By Village Missionary Movement
Tuesday, 29-Nov-2022ଆଜିର ବାକ୍ୟ (Oriya) 29-11-2022
ବନ୍ଦୀ କରନ୍ତୁ
“ଆମ୍ଭେମାନେ ତର୍କବିତର୍କସବୁ ଓ ଈଶ୍ୱରଙ୍କ ଜ୍ଞାନ ବିରୁଦ୍ଧରେ ଉତ୍ଥିତ ସମସ୍ତ ଉଚ୍ଚ ବିଷୟ ଭୂମିସାତ୍ କରୁ, ପୁଣି, ପ୍ରତ୍ୟେକ କଳ୍ପନାକୁ ଖ୍ରୀଷ୍ଟଙ୍କ ବାଧ୍ୟ ହେବା ନିମନ୍ତେ ବନ୍ଦୀ କରୁ, ଆଉ, ଯେତେବେଳେ ତୁମ୍ଭେମାନେ ସମ୍ପୂର୍ଣ୍ଣ ରୂପେ ବାଧ୍ୟ ହେବ, ସେତେବେଳେ ସମସ୍ତ ଅବାଧ୍ୟତାର ପ୍ରତିକାର କରିବା ନିିମନ୍ତେ ଆମ୍ଭେମାନେ ପ୍ରସ୍ତୁତ ଅଛୁ ।“ - ଦ୍ୱିତୀୟ କରିନ୍ଥୀୟ 10:5-6
ଜଣେ ଯୁବକ ନିଃଶବ୍ଦରେ ଧ୍ୟାନ କରି ଇଶ୍ୱରଙ୍କୁ ଦେଖିବା ଉଚିତ ବୋଲି ବଣକୁ ଯାଇ, ଏକ ଗଛ ମୂଳରେ ବସି ଧ୍ୟାନ କରିବାକୁ ଆରମ୍ଭ କଲା !ଅନେକ ଯୌବନ ବାଳିକାମାନେ ନାଚ ଶିଖିବାକୁ ଅରଣ୍ୟ ରାସ୍ତା ଦେଇ ନିକଟରେ ଥିବା ଗାଁକୁ ଯାଉଥାନ୍ତି !ଏମାନଙ୍କୁ ଦେଖିବାରୁ ସେହି ଯୁବକର ଧ୍ୟାନଟି ପ୍ରତିବନ୍ଧକ ସାଜିଲା !ସଙ୍ଗେ ସଙ୍ଗେ ଗୋଟିଏ ବସ୍ତ୍ର ଦ୍ଵାରା ଆଖିକୁ ଘୋଡାଇ ହୋଇ ଧ୍ୟାନଟି ଜାରି ରଖିଲା !ଆରଦିନ ମଧ୍ୟ ସଠିକ ସେହି ସମୟରେ ହିଁ ସେହି ଯୌବନ ବାଳିକା ମାନେ ଯାଉଥାନ୍ତି !ସେମାନଙ୍କ ଗୋଡ଼ରେ ଘୁଙ୍ଗୁର ଶବ୍ଦ ସେ ଯୁବକର ଧ୍ୟାନକୁ ପ୍ରତିବନ୍ଧକ କଲା !ସଙ୍ଗେସଙ୍ଗେ କାନରେ ମଧ୍ୟ ଏକ ବସ୍ତ୍ରଟି ବାନ୍ଧି ଧ୍ୟାନକୁ ଜାରି ରଖିଲା !ଆରଦିନ ତାର ମୁଣ୍ଡ ଉପରେ ଥିବା ଫୁଲର ବାସନା ପ୍ରତିବନ୍ଧକ ସାଜିବା ଦ୍ଵାରା ନାକକୁ ମଧ୍ୟ ବନ୍ଦ କରି ଦେଲା !ଆରଦିନ ଠିକ ସେହି ସମୟରେ ସେହି ଯୌବନ ବାଳିକା ମାନେ ଯାଉଥିବେ ବୋଲି ତାର ମନରେ ଭାବନା ଆସିଲା !ମନକୁ ନିଜର ଆୟତ୍ତକୁ ନେବା ନିମନ୍ତେ ସଂଗ୍ରାମ ଜାରି ରଖିଲା !
ପବିତ୍ର ବାଇବଲରେ ତୁମ୍ଭ ହୃଦୟକୁ ଅତି ଯତ୍ନରେ ରଖ; ଯେହେତୁ ତହିଁରୁ ଜୀବନର ପ୍ରବାହ ଜନ୍ମେ (ହିତୋଉପଦେଶ:-4:23)ରେ ପଡୁଛୁ !ଏଠାରେ ହୃଦୟ ବୋଲି ଲେଖା ହୋଇଛି !ତେଣୁକରି ଆମ୍ଭେ ରକ୍ତମାଂସରେ ଗଠିତ ହୃଦୟ ବିଷୟରେ କଥା ହେଉ ନାହୁଁ, ମନରେ ସୃଷ୍ଟି ହେଉଥିବା ଆଲୋଚନାରେ ଜାଗ୍ରତରେ ରହିବା ଉଚିତ ବୋଲି !ମନକୁ ଜାଗ୍ରତରେ ସୁରକ୍ଷା କରିବା ନିମନ୍ତେ ଉପଦେଶ ଦେଉଛୁ !ଆମର ପଞ୍ଚଇନ୍ଦ୍ରୀୟ ଆଖି, କାନ, ନାକ, ଜିଭ ଓ ଚର୍ମ ଦ୍ଵାରା ପ୍ରଭୁଙ୍କର ଇଚ୍ଛାର କାର୍ଯ୍ୟ କରିବା, ପ୍ରଭୁଙ୍କର ଇଚ୍ଛା ବିରୁଦ୍ଧ ପାପ କ୍ରିୟାକୁ ଯଦି ଆମେ ଅନୁମତି ଦେଲାପରି ହେଲେ, ପାପର କାର୍ଯ୍ୟ ଭାବେ ବାହାରକୁ ଆସିବ !ସେତେବେଳେ ଆମ ଆଲୋଚନାକୁ ସଂଯମ କରିପାରିବା ନାହିଁ !କିନ୍ତୁ ସେହି ଆଲୋଚନା ଗୁଡିକୁ ନିୟନ୍ତ୍ରଣ ନ କରି, ପ୍ରତିବନ୍ଧକ ନ କରି ରହିଲେ, ତାହା ସର୍ବଦା ଘୋର ପ୍ରଭାବ ଦେଖାଇବ !ପ୍ରେରିତ ପାଉଲ କରନ୍ତିୟ ମଣ୍ଡଳୀକୁ ପତ୍ର ଲେଖିବା ବେଳେ ଈଶ୍ୱରଙ୍କ ଜ୍ଞାନବିରୁଦ୍ଧରେ ଉତ୍ଥିତ ସମସ୍ତ ଉଚ୍ଚ ବିଷୟ ଭୂମିସାତ୍ କରୁ, ବୋଲି ଲେଖିଲା !ଏହା ମାଧ୍ୟମରେ ପବିତ୍ର ବାଇବଲ ଆମକୁ ଶିକ୍ଷା ଦେଉଥିବା ଆଲୋଚନାଟି କଣ ? ପାପର ଆଲୋଚନାକୁ ବାଧାପ୍ରାପ୍ତ ଦେବା ଖ୍ରୀଷ୍ଟଙ୍କ ଠାରେ ଆମେ ଶିଖିବା ଉଚିତ !
ଏହା ଶୁଣୁଥିବା ପ୍ରିୟ ବନ୍ଧୁଗଣ, ପକ୍ଷୀଗୁଡିକ ଆମ ମୁଣ୍ଡ ଉପରେ ଉଡିବାକୁ ଆମେ ରଖି କରିପାରିବା ନାହିଁ !କିନ୍ତୁ ସେମାନେ ଆମ ମୁଣ୍ଡ ଉପରେ ବସା ବାନ୍ଧିବା ରୋକାଯାଇପାରିବ !ତୁମ୍ଭର ଆଲୋଚନା କିପରି ରହୁଛି ?
- ଏଲ. ଆଲ୍ଲାଗାର ସ୍ୱାମୀ
ପ୍ରାର୍ଥନା ଅନୁରୋଧ:-
ଆମର କ୍ୟାମ୍ପସରେ ତାଲିମରେ ରହିଥିବା ନୂତନ ସେବକମାନେ ପ୍ରଭୁଙ୍କ ନିମନ୍ତେ ଉତ୍ସାହିତ ଭାବେ ସେଵା କରିବା ନିମନ୍ତେ ପ୍ରାର୍ଥନା କରିବା !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: info@vmm.org.in
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.