଅନୁରୋଧ :-

"ଯିହୋଶୂହ ଉଠ" କାର୍ଯ୍ୟକ୍ରମ ତାମିଲିରେ ପ୍ରତ୍ୟେକ ରବିବାର ଯୁବକଯୁବତୀ ମାନଙ୍କ ନିମନ୍ତେ ହେଉଅଛି, ଏହା ମାଧ୍ୟମରେ ଅନେକ ଯୁବକଯୁବତୀ ମାନଙ୍କୁ ସ୍ବର୍ଶ ହେବା ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al Elexbet matbet giriş matbet instagram unban x unban twitter unban palacebet setrabet