Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 27-10-2022
Share:

By Village Missionary Movement

Wednesday, 26-Oct-2022

ଆଜିର ବାକ୍ୟ (Oriya) 27-10-2022

 

ସାନ୍ତ୍ୱନାକାରୀ ପରମେଶ୍ୱର 

 

“ତୁମ୍ଭମାନଙ୍କ ସମସ୍ତ ଚିନ୍ତାର ଭାର ତାହାଙ୍କ ଉପରେ ପକାଅ, କାରଣ ସେ ତୁମ୍ଭମାନଙ୍କ ନିମନ୍ତେ ଚିନ୍ତା କରନ୍ତି ।“ - ୧ ପିତର 5:7

 

ଜଣେ ଛୋଟ ବାଳିକା ଖେଳୁଖେଳୁ ତଳେ ପଡିଯିବା ଯୋଗୁ ତାର ହାତର ଆଙ୍ଗୁଠିକୁ ଆଘାତ ହେଲା !ତାର ହାତ ବଥା ହେତୁ କାନ୍ଦିକାନ୍ଦି ବାପାଙ୍କ ପାଖକୁ ଧାଇଁଧାଇଁ ଆସିଲା !ସେତେବେଳେ ତାର ବାପା ଲେପଟପରେ କାମ କରୁଥାଏ !ବାଳିକାଟି କାନ୍ଦିକାନ୍ଦି କହିଲା, ବାପା ମୋ ଆଙ୍ଗୁଠିରେ ଆଘାତ ହେଲା, ବଥା ହେଉଛି, ଔଷଧ ଲଗାଅ !ବାପା ଉଠିକି ଦେଖି କହିଲା, ମୁଁ ଏବେ କାମ କରୁଛି, ତେଣୁ ମୁଁ କିଛି କରି ପାରିବି ନାହିଁ, ବାହାରକୁ ଯାଅ !ସଙ୍ଗେସଙ୍ଗେ ବାଳିକାଟି କଇଁକଇଁ କାନ୍ଦିକି କହିଲା, ବାପା ତୁମେ ମୋ ଆଙ୍ଗୁଠିରେ ଔଷଧ ନ ଲଗାଇଲେ ଚିନ୍ତା ନାହିଁ, କିନ୍ତୁ କିଛି ସାନ୍ତ୍ଵନା ଦାତା କଥା କହିବା ଥିଲା !ଏହା ଶୁଣି, ତାର ବାପା ତାର ମୁଣ୍ଡକୁ ଆଉଁଶି ସାନ୍ତ୍ଵାନା ଦାୟକ କଥା କହି ଆଙ୍ଗୁଠିରେ ଔଷଧ ଲଗାଇଲା !

 

ପବିତ୍ର ବାଇବଲରେ ପ୍ରଥମ ପିତର :-5:7 ରେ ତୁମ୍ଭମାନଙ୍କ ସମସ୍ତ ଚିନ୍ତାର ଭାର ତାହାଙ୍କ ଉପରେ ପକାଅ, କାରଣ ସେ ତୁମ୍ଭମାନଙ୍କ ନିମନ୍ତେ ଚିନ୍ତା କରନ୍ତି, କହିବା ଆମେ ପଡୁଅଛୁ !ବହୁସମୟରେ କିଛି ପରିସ୍ଥିତି ଆମ ବିରୁଦ୍ଧରେ ଥିବାବେଳେ, ବିଚଳିତ ଆମଠାରେ ପହଂଚିବା ବେଳେ, ଆମକୁ କେହି ଜଣେ ସାନ୍ତ୍ଵନା ଦେବନିକି ବୋଲି ଆମେ ଖୋଜୁ ଥାଉ !କିନ୍ତୁ ଆମକୁ ବିଚାର କରିବାକୁ ଜଣେ ଥିବ !ସେ ଆପଣଙ୍କୁ ପ୍ରେମରେ ବିଚାର କରନ୍ତି !ସେ ଆମ ପ୍ରଭୁଯୀଶୁଖ୍ରୀଷ୍ଟ ଅଟନ୍ତି !ପବିତ୍ର ବାଇବଲ କହେ, ତୁମ୍ଭମାନଙ୍କର ସମସ୍ତ ଚିନ୍ତାର ଭାର ତାହାଙ୍କ ଉପରେ ପକାଅ !ମଣିଷମାନେ ବଦଳି ପାରନ୍ତି, ପିତାମାତା ହାତଛଡା କରି ପାରନ୍ତି, ମାତ୍ର ସେ କଦାପି ଆମକୁ ପରିତ୍ୟାଗ କରନ୍ତି ନାହିଁ !ସେ ସବୁବେଳେ ଆମ ସପକ୍ଷରେ ରୁହନ୍ତି !ତୁମ୍ଭେ ତାହାଙ୍କ ଆଡକୁ ଅନାଇ ପିତା ବୋଲି ଡାକିବା ବେଳେ ସେ ଆପଣଙ୍କୁ ଉତ୍ତର ଦେବେ !

