By Village Missionary Movement
Tuesday, 01-Nov-2022ଆଜିର ବାକ୍ୟ (Oriya) 02-11-2022
ଇଚ୍ଛା ପୂରଣ କାରୀ
“ଆଉ, ଯେ କେହି ଲୋକଙ୍କ ଆଗରେ ମୋତେ ସ୍ୱୀକାର କରିବ, ମୁଁ ମଧ୍ୟ ମୋହର ସ୍ୱର୍ଗସ୍ଥ ପିତାଙ୍କ ଆଗରେ ତାହାକୁ ସ୍ୱୀକାର କରିବି।“ - ମାଥିଉ 10:32
ପ୍ରଭୁଯୀଶୁଖ୍ରୀଷ୍ଟ ଏହି ପୃଥିବୀରେ ଜୀବନଯାପନ କଲାବେଳେ କରିଥିବା ଅନେକ ଅଦ୍ଦଭୁତ ବିଷୟରେ ପବିତ୍ର ବାଇବଲରେ ଆମେ ପାଠ କରୁଛୁ !ସେଥିମଧ୍ୟରେ ଗୋଟିଏ, ସେ ଯିରୀଖୋରୁ ବାହାରିଯିବା ସମୟରେ ତାଙ୍କୁ ଡାକିଥିବା ଦୁଇ ଜଣ ଅନ୍ଧକୁ ସୁସ୍ଥ କରିବା !ଏହି ଘଟଣାଟି ପଡ଼ିବା ବେଳେ ଆମେ ଗୋଟିଏ ବିଷୟରେ ଧ୍ୟାନ କରି ପାରିବା ନାହିଁ !ଯୀଶୁ, ମୁଁ ତୁମ୍ଭମାନଙ୍କ ପାଇଁ କଣ କରିବି ବୋଲି ପ୍ରଶ୍ନ ପଚାରିବାବେଳେ ସେମାନେ ଚାଲି ଆସିବା ସମୟରେ ହିଁ ସେମାନେ ଅନ୍ଧ ବୋଲି ଯୀଶୁ ଜାଣି ଥିବ ଏବଂ ତାଙ୍କ ଇଚ୍ଛାକୁ ମଧ୍ୟ ସେ ଜାଣିଛନ୍ତି !କିନ୍ତୁ ସେମାନଙ୍କୁ ଏହି ପ୍ରଶ୍ନ ଯୀଶୁ ପଚାରୁଛନ୍ତି !ହଁ ସେ ଆମ ହୃଦୟ ବିଦାର ପୂରଣକାରୀ ଇଶ୍ୱର ଅଟନ୍ତି !ସେ ତାଙ୍କ ସ୍ୱାର୍ଥରେ ଆମ୍ଭମାନଙ୍କୁ କଢାଇ ନେବା ପ୍ରଭୁ ନୁହନ୍ତି !ତାହା ବଦଳରେ ଆମ ଆଲୋଚନା, ଆଶାକୁ ଜାଣି ପାରି, ତାହାର ଅନୁକୂଳରେ ଆମ୍ଭଙ୍କୁ ଆଶୀର୍ବାଦ କରିବା ଉଚିତ ବୋଲି ଇଚ୍ଛା କରିବା ପରମେଶ୍ୱର ଅଟନ୍ତି !
