Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 24-09-2022
Share:

By Village Missionary Movement

Friday, 23-Sep-2022

ଆଜିର ବାକ୍ୟ (Oriya) 24-09-2022

 

ଜିହ୍ୱାକୁ ଵଶୀଭୂତ କରିବା 

 

“ଜିହ୍ୱା ମଧ୍ୟ ଅଗ୍ନି ସ୍ୱରୂପ; ତାହା ଆମ୍ଭମାନଙ୍କ ଅଙ୍ଗସମୂହ ମଧ୍ୟରେ ସମସ୍ତ ଅଧର୍ମର ମୂଳାଧାର ସ୍ୱରୂପେ ଅବସ୍ଥିତ; ତାହା ସମସ୍ତ ଶରୀରକୁ ଅଶୁଚି କରେ ଓ ନିଜେ ନର୍କରେ ପ୍ରଜ୍ୱଳିତ ହୋଇ ପ୍ରକୃତିର ଚକ୍ରକୁ ଜ୍ୱଳାଏ ।“ - ଯାକୁବ 3:6

 

ଆମର ଅଙ୍ଗଗୁଡିକ ମଧ୍ୟରେ ଅତି ଗୁରୁତ୍ୱପୂର୍ଣ୍ଣ ଜିହ୍ୱା ଅଟେ !ତାହା ଏକ ଛୋଟ ଅଙ୍ଗ ଅଟେ !କିନ୍ତୁ ଯଥେଷ୍ଟ ଉପଯୋଗୀ ଯୁକ୍ତ ଅଟଇ !ଖାଦ୍ୟ ଭୋଜନ କରିବାକୁ, ସ୍ୱାଦ ଚାଖିବାକୁ, ଏହା ଦ୍ଵାରା ଆମ ଶରୀର ଓ ହୃଦୟ ଆନନ୍ଦିତ ହୁଏ !ବିଶେଷ କରି ଅନ୍ୟମାନଙ୍କ ସହ କଥା ହେବାକୁ, ଗୀତ ଗାଇବାକୁ ବ୍ୟବହାର ହୁଏ !କିନ୍ତୁ କିଛି ସମୟରେ ଅଗ୍ନି ସଦୃଶ୍ୟ ବଦଳି ଯାଏ !ଅର୍ଥାତ୍ ଆମେ କଥା ହେବାବେଳେ ଅଯଥା କଥାଗୁଡିକ କଥା ହୋଇ ଅନ୍ୟମାନଙ୍କୁ କ୍ଷତାକ୍ତ କରି ବନ୍ଧୁତ୍ୱକୁ ଅଲଗା କରୁଛି !ଏହି ଜିହ୍ୱା ସହିତ ହିଁ ପ୍ରଭୁଙ୍କର ସ୍ତୁତି କରୁଛୁ, ଆଉ ସେହି ଜିହ୍ୱା ସହ ହିଁ ଅନ୍ୟମାନଙ୍କୁ ଅଭିଶାପ ଦେଉଛୁ !ଏପରି ଗୋଟିଏ ଜିହ୍ୱାରେ ପ୍ରଭୁଙ୍କର ପ୍ରସଙ୍ଗସା କରିବା, ମନୁଷ୍ୟମାନଙ୍କୁ ଅଭିଶାପ କରିବା ଗ୍ରହଣ ଯୋଗ୍ୟ କି ? 

 

