By Village Missionary Movement
Sunday, 25-Sep-2022ଆଜିର ବାକ୍ୟ (Oriya) 25-09-2022 (Kids Special)
ଭଲ ଭାବରେ କୁହନ୍ତୁ
“ଆପଣା ମୁଖର ଉତ୍ତରରେ ମନୁଷ୍ୟର ଆନନ୍ଦ ହୁଏ, ପୁଣି ଯଥାକାଳର କଥା କିପରି ଉତ୍ତମ !” - ହିତୋପଦେଶ 15:23
ହାଇ ପିଲାମାନେ, କେମିତି ଅଛ ? ଭଲରେ ଅଛ କି ? ଠିକ ଅଛି କାହାଣୀ ଶୁଣିବା କି ? ଗୋଟିଏ ସୌନ୍ଦର୍ଯ୍ୟ ଭରା ନଦୀକୂଳ, ଦେଖିବାକୁ ପ୍ରକୃତିର ସୌନ୍ଦର୍ଯ୍ୟରେ ଭରପୁର ହୋଇ ଉଚ୍ଛୁଳି ପଡୁଥିବା ସବୁଜ ଭରା ଦୃଶ୍ୟ !ସେଠାରେ ଅନେକ ପ୍ରକାରର ଗଛ ଗୁଡିକ ବିକଶିତ ହୋଇ ଖୁସିରେ ଅଛନ୍ତି !ପିଲାମାନେ, ତୁମ୍ଭେମାନେ ମଧ୍ୟ ନଦୀରେ ଗାଧୋଇ ଆନନ୍ଦରେ ଖୁସି ମନାଇବ ତ !ସେହି ପାଣିରୁ ଆଉ ଉପରକୁ ଆସିବାକୁ ମନ ଲାଗେ ନାହିଁତ !
ସେହି ନଦୀ କୂଳରେ ଗୋଟିଏ ନିମ ଗଛ ଓ ତେନ୍ତୁଳି ଗଛ ଏହି ଦୁଇ କଥା ହେଉଥାନ୍ତି !ତେନ୍ତୁଳି ଗଛ କହିଲା, ମୋର ବହୁତ ବୟସ ହୋଇଗଲା !ମୋର ଚେର ଗୁଡିକ ଶୁଖି ଯାଇ ଦୁର୍ବଳ ହୋଇଗଲା !ମୋ ସମସ୍ତ ଶରୀରର ଅତି ଦୁର୍ବଳ ହୋଇଗଲା !ଏଥିପାଇଁ ଯଦି ପବନବର୍ଷା ହୁଏ, ତେବେ କେତେବେଳେ ମୁଁ ଏହି ନଦୀରେ ଭାସି ଯିବିକି ମୁଁ ନିଜକୁ ନିଜେ ଜାଣି ନାହିଁ !ସଙ୍ଗେସଙ୍ଗେ ନିମ ଗଛ କହିଲା, ତୁମ୍ଭ ସଦୃଶ୍ୟ ବନ୍ଧୁ ପାଇବା ମୋ ପକ୍ଷେ ଅସମ୍ଭବ କହି ଦୁଃଖ କଲା !ସେତିକିରେ ସେଠାକୁ ଏକ ଘରଚଟିଆ ଆସି ବସା ନିର୍ମାଣ କରିବାକୁ ତେନ୍ତୁଳି ଗଛକୁ ଅନୁମତି ମାଗିଲା !ମାତ୍ର ତେନ୍ତୁଳି ଗଛ ନିବାରଣ କରିବାରୁ, ନିମ ଗଛ ଉପରେ ବସା କରି ଖୁସିରେ ବଞ୍ଚୁ ଥିବା ବେଳେ, ଏହି ତେନ୍ତୁଳି ଗଛଟି ତାହାକୁ ସ୍ଥାନ ଦେଇ ନାହିଁ କହି କ୍ରୋଧ ହୋଇ ଦୁଃଖ ହେଉଥାଏ !ଦିନେ ହଠାତରେ ପବନବର୍ଷା ବୋହିବା ଦ୍ଵାରା, ସେହି ତେନ୍ତୁଳି ଗଛଟି ନଇପଡି ନଦୀରେ ଭାସି ଯାଉଥାଏ !ତୋର ଏମିତି ହିଁ ହେବା ଉଚିତ, ତୁ ମୋତେ ସାହାଯ୍ୟ କଲୁ ନାହିଁ ବୋଲି ଘରଚଟିଆ କହିବା ବେଳେ, ନିମ ଗଛଟି କହିଲା, ଆଉ କଥା କହନି, ସତ୍ୟତା ନ ଜାଣି କୁହ ନାହିଁ !ସେହି ତେନ୍ତୁଳି ଗଛର ଆୟୁ ହୋଇଗଲା, ଯଥାଶୀଘ୍ର ଏମିତିକା ଅବସ୍ଥା ଆସିବ, ତତେ ସ୍ଥାନ ଦେଲେ ତୁ ମଧ୍ୟ ପାଣିରେ ଭାସି ଯିବୁ ବୋଲି ଉତ୍ତମ ଆଲୋଚନା ଯୋଗୁ, ତୁମକୁ ବସା କରିବାକୁ ଅନୁମତି ଦେଇ ନାହିଁ, କହି ନିମ ଗଛ କଇକଇ କାନ୍ଦୁ ଥିବା ଦେଖି ଘରଚଟିଆର ଆଖିରେ ଲୁହ ଭରିଗଲା !ପାଣିରେ ଭାସି ଯାଉଥିବା ତେନ୍ତୁଳି ଗଛ ନିକଟକୁ ସଙ୍ଗେସଙ୍ଗେ ଘରଚଟିଆ ଯାଇ କହିଲା, ମୁଁ ଭୂଲ ବୁଝିଲି ମୋତେ କ୍ଷମା କର ବୋଲି କ୍ଷମା ମାଗିଲା !ନଦୀ କୂଳରେ ଲାଗିଥିବା ସେହି ତେନ୍ତୁଳି ଗଛଟିକୁ ଜଣେ କାଠବେପାରୀ ନେଇ, ଏକ ଭଲ ଜିନିଷ ପ୍ରସ୍ତୁତ କଲା !ମୃତ୍ୟୁ ପରେ ମଧ୍ୟ ବ୍ୟବହାର ଯୋଗ୍ୟ ଥିବା, ସେହି ତେନ୍ତୁଳି ଗଛଟିକୁ ଦେଖି ଘରଚଟିଆ ଅତି ଆଚର୍ଯ୍ୟ ହେଲା !
ପ୍ରିୟ ଭାଇ ଓ ଭଉଣୀ, କଥା ହେଲା ବେଳେ ଭଲ ଭାବରେ କୁହନ୍ତୁ !ଆମକୁ ଉପକାର କରି ନାହାନ୍ତି ବୋଲି ଅନ୍ୟମାନଙ୍କୁ ଭୁଲ ଭାବେ ଅବା ହେୟ ଭାବେ କୁହନ୍ତୁ ନାହିଁ !ଅନ୍ୟମାନଙ୍କୁ ଆନନ୍ଦିତ କରିବା କଥା ଗୁଡିକ କହି ଭଲରେ ରହିବା !ଠିକ ଅଛି ପିଲାମାନେ, ଆମେ କଥା ହେବାବେଳେ ଭଲ ଭାବରେ ଆଲୋଚନା କରି ଅନ୍ୟମାନେ ଆନନ୍ଦିତ ହେଲା ଭଲି କହିବା ଉଚିତ ବୋଲି ଶିକ୍ଷା ପାଇଲୁ !
- ଶ୍ରୀମତୀ ଅନବୁଜ୍ୟୋତି ଷ୍ଟାଲିନ
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.