By Village Missionary Movement
Tuesday, 11-Oct-2022ଆଜିର ବାକ୍ୟ (Oriya) 11-10-2022
ନିଷ୍ପତ୍ତି ଶାଶ୍ୱତ ନୁହେଁ
"...ଆପଣାର କୌଣସି କ୍ଷତି କର ନାହିଁ..." - ପ୍ରେରିତ 16:28
ଦକ୍ଷିଣ କୋରିଆ ଦେଶରେ ଉଜ୍ଜିବ ନିମନ୍ତେ ପ୍ରଭୁଙ୍କର ଦ୍ଵାରା ବ୍ୟବହୃତ ହୋଇଥିବା ପାଳକ ପାଉଲ ଏଙ୍ଗଛୋଓ !ଏହାଙ୍କ ମଣ୍ଡଳୀରେ ଲକ୍ଷ ଲକ୍ଷ ବିଶ୍ୱାସୀମାନେ ରହିଥିଲେ !କିନ୍ତୁ ତାହାଙ୍କ ସମସ୍ୟାକୁ ସହ୍ୟ କରି ନ ପାରି କୋଠା ଉପରକୁ ଯାଇ ଡେ଼ଇ ପଡି ଆତ୍ମହତ୍ୟା କରିବାକୁ ମନସ୍ଥ କଲା !ପ୍ରଭୁ ତାହା ଜାଣି ପାରି କହିଲେ, ତୁମର କୋଠା ଉପରୁ ତଳକୁ ଡେ଼ଇ ଆତ୍ମହତ୍ୟା କରିବାର ଧୌର୍ଯ୍ୟ ଥିବାବେଳେ, ସେହି ଧୌର୍ଯ୍ୟରକୁ ସେଵାକାର୍ଯ୍ୟ ନିମନ୍ତେ ଉପଯୋଗ କର !ସେତେବେଳେ ସେହି ଆତ୍ମହତ୍ୟା କରିବାର ଆଲୋଚନାରୁ ଦୂରେଇ ହେଲା !ପୁଣି ଦ୍ୱିତୀୟ ଥର, ସେ ଚର୍ଚ୍ଚ ନିର୍ମାଣ ନିମନ୍ତେ ଲକ୍ଷ ଲକ୍ଷ ଟଙ୍କାକୁ ଋଣ କରି ଚର୍ଚ୍ଚ ଗୃହ ନିର୍ମାଣ କରି ସମାପ୍ତି କରିଥିଲେ !ତାହାଙ୍କୁ ଋଣ ଦେଇଥିବା ବ୍ୟକ୍ତି, ସେହି ଋଣ ମାଗିବା ଯୋଗୁ, ସେ ଅନୁଜ୍ଞପ୍ତି କରି କ୍ରୟ କରିଥିବା ବନ୍ଧୁକ ଦ୍ଵାରା ଆପଣାକୁ ବଧ କରିବାକୁ ମନସ୍ଥ କଲାବେଳେ, ହଠାତରେ ଗୋଟିଏ ଫୋନ କଲ ଆସିଲା !ସେହି ଫୋନରେ ଜଣେ ଅଜଣା ବ୍ୟକ୍ତି କହିଲେ, ମୁଁ କାରରେ ଯିବା ବେଳେ ତୁମ ବାକ୍ୟ ଶୁଣୁ ଅଛି !ଚର୍ଚ୍ଚ ଗୃହ ନିର୍ମାଣ ନିମନ୍ତେ ଏତିକି ଟଙ୍କାର ଆବଶ୍ୟକତା ଆପଣ କହିଲେ, ଆପଣର ଆବଶ୍ୟକତା ଟଙ୍କାକୁ ଦେବା ନିମନ୍ତେ ଆସନ୍ତା କାଲିକି ଆସିବି !ସଙ୍ଗେସଙ୍ଗେ ପାଉଲ ଏଙ୍ଗଛୋଓ ବନ୍ଧୁକକୁ ତଳେ ଫୋପାଡ଼ି ଦେଇ ପ୍ରାର୍ଥନା କଲେ, ପ୍ରଭୁ ମୁଁ ମୁର୍ଖତାରେ ନେଇଥିବା ନିଷ୍ପତ୍ତିରୁ ମୋତେ କ୍ଷମା କର !
