Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 01-12-2022 (Christmas Special)
Share:

By Village Missionary Movement

Wednesday, 30-Nov-2022

ଆଜିର ବାକ୍ୟ (Oriya) 01-12-2022 (Christmas Special)

 

ବିଶ୍ୱାସ ବଢା଼ଉ ଥିବା ଖ୍ରୀଷ୍ଟ ଜନ୍ମଦିନ

 

“ଯେ ବିଶ୍ୱାସ କଲେ, ସେ ଧନ୍ୟ, କାରଣ ପ୍ରଭୁଙ୍କଠାରୁ ତାହାଙ୍କୁ ଯାହା ଯାହା କୁହାଯାଇଅଛି, ସେହି ସବୁ ସଫଳ ହେବ ।“ - ଲୂକ 1:45

 

ଆରବ ସାଗରରେ ସ୍ନାନ କରି ସମୟ ବିତାଇବାକୁ ସମୁଦ୍ରର ଗଭୀର ସ୍ଥାନକୁ ଖୋଜିଖୋଜି ତିନିଜଣ ବ୍ୟକ୍ତି ଡ଼ଙ୍ଗାରେ ଗଲେ !ସେହି ସ୍ଥାନରେ ତିନିଜଣ ଗାଧୋଇବା ବେଳେ ସେମାନଙ୍କ ମଧ୍ୟରେ ଜଣକୁ ହଠାତରେ ଭୟର ବାତାବରଣ ଦେଖାଗଲା !ତାହାକୁ ସାହାଯ୍ୟ କରିବା ଉଚିତ ବୋଲି ସେମାନଙ୍କ ମଧ୍ୟରୁ ଜଣେ କହିଲା, ଏଠାକୁ ଆସନ୍ତୁ, ଏଠାରେ ଠିଆ ହେବା ନିମନ୍ତେ ଏକ ପଥର ଅଛି !ପ୍ରଥମେ ବିଶ୍ୱାସ ନ କରି, ସେ ବ୍ୟକ୍ତି ତାର ସାଥୀ ଠିଆ ହୋଇଥିବା ସ୍ଥାନଟି ଦେଖି ସେଠାକୁ ଗଲା !ଏବେ ଏହାକୁ ମଧ୍ୟ ଠିଆ ହେବା ନିମନ୍ତେ ସ୍ଥାନ ମିଳିଲା !ଚାରିପଟେ ଜଳମଗ୍ନ ହୋଇଥିବା ବେଳେ ଏବେ ଏହାଙ୍କ ଠାରେ ଆଉ ଭୟ ନାହିଁ !ସେ ଠିଆ ହେବା ନିମନ୍ତେ ଏକ ପଥର ଅଛି, ଏବଂ ତାଙ୍କ ମନରେ ବିଶ୍ୱାସ ମଧ୍ୟ ଅଛି !

 

ଏହି ଘଟଣା ମାଧ୍ୟମରେ ଆମେ ପବିତ୍ର ବାଇବଲକୁ ପ୍ରବେଶ କରିଆସେ !ଦର୍ଶନ ନ ଥିବା କାଳରେ ଜିଖରୀୟ, ଏଲିଶାବେଥ ନାମକ ଦୁଇ ଜଣ ବୃଦ୍ଧ ଦମ୍ପତି ଜୀବନଯାପନ କରୁଥିଲେ !ମଲାଖିଙ୍କ ପରେ ପ୍ରାୟ ଚାରିଶହ ବର୍ଷ କାଳ ନିଃଶବ୍ଦ କାଳ ବୋଲି କହିବା ଆମେ ଜାଣିବା ଉଚିତ !ଏଲିଶାବେଥଙ୍କ ବିଷୟରେ ଆସିଲେ, ସେ ଜଣେ ସନ୍ତାନ ହୀନ ବନ୍ଧ୍ୟା ବୋଲି ଆମେ ଦେଖି ପାରିବା !ଏଲିଶାବେଥ ତାଙ୍କ ଜୀବନରେ ବାଧା, ନିନ୍ଦା ଗୁଡିକ ଅନୁଭବ କଲା !ଏପରି ଅସୁବିଧାର ଅବସ୍ଥାରେ, ସଦାପ୍ରଭୁ କାର୍ଯ୍ୟ କରିବାକୁ ଆରମ୍ଭ କଲେ !ମରୁପ୍ରାନ୍ତରରେ ମାର୍ଗ, ଅରଣ୍ୟରେ ରାସ୍ତା ସୃଷ୍ଟି କାରୀ ପରମେଶ୍ୱର ଏଲିଶାବେଥଙ୍କ ଜୀବନରେ ଦୁଇଗୁଣା ଖୁସି ଦେଇ ଆଶୀର୍ବାଦ କଲେ !ସନ୍ତାନ ବିହୀନ ବନ୍ଦ୍ୟା ହୋଇଥିବା ଏଲିଶାବେଥ ଗର୍ଭ ଧାରଣ କଲା !ଦ୍ୱିତୀୟରେ ତାର ସମ୍ପର୍କ ହୋଇଥିବା ମୋରୀୟମଙ୍କ ମାଧ୍ୟମରେ ଜଗତ ପରିତ୍ରାଣ କର୍ତ୍ତା ଯୀଶୁ ଜନ୍ମ ହେବାକୁ ଯାଉଛନ୍ତି !ଏହି ବାର୍ତ୍ତା ଏଲିଶାବେଥଙ୍କୁ ଆନନ୍ଦରେ ନାଚିଲା ପରି କଲା !