 

ପ୍ରିୟ ବନ୍ଧୁଗଣ, ଆଜି ପର୍ଯ୍ୟନ୍ତ ଆମ୍ଭେ ଆଶା କରୁକି ଆମକୁ ମଣିଷମାନେ ପ୍ରେମ କରିବା ଉଚିତ !କିନ୍ତୁ ହେ ମୋ ପୁଅ, ହେ ମୋ ଝିଅ ମୋତେ ପ୍ରେମ କରିବ ନାହିଁକି ବୋଲି ପ୍ରଭୁ ଜାଗି ଅଛନ୍ତି !ଅସହାୟକୁ ସେ ହିଁ ସହାୟକ,ସେ ହିଁ ପିତାମାତା, ସେ ଆମ୍ଭ ପ୍ରତି ରଖିଥିବା ପ୍ରେମର ଗଭୀର, ଓସାର, ଉଚ୍ଚତା କେତେ ବଡ଼ ତାହା ଆମେ ଜାଣି ପାରିବା ନାହିଁ !ଆମ୍ଭେ ପବିତ୍ର ବାଇବଲରେ ପଡୁଛୁ, ତାହାଙ୍କର ଆମ୍ଭ ପ୍ରତିଥିବା ପ୍ରେମ ହେତୁ, ତାହାଙ୍କ ଜୀବନ ଆମ୍ଭ ନିମନ୍ତେ ଅର୍ପଣ କଲେ !ଆପଣଙ୍କୁ ପ୍ରେମ କରୁଥିବା ତାହାଙ୍କୁ ଆପଣ ମଧ୍ୟ ପ୍ରେମ କରନ୍ତୁ , ଆପଣଙ୍କ ଜୀବନ ଖୁସିରେ ବଦଳିଯିବ !ସଦାପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ !ଆମେନ୍ !

- ଏମ. ଏଫଶିବା 

 

ପ୍ରାର୍ଥନା ଅନୁରୋଧ :-

ଆମର ପୋଷ୍ଟର ବାକ୍ୟ ସେବା ମାଧ୍ୟମରେ ଗୃହ ଅଗଣାରେ ଲଗାଇ ଥିବା ବାକ୍ୟ ପଡ଼ିବା ବ୍ୟକ୍ତିଙ୍କ ହୃଦୟରେ ସଦାପ୍ରଭୁ କାର୍ଯ୍ୟ କରିବା ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al deneme bonusu deneme bonusu veren siteler online casino online casino Online casino nz Best payout online casino nz meritking meritking giriş meritking güncel giriş perabet perabet giriş perabet güncel giriş holiganbet holiganbet giriş holiganbet güncel giriş Meritking Perabet Holiganbet jojobet jojobet giriş jojobet güncel giriş perabet perabet giriş perabet perabet giriş holiganbet holiganbet giriş holiganbet holiganbet giriş alobet alobet giriş bahissenin bahissenin giriş bayconticasino bayconticasino giriş atlasbet atlasbet giriş betcio betcio giriş grandpashabet grandpashabet giriş marsbahis marsbahis giriş matbet matbet giriş nakitbahis nakitbahis giriş pashagaming pashagaming giriş Meritking Meritking giriş imajbet imajbet giriş İmajbet Prizmabet Yakabet Betsat Betnano Restbet Perabet Perabet Giriş Perabet Güncel Giriş Cratosroyalbet romabet nakitbahis matbet matbet