ସେହିପରି, ସେ ପଚାରିଥିବା ଏହି ପ୍ରଶ୍ନକୁ ସେ ଅନ୍ଧ ଦେଇ ଥିବା ଉତ୍ତର ଆମେ ଜାଣିବା ଉଚିତ !ସେମାନେ ଅବିଶ୍ୱାସରେ ଅବା କିଛି ଗୋଟେ ଖୁସିରେ ନ ମାଗି, ସେମାନଙ୍କ ଆବଶ୍ୟକତା କଣ ଜାଣି ପାରି ତାହାକୁ ଅନୁଧ୍ୟାନ କରି, ସେମାନେ ଆମ ଚକ୍ଷୁ ଖୋଲା ହେଉ ବୋଲି ମାଗିଲେ !ସେମାନେ ପ୍ରଭୁଙ୍କୁ ପରୀକ୍ଷା ନ କରି ଜାଗ୍ରତରେ ଅଛନ୍ତି !କିନ୍ତୁ ଆମ୍ଭେମାନେ ଅନେକ ସମୟରେ ଆମ ଜୀବନରେ ପ୍ରଭୁଙ୍କର ଇଚ୍ଛା ନ ଥିବା ଏବଂ ଆମ ଅନାବଶ୍ୟକକୁ ପ୍ରାର୍ଥନାରେ ପ୍ରଭୁଙ୍କୁ ପରୀକ୍ଷା କରୁଥାଉ !ଏହି ଅନ୍ଧମାନେ ଆବଶ୍ୟକତା ଜାଣିପାରି ଅଦ୍ଦଭୁତକୁ ପାଇଲେ !ସେମାନଙ୍କ ଜୀବନରେ ଥିବା ଅନ୍ଧକାର ଘୁଞ୍ଚି ଆଲୋକିତ ହେଲା !
ଆଜି ଆମ୍ଭେମାନେ ମଧ୍ୟ ଅନେକ ସମୟରେ ଆଖି ବୁଝିକି ଥିବା ଅନ୍ଧ ସଦୃଶ୍ୟ ଅଟୁ !ଯୀଶୁଙ୍କୁ ଜାଣି ନ ଥିବା ବ୍ୟକ୍ତି ସଦୃଶ୍ୟ ରହୁଛୁ !ପାପ, ବ୍ୟାଧି, ଗର୍ବ, ଅହଂକାର ସଦୃଶ୍ୟ ଅନେକ ଅନ୍ଧକାର ଆମକୁ ଢାଙ୍କି ଦେଇଛି !ମାତ୍ର ଆମେ ସେହି ଅନ୍ଧାରକୁ ଅନୁଧ୍ୟାନ କରି ନ ପାରି, ପରୀତାପର ଅବସ୍ଥାରେ ଆମର ଜୀବନ ଜାରି ରହିଛି !ଆମ୍ଭେ ଅନ୍ଧାରରେ ରହିଛୁ, ଏହି ବିଷୟରେ ମଧ୍ୟ ଆମେ ଜାଣି ନ ପାରିବାରୁ ଶଇତାନ ଆମ ଆତ୍ମୀୟ ଚକ୍ଷୁକୁ ଅନ୍ଧ କରି ଦେଇଛି !ତେଣୁକରି ପ୍ରଥମେ ଆମ ଚାରିପଟେ ଥିବା ଅନ୍ଧକାରକୁ ଜାଣି ପାରି, ଆବଶ୍ୟକତା କଣ ବୋଲି ବୁଦ୍ଧିମାନରେ ଜାଣିପାରି ଯୀଶୁଖ୍ରୀଷ୍ଟଙ୍କ ନିକଟକୁ ଆସିଥିବା ଅନ୍ଧଙ୍କ ସଦୃଶ୍ୟ, ପ୍ରଭୁଙ୍କର ସାନିଧ୍ୟୟରେ ପ୍ରତିବନ୍ଧକକୁ ଧରାଛୁଆଁ ନ କରି, ପ୍ରକୃତରେ ଯୀଶୁଙ୍କୁ ମାଗିବା ବେଳେ ନିଶ୍ଚୟ ପ୍ରଭୁ ଆମର ମନସ୍କାମନାକୁ ପୂରଣକାରୀ ରୂପେ ଅଛନ୍ତି !ହାଲେଲୁୟା !
- ଶ୍ରୀମତୀ ଭୁବନା ଧାନାଵାଲାନ୍
ପ୍ରାର୍ଥନା ଅନୁରୋଧ :-
ଆମ ମିଶିନାରୀମାନଙ୍କ ଦ୍ଵାରା ଦେଶରେ ସଦାପ୍ରଭୁ ମହାନ ଉଜ୍ଜିବ ଆଣିବା ନିମନ୍ତେ ପ୍ରାର୍ଥନା କରିବା !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.