Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 28-11-2022 (Youth Special)
Share:

By Village Missionary Movement

Sunday, 27-Nov-2022

ଆଜିର ବାକ୍ୟ (Oriya) 28-11-2022 (Youth Special)

 

ଅମୂଲ୍ୟ ଧନ

 

“କାରଣ ଯେଉଁଠାରେ ତୁମ୍ଭମାନଙ୍କର ଧନ, ସେହିଠାରେ ମଧ୍ୟ ତୁମ୍ଭମାନଙ୍କର ମନ।“ - ଲୂକ 12:34

 

ଯୁଦ୍ଧକୁ ବାହାରି ଥିବା ଅଲେକଜେଣ୍ଡାର ତାଙ୍କ ସୈନିକମାନଙ୍କୁ ଏବଂ ତାର ପ୍ରିୟ ସାଙ୍ଗସାଥୀମାନଙ୍କୁ ଡାକି,ତାର ସମ୍ପତ୍ତି, କଠାବାଡ଼ି ଏବଂ ତାର ଯାହାକିଛି ସମସ୍ତ ବିଭାଜନ କରି ତାଙ୍କ ନିମନ୍ତେ ଲେଖି ସମର୍ପଣ କଲା !ସେ ତାର ପାଇଁ କିଛି ରଖିଲା ନାହିଁ !ସେତେବେଳେ ତାର ସାଙ୍ଗ ପେରପିକାସ, ତୁମ ନିମନ୍ତେ କିଛି ନାହିଁ ବୋଲି ପଚାରିବାରୁ, ଆଲେକଜେଣ୍ଡାର କହିଲା, ମୋ ଠାରେ ବିଶ୍ୱାସ ନାମକ ମହାନ ଭଣ୍ଡାର ଅଛି !କାରଣ ପୁରସ୍କାର ନିତାନ୍ତ ଅଛି ଓ ତୁମ୍ଭର ଭରସା ଉଚ୍ଛିନ୍ନ ହେବ ନାହିଁ ବୋଲି (ହିତୋପଦେଶ :-23:18)ଲେଖା ହୋଇଛି !ତୁମେ ଯାହା ହରାଇଲେ ମଧ୍ୟ ପ୍ରଭୁଙ୍କ ଠାରେ ଥିବା ବିଶ୍ୱାସକୁ ହରାଅ ନାହିଁ !ବିଶ୍ୱାସ କରିବାକୁ କିଛି ନ ଥିବା ସମୟରେ ବୃଦ୍ଧ ଅବ୍ରହାମ ଓ ସାରା ଦମ୍ପତିଙ୍କୁ, ସେମାନଙ୍କ ବିଶ୍ୱାସ ଦ୍ଵାରା ପରମେଶ୍ୱର ତାଙ୍କୁ ଇଶାକଙ୍କୁ ଦେଇ ଆକାଶର ତାରା ସଦୃଶ୍ୟ ତାଙ୍କ ସନ୍ତାନଙ୍କୁ ବିସ୍ତାରିତ କଲେ !ତାଙ୍କ ଜୀବନରେ, ଅସୁବିଧା,ବିଶ୍ୱାସଘାତକତାକୁ ମୁକାବିଲା କରିଥିବା ଗୀତିକାରକ ଦାଉଦ କହନ୍ତି,ତୁମ୍ଭେ ହିଁ ମୋର ଭରସା ଅଟ !ଆୟୁବଙ୍କ ଜୀବନରେ ଅନେକ ଦୁଃଖ, ବେଦନା, ନଷ୍ଟ ଆସିଲେ ମଧ୍ୟ ପରମେଶ୍ୱରଙ୍କ ପ୍ରତି ଥିବା ବିଶ୍ୱାସ ନିମିତ୍ତ ହରାଇ ଥିବା ସବୁକୁ ଦୁଇଗୁଣା ପାଇଲା !ଆୟୁବଙ୍କ ସଦୃଶ୍ୟ ଆମ୍ଭେ ସମ୍ପୂର୍ଣ୍ଣ ବିଶ୍ୱାସରେ ଅଛୁ କି ?

 

ହେ ମୋର ପ୍ରିୟ ବନ୍ଧୁଗଣ, ଆମେ ସମସ୍ତେ ଆଲୋଚନା କରି ଦେଖିବା ଉଚିତ, ଆମ ଠାରେ ରହିଥିବା ସଂଗ୍ରାମ, ଜୀବନର କୋଳାହଳ, ଅନେକ ବିନାଶ, ଋଣବୋଝ, ଭୟଙ୍କର ରୋଗ ଗୁଡିକ, ବିବାହ ନିମନ୍ତେ ପ୍ରତିବନ୍ଧକ , ସନ୍ତାନ ନ ଥିବା, ବେପାର ନଷ୍ଟ ହେବା, ପରିବାର ବିଭାଜନ, ଏସବୁ କାହାକୁ ଜଣା ? ମୁଁ କିପରି ଏ ସମସ୍ତ ମଧ୍ୟରେ ବିଶ୍ୱାସରେ ସ୍ଥିର ହୋଇ ରହିପାରିବି ? ଏପରି ଅନେକ ପ୍ରଶ୍ନ ଆମ ମନରେ ରହିଥାଇ ପାରେ !କିନ୍ତୁ ଭକ୍ତ ଗାଇବା ସଦୃଶ୍ୟ, ମୁଁ ବିଶ୍ୱାସ କରିବାକୁ କିଛି ନ ଥିଲେ ମଧ୍ୟ ମୁଁ କେବଳ ମୋ ଯୀଶୁବାପାଙ୍କୁ ବିଶ୍ୱାସ କରିବି ବୋଲି ଗାନ କର !ଯିରୀମିୟ :-29:11 କହିଥିବା ସଦୃଶ୍ୟ

 

କାରଣ ସଦାପ୍ରଭୁ କହନ୍ତି, “ତୁମ୍ଭମାନଙ୍କ ପକ୍ଷରେ ଆମ୍ଭେ ଯେ ସକଳ ସଂକଳ୍ପ କରିଅଛୁ, ତାହା ଆମ୍ଭେ ଜାଣୁ, ତୁମ୍ଭମାନଙ୍କର ଅନ୍ତିମ କାଳରେ ତୁମ୍ଭମାନଙ୍କୁ ଭରସା ଦେବା ନିମନ୍ତେ ସେସବୁ ଅମଙ୍ଗଳର ନୁହେଁ, ମଙ୍ଗଳର ସଂକଳ୍ପ ଅଟେ !ଆମମାନଙ୍କୁ ସମ୍ପୂର୍ଣ୍ଣ ରୂପେ ତାହାଙ୍କ ପାଦ ନିକଟରେ ସମର୍ପିତ ହୋଇ ଯିଶାଇୟ :-40:31 ରେ କୁହାଯାଇଥିବା ସଦୃଶ୍ୟ ଡେଣା ମେଲାଇ ଉପରକୁ ଉଡିବା !ହାଲ୍ଲେଲୁୟା !

- ଶ୍ରୀମତୀ ଜସ୍ମିନ ପାଲ

 

ପ୍ରାର୍ଥନା ଅନୁରୋଧ :-

ଆମେ ପ୍ରସାରିତ କରୁଥିବା ଦୂରଦର୍ଶନ କାର୍ଯ୍ୟକ୍ରମ ଗୁଡିକ ଅନେକଙ୍କୁ ଉପଯୋଗ ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: info@vmm.org.in

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al grandpashabet grandpashabet grandpashabet grandpashabet giriş grandpashabet grandpashabet güncel giriş grandpashabet grandpashabet güncel grandpashabet grandpashabet giriş grandpashabet giriş grandpashabet grandpashabet grandpashabet grandpashabet jojobet giriş matbet giriş sahabet onwin bets10 bets10 giriş bets10 güncel giriş betcio atlasbet casibom meritking perabet casibom holiganbet galabet casibom padişahbet padişahbet giriş grandpashabet jojobet tambet grandpashabet radissonbet nesinecasino betbey cratosroyalbet grandpashabet betpuan betsalvador matbet meritking perabet perabet giriş instagram ban service betsilin betsilin giris pashagaming pashagaming giris gorabet gorabet giris kralbet holiganbet grandpashabet grandpashabet giriş https://tr.holiganbet-30temmuz.art/