ପ୍ରେରିତ ପୁସ୍ତକ ଷୋହଳ ଅଧ୍ୟାୟରେ ମଧ୍ୟରାତ୍ରରେ ପାଉଲ ଓ ଶୀଲା ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା ଓ ସ୍ତବଗାନ କଲାବେଳେ, କାରାଗାରର ଦ୍ୱାର ଖୋଲା ହେଲା, ଏହା ଦେଖି କାରାରକ୍ଷକ ବନ୍ଦୀମାନେ ପଳାଇଯାଇଅଛନ୍ତି ବୋଲି ମନେ କରି, ଖଣ୍ଡା ବାହାର କରି ଆପଣାକୁ ବଧ କରିବାକୁ ଯାଉଥିଲେ ।ସେତେବେଳେ ପାଉଲ ଉଚ୍ଚସ୍ୱରରେ ଡାକି କହିଲେ, ଆପଣାର କୌଣସି କ୍ଷତି କର ନାହିଁ, ଆମ୍ଭେମାନେ ସମସ୍ତେ ଏଠାରେ ଅଛୁ ।ସଙ୍ଗେସଙ୍ଗେ ପାଉଲ, ସେହି କାରାରକ୍ଷକକୁ ସୁସମାଚାର ଘୋଷଣା କରି, ତାହାଙ୍କୁ ପରିତ୍ରାଣର ମାର୍ଗରେ କଢାଇ ନେଲା ବୋଲି ଆମେ ପଡୁଛୁ !
ଏହା ପଢୁଥିବା ପ୍ରିୟ ବନ୍ଧୁଗଣ, ଆମେ ପ୍ରତିଦିନ ଶୁଣୁଥିବା ଗୋଟିଏ ସମ୍ବାଦ ହେଉଛି, ଯୌବନ ପିଲାମାନଙ୍କ ଆତ୍ମହତ୍ୟା, ଆତ୍ମହତ୍ୟା କରିବାର ମନସ୍ଥ ଗୁଡିକ ପ୍ରତ୍ୟେକ ଦିନ ବଢ଼ିବଢ଼ି ଯାଉଛି !ଯେକୌଣସି ସହ୍ୟ କରି ନ ପରିବା ସମସ୍ୟା ହେଉ ଅବା ଅବସ୍ଥା ହେଉ ଆତ୍ମହତ୍ୟା ଏହାର ଉତ୍ତର ନୁହେଁ !ପ୍ରତ୍ୟେକ ସମସ୍ୟାର ନ୍ୟାୟ ବିଚାର କରିବାର କେବଳ ଗୋଟିଏ ସ୍ଥାନ, ତାହା ହେଉଛି ପ୍ରଭୁଯୀଶୁଖ୍ରୀଷ୍ଟଙ୍କର ପାଦ ଅଟେ !ଆମେ କ୍ରୋଧରେ, ଅନାବଶ୍ୟକ ଯିଦିଆରେ ନେଉଥିବା ଅନେକ ପ୍ରକାର ନିଷ୍ପତ୍ତି କେବଳ ବେଦନା ହିଁ ଦିଏ !ଏହା ନିରନ୍ତର ନୁହେଁ !ଆତ୍ମହତ୍ୟା କରିବାକୁ ବ୍ୟବହାର କରୁଥିବା ଧୌର୍ଯ୍ୟକୁ ବଞ୍ଚିବା ନିମନ୍ତେ ବ୍ୟବହାର କରନ୍ତୁ !ପ୍ରଭୁଯୀଶୁଖ୍ରୀଷ୍ଟ ଆପଣଙ୍କୁ ସାହାଯ୍ୟ କରିବାକୁ ପ୍ରସ୍ତୁତ ହୋଇ ଅଛନ୍ତି !ହାଲେଲୁୟା !
- ଶ୍ରୀମତୀ ଶକ୍ତି ଶଙ୍କର ରାଜ
ପ୍ରାର୍ଥନା ଅନୁରୋଧ :-
ଆନ୍ଦ୍ରପ୍ରଦେଶର ଛ(୬)ଟି ସ୍ଥାନରେ ପ୍ରଭୁଙ୍କର ଚର୍ଚ୍ଚଗୃହ ନିର୍ମାଣ କରି, ସେଥିରେ ଆରାଧନା ହେଉଛି !ସେହି ଆରାଧନାରେ ଅଂଶଗ୍ରହଣ କରୁଥିବା ବ୍ୟକ୍ତିମାନେ ପ୍ରଭୁଙ୍କର ନିମନ୍ତେ କାର୍ଯ୍ୟକାରୀ ବୀର ସଦୃଶ୍ୟ ପରିବର୍ତ୍ତନ ହେବା ନିମନ୍ତେ ପ୍ରାର୍ଥନା କରିବା !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.