 

ମାରିଆଙ୍କୁ ଏଲିଶାବେଥ କହିଲା,ଯେ ବିଶ୍ୱାସ କଲେ, ସେ ଧନ୍ୟ, କାରଣ ପ୍ରଭୁଙ୍କଠାରୁ ତାହାଙ୍କୁ ଯାହା ଯାହା କୁହାଯାଇଅଛି, ସେହି ସବୁ ସଫଳ ହେବ !ଏଲିଶାବେଥଙ୍କ ପ୍ରଥମ ଖ୍ରୀଷ୍ଟ ଜନ୍ମଦିନ ବିଶ୍ୱାସ ଅଧିକ ହେବା !ଆନନ୍ଦରେ ପରିପୂର୍ଣ୍ଣ ହୋଇଅଛି !

 

ପ୍ରିୟ ବନ୍ଧୁଗଣ ଏହି ଖ୍ରୀଷ୍ଟ ଜନ୍ମଦିନ ତୁମ୍ଭଙ୍କୁ ଆଶୀର୍ବାଦ କରିବାକୁ ଯାଉଛି !ବିଶ୍ୱାସ କରୁଛ କି ? ବିସ୍ତାରରିତ ଜଳ ମଧ୍ୟରେ ତୁମେ ଥିଲା ପରି, ଭୟରେ,ବେଦନା ମଧ୍ୟରେ ତୁମେ ଅଛ କି ? ତୁମକୁ ଆଦର କରିବାକୁ ଯୀଶୁଖ୍ରୀଷ୍ଟ ଅଛନ୍ତି !ତୁମ୍ଭ ପାଦ ପଥରକୁ ନ ବାଜି ସୁରକ୍ଷିତରେ ସେ ଦେଖିବେ !ଆମକୁ ଗଭୀର ଜଳ ବିନାଶ କରିବ ନାହିଁ !ଅନାବଶ୍ୟକ ଭୟ ରହିବା ଉଚିତ ନୁହେଁ !ଖ୍ରୀଷ୍ଟଙ୍କ ଠାରେ ତୁମର ବିଶ୍ୱାସକୁ ବୃଦ୍ଧି କର !ଖ୍ରୀଷ୍ଟ ଜନ୍ମଦିନ ତୁମ୍ଭଙ୍କୁ ଆଶୀର୍ବାଦ ଯୁକ୍ତ ଭାବେ ରହିବା ନିମନ୍ତେ, ଏଲିଶାବେଥଙ୍କ ଠାରେ ମିଳନ ହୋଇ, ତୁମ୍ଭ ସମସ୍ତଙ୍କୁ ଖ୍ରୀଷ୍ଟ ଜନ୍ମଦିନର ଶୁଭେଚ୍ଛା !

- ପି. ଜେକାଵ ଶଙ୍କର

 

ପ୍ରାର୍ଥନା ଅନୁରୋଧ :-

ଏହି ଡିସେମ୍ବର ମାସ ସାରା ହେବାକୁ ଥିବା ସେଵା କାର୍ଯ୍ୟରେ ପ୍ରଭୁଙ୍କର ଆଶୀର୍ବାଦ ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: info@vmm.org.in

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al Elexbet instagram unban service tiktok unban instagram unban x unban twitter unban palacebet