Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 20-10-2022
Share:

By Village Missionary Movement

Thursday, 20-Oct-2022

ଆଜିର ବାକ୍ୟ (Oriya) 20-10-2022

 

ସହମତ ହେବା 

 

"...ତୁମ୍ଭେ ବାମକୁ ଯାଅ, ମୁଁ ଡାହାଣକୁ ଯାଏ; ନୋହିଲେ ତୁମ୍ଭେ ଡାହାଣକୁ ଯାଅ, ମୁଁ ବାମକୁ ଯିବି” - ଆଦି ପୁସ୍ତକ 13:9

 

ସମ୍ବାଦ ପତ୍ରରେ ପଡିଥିବା ଏକ ପ୍ରସଙ୍ଗ !ଜଣେ ସେ ବାସ କରିବାକୁ ଗୃହ ନିର୍ମାଣ ନିମନ୍ତେ ସମସ୍ତ କାମ ଦେଖୁଥାଏ !ଅପ୍ରତ୍ୟାଶିତ ଭାବରେ ତାଙ୍କ ନିକଟରେ ଥିବା ଅନ୍ୟର ଜମିରେ ଛଅ (୬) ଇଞ୍ଚ ଅଧିକା ମାପ କରିଦେଲା !ପଡୋଶୀ ଜମି ମାଲିକ କ୍ରୋଧରେ କଳହ କଲା !କଳହ ବଢ଼ି ତାହା ମହାନ ଶତ୍ରୁତାରେ ପରିଣତ ହେଲା !ଦୁଇ ଜଣଙ୍କର ରାଜି ହେଲା ନାହିଁ !ଦିନେ ଗୃହ ନିର୍ମାଣକାରୀ ବ୍ୟକ୍ତି ପଡୋଶୀ ଜମି ମାଲିକକୁ ହତ୍ୟା କଲା !ପାପ... ବର୍ତମାନ ସେହି ବ୍ୟକ୍ତି କାରାଗାରରେ ଅଛି !ପରିଷ୍କାର କରିବା ବିଷୟଟି ହତ୍ୟାରେ ଶେଷ ହେଲା !ପବିତ୍ର ବାଇଲରେ ଅବ୍ରାହାମ ଉତ୍ତମ ଉଦାହରଣ ଅଟନ୍ତି !ଅବ୍ରାହମ ଏବଂ ତାଙ୍କ ଭାଇ ଲୋଟଙ୍କ ଅନେକ ସମ୍ପତି ଅଛି ବୋଲି ଆମେ ଦେଖୁଛୁ !ଏକ ନିର୍ଦ୍ଦିଷ୍ଟ କାଳରେ ଅବ୍ରାହମଙ୍କ ପଶୁପାଳକ ଏବଂ ଲୋଟଙ୍କ ପଶୁପାଳକମାନଙ୍କ ମଧ୍ୟରେ ବାସ କରିବା ସ୍ଥାନ ନିମନ୍ତେ କଳହ ହେଉଛି !ଆଦିପୁସ୍ତକ ତେର ଅଧ୍ୟାୟରେ ଅବ୍ରାହମ କହିଥିବା ଏକ ଅଦ୍ଭୁତ ବିଷୟକୁ ଆମେ ଦେଖିଆସେ !ଅବ୍ରାହାମ ଲୋଟଙ୍କୁ ଏପରି କହିଲା, ତୁମ୍ଭେ ବାମକୁ ଯାଅ, ମୁଁ ଡାହାଣକୁ ଯାଏ; ନୋହିଲେ ତୁମ୍ଭେ ଡାହାଣକୁ ଯାଅ, ମୁଁ ବାମକୁ ଯିବି।ଏପରି ଛାଡିବା ଦ୍ଵାରା ଅବ୍ରାହମଙ୍କର କୌଣସି ଅଭାବ ହେଲା ନାହିଁ !ସଦାପ୍ରଭୁ ପରମେଶ୍ୱର ଅବ୍ରାହମଙ୍କୁ ଆଉ ଅତ୍ୟଧିକ ଆଶୀର୍ବାଦ କଲେ !

 

ଏହା ପଡୁଥିବା ମିତ୍ରଗଣ, ଆଜିର ପୃଥିବୀରେ ଟ୍ରେଣ୍ଡ ଖରାପ ଅବସ୍ଥାରେ ଅଛି !ଏପରି ସହମତି ଗୁଣ ଅନେକଙ୍କୁ ନାହିଁ !ତେଣୁକରି ଖ୍ରୀଷ୍ଟଙ୍କୁ ଜାଣିଥିବା ଆମ୍ଭେ, ଆମ୍ଭ ପରିବାର ସମ୍ବନ୍ଧରେ ହେଉ, କାର୍ଯ୍ୟରତ ସ୍ଥାନରେ ହେଉ, ଅବା ସେଵାକାର୍ଯ୍ୟରେ ହେଉ ଆମେ ନିଜକୁ ନିଜେ ଛାଡିବା ଉଚିତ !ଏମିତି ଗୁଣ ଆମ ଠାରେ ଥିଲେ ଆମେ ଅନେକ ଲୋକଙ୍କୁ ଆଶୀର୍ବାଦ ହୋଇ ରହିବା !କେବଳ ସ୍ୱାର୍ଥ ହିଁ ଦୃଷ୍ଟିରେ ରଖି ଧୌଡିବା ବ୍ୟକ୍ତିମାନେ ଏହି ପୃଥିବୀରେ ଅନେକ ଅଛନ୍ତି !କିନ୍ତୁ ଆମେ ଅନ୍ୟମାନଙ୍କ ନିମନ୍ତେ ପରିତ୍ୟାଗ କରିବା ବ୍ୟକ୍ତି ସଦୃଶ୍ୟ ଜୀବନଯାପନ କଲେ, ଅନେକ ଲୋକେ ଆମ୍ଭ ଦ୍ଵାରା ପ୍ରଭୁଙ୍କୁ ଜାଣି ପାରନ୍ତି !ହାଲେଲୁୟା !

- ଟି. ଶଙ୍କର ରାଜ 

 

ପ୍ରାର୍ଥନା ଅନୁରୋଧ :-

ଦୁଇ ମାସରେ ଥରେ ସେବକ ମାନଙ୍କ ନିମନ୍ତେ ପ୍ରକାଶ ହେଉଥିବା ପତ୍ରିକା ଦ୍ଵାରା ସେମାନେ ସେମାନଙ୍କର ଯୋଜନାକୁ ନୂତନୀକରଣ ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al Elexbet matbet giriş matbet instagram unban x unban twitter unban palacebet setrabet