ନିଶ୍ଚିତ ଭାବେ ଗ୍ରହଣ ଯୋଗ୍ୟ ନୁହେଁ !ତାହା ବଦଳରେ ତାହା ପ୍ରଭୁଙ୍କୁ ଦୁଃଖ ଦିଏ !ଆମ୍ଭ ଆତ୍ମାକୁ ମଇଳା କରେ !ସେହିପରି ହେଲେ ଜିହ୍ୱାର ଭୂଲ କଥା ଆମ ସମସ୍ତ ଶରୀରକୁ ମଇଳା କରିଦିଏ !ତାହା ଛୁରୀ ସଦୃଶ୍ୟ ଅନ୍ୟମାନଙ୍କୁ ଆଘାତ କରେ !ଆମେ କଥା ହେଉଥିବା କଥାଗୁଡିକୁ ଅଳ୍ପ ଆଲୋଚନା କରିକି ଦେଖିବା !ଆମ ମୁଖରୁ ନିଃଶୃତ ବାକ୍ୟ କେମିତି କା ? ଅପବ୍ୟବହାର ତୁମ୍ଭ ମୁଖରୁ ନ ହେଉ ବୋଲି ଆମକୁ ପବିତ୍ର ବାଇବଲ ସତର୍କ କରାଉଛି !ତେଣୁକରି ଆମେ କଥା ହେବାବେଳେ ଧୌର୍ଯ୍ୟର ସହ ଆଲୋଚନା କରି କଥା ହେବାକୁ ଅଭ୍ୟାସ କରିବା !ଅଗ୍ନି ସଦୃଶ୍ୟ ଆମ୍ଭ କଥା,ଅନ୍ୟମାନଙ୍କ ସହ ଆମକୁ ମଧ୍ୟରେ ବିନାଶ କରି ପାରିବା ଶକ୍ତି ରହିଅଛି !

 

ଅର୍ଥାତ୍ ଜିହ୍ୱା ଦ୍ଵାରା ଆମ ଆୟୁଚକ୍ର ପ୍ରଜ୍ୱଳିତ ହେବ !ତେଣୁକରି ଏହି ଜିହ୍ୱାକୁ ଆମ୍ଭେ ଆମ ଅଧୀନରେ ରଖିବାକୁ ଅଭ୍ୟାସ କରିବା ! ପ୍ରଥମେ, ଆମ ଜିହ୍ୱା ସ୍ୱାଦ ଚାଖିବାରେ କିଛି ନିୟନ୍ତ୍ରଣ ରହିବା ଉଚିତ !ଆମ ଶରୀରକୁ ଆବଶ୍ୟକ ହେଉଥିବା କେବଳ ପୁଷ୍ଟିସାର ଖାଦ୍ୟ ହିଁ ଖାଇବା ଉଚିତ !ତାହାଠୁ ଅଧିକା ଖାଇବା ପରିହେଲେ, ତାହାଙ୍କୁ ପେଟୁକ ବୋଲି ପବିତ୍ର ବାଇବଲ କହୁଛି !ତାହା ଆମକୁ ଦରିଦ୍ର କରାଏ !ଶେଷରେ, ସମୟାନୁବର୍ତ୍ତୀ ଅନୁସାରେ କୁହାଯାଇ ଥିବା କଥା ସୁସଜିତ ରୂପା ଥାଳିରେ ରଖା ଯାଇଥିବା ସୁନାର ଫଳ ସଦୃଶ୍ୟ, ଜୀବନ ମରଣ ଜିହ୍ୱାର ଅଧିନ ବୋଲି ପବିତ୍ର ବାଇବଲ କହୁଛୁ !ତେଣୁକରି କଥା ହେବା ସମୟ କଥା ହେବା ଛଡା, କଥା ନ ହେବା ସମୟରେ ଜିହ୍ୱାକୁ ବନ୍ଦ କରିବା ଉତ୍ତମ ଅଟେ !ତେଣୁକରି ଆମ ଶରୀରର ଛୋଟ ଅଙ୍ଗ ହୋଇଥିବା ଜିହ୍ୱାର ଅଧିକାର ବିଷୟରେ ଯଥେଷ୍ଟ ଜାଗ୍ରତ ହୋଇ ରହିବା !ଆମ ଆୟୁଷକୁ ବୃଦ୍ଧି କରିବା !ହାଲେଲୁୟା !

- ଶ୍ରୀମତୀ ଭୁବନା ଧାନାବାଲାନ୍ 

 

ପ୍ରାର୍ଥନା ଅନୁରୋଧ :-

ଭାରତ ଦେଶ ସାରା ଏକ ଲକ୍ଷ ଗ୍ରାମ ଗୁଡିକରେ ମଣ୍ଡଳୀ ନିର୍ମାଣ ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al Elexbet matbet giriş matbet instagram unban x unban twitter unban palacebet